Murder
ସବୁ ସୀମା ଟପି ଯାଇଛି ଜଣେ ମହିଳା। ସେ ନିଜର ସ୍ୱାମୀଙ୍କୁ ଅତ୍ୟନ୍ତ କଲବଲ କରି ପ୍ରେମିକ ସହ ମିଶି ହତ୍ୟା କରିଛି। ପକ୍ଷାଘାତ ଯୋଗୁ ସ୍ୱାମୀ ଜଣଙ୍କ ବେଡରୁ ଉଠି ପାରୁ ନଥିଲେ ହେଁ ତାଙ୍କୁ ଅଣନିଃଶ୍ୱାସ କରି ହତ୍ୟା କରାଯାଇଛି। ପକ୍ଷାଘାତ ଯୋଗୁ ସ୍ୱାମୀଙ୍କ ହାତ ଗୋଡ଼ ହାତ ଠିକ ଭାବେ କାମ କରୁ ନଥିଲା। ସେ ସବୁବେଳେ ବେଡରେ ପଡ଼ି ରହୁଥିଲେ।
ମହାରାଷ୍ଟ୍ରର ନାଗପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଦିଶା ୧୩ ବର୍ଷ ତଳେ ୩୮ ବର୍ଷୀୟ ଚନ୍ଦ୍ରଶେନଙ୍କୁ ବିବାହ କରିଥିଲା। ସେମାନଙ୍କର ୨ଟି ଝିଅ ଓ ଗୋଟିଏ ୬ ବର୍ଷର ପୁଅ ରହିଛନ୍ତି। କିନ୍ତୁ ୨ ବର୍ଷ ତଳେ ଚନ୍ଦ୍ରସେନ ପକ୍ଷାଘାତର ଶିକାର ହୋଇଥିଲେ। ଫଳରେ ତାଙ୍କୁ ବେଡରେ ରହିବାକୁ ପଡ଼ିଥିଲା।
ଏପରି ସ୍ଥିତିରେ ଘର ଚଳାଇବା ପାଇଁ ଦିଶା ପାଣି ବୋତଲ ବିକ୍ରି କରିବାର ଆରମ୍ଭ କରିଥିଲେ। ଏହି ସମୟରେ ଦିଶାଙ୍କ ବ୍ୟବହାର ଓ ଚାଲି ଚଳନରେ ଚନ୍ଦ୍ରସେନ ପରବର୍ତ୍ତନ ଲକ୍ଷ୍ୟ କରିଥିଲେ। ସେ ଧୀରେଧୀରେ ଦିଶାର ଚରିତ୍ର ଉପରେ ସନ୍ଦେହ ସୃଷ୍ଟି କରିଥିଲେ। ୨ ମାସ ତଳେ ସ୍ଥାନୀୟ ଅଞ୍ଚଳରେ ମେକାନିକ ଭାବେ କାମ କରୁଥିବା ଆସିଫ ଇସଲାମ ଅନସାରୀ ଓରଫ ରାଜାବାବୁ ଓ ଦିଶା ମଧ୍ୟରେ ଚିହ୍ନା ପରିଚ ହୋଇଥିଲା। ଧୀରେଧୀରେ ଏହା ପ୍ରେମର ରୂପ ନେଇଥିଲା।
ସ୍ୱାମୀ ବେଡରେ ପଡ଼ି ରହୁଥିବା ବେଳେ ଦିଶା ସେପଟେ ଆସିଫ ସହ ମୌଜ ଆରମ୍ଭ କରିଥିଲା। ଏଥିସହ ଚନ୍ଦ୍ରସେନଙ୍କୁ ରାସ୍ତାକୁ ହଟାଇ ଦେବାକୁ ଦିଶା ଓ ଆସିଫ ଯୋଜନା କରିଥିଲେ। ଏସବୁ ଭିତରେ ଚନ୍ଦ୍ରସେନ ମଧ୍ୟ ଦୁଇ ଜଣଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣି ନେବାରୁ ଦିଶା ସହ ପାଟିତୁଣ୍ଡ କରିଥିଲେ।
ଶୁକ୍ରବାର ମଧ୍ୟାହ୍ନ ସମୟରେ ଚନ୍ଦ୍ରସେନ ଶୋଇଥିବା ବେଳେ ଦିଶା ନିଜର ପ୍ରେମିକ ଆସିଫକୁ ଡାକିଥିଲା। ସ୍ୱାମୀ ଶୋଇଥିବା ବେଳେ ଦିଶା ତାଙ୍କ ହାତକୁ ଚାପି ଧରିଥିଲା। ଏତିକି ବେଳେ ଆସିଫ ଗୋଟିଏ ତକିଆ ଦ୍ୱାରା ତାଙ୍କୁ ଅଣନିଃଶ୍ୱାସୀ କରି ହତ୍ୟା କରିଥିଲା। ପକ୍ଷାଘାତ ଯୋଗୁ ଅଚଳ ହୋଇ ପଡ଼ିଥିବା ଚନ୍ଦ୍ରସେନ ଚିତ୍କାର କରିବାକୁ ମଧ୍ୟ ସୁଯୋଗ ପାଇ ନଥିଲେ।
ଘଟଣାର କିଛି ଘଣ୍ଟା ପରେ ଚନ୍ଦ୍ରସେନଙ୍କୁ ବେଡରେ ନିସ୍ତେଜ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଦିଶା ଏହାକୁ ସ୍ୱାଭାବିକ ମୃତ୍ୟୁ ବୋଲି କହିଥିଲା। କିନ୍ତୁ ଶବବ୍ୟବଚ୍ଛେଦ ରିପୋର୍ଟରୁ ଚନ୍ଦ୍ରସେନଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।
ପରବର୍ତ୍ତୀ ଅବସ୍ଥାରେ ପୁଲିସ୍ ଦିଶାକୁ ନେଇ ଜେରା କରିବାରୁ ସେ କାନ୍ଦି କାନ୍ଦି ନିଜର ଅପରାଧକୁ ସ୍ୱୀକାର କରିଛି। ପୁଲିସ୍ ଦିଶାର ବୟାନ ଆଧାରରେ ତା’ ପ୍ରେମିକ ଆସିଫକୁ ମଧ୍ୟ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Murder__1751891219.jpg)