Advertisment

ଜନ୍ମଦିନରେ ଦୁବାଇ ନେଲେନି ବୋଲି ସ୍ୱାମୀକୁ ମାରିଦେଲା ସ୍ତ୍ରୀ

ପୀଡିତ ନିଖିଲ ଖନ୍ନା(୩୬) ଛଅ ବର୍ଷ ତଳେ ରେଣୁକା(୩୮)ଙ୍କୁ ପ୍ରେମ ବିବାହ କରିଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳୀନ୍ୟ ଏବଂ ଅଭିମାନ ଅତି ସାଧାରଣ କଥା। କିନ୍ତୁ ଏହି ସାଧାରଣ କଥା  ଯେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇପାରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜନ୍ମଦିନରେ ଦୁବାଇ ବୁଲାଇବାକୁ ନେଲେନି ବୋଲି ସ୍ୱାମୀକୁ ମୁଥ ମାରି ହତ୍ୟା କରିଛି ସ୍ତ୍ରୀ। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ପୁଣେରେ।

Advertisment

ପୁଲିସ କହିବା ଅନୁସାରେ, ଏହି ଦମ୍ପତି ପୁଣେର ବନବଦୀ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ପୀଡିତ ନିଖିଲ ଖନ୍ନା(୩୬) ଛଅ ବର୍ଷ ତଳେ ରେଣୁକା(୩୮)ଙ୍କୁ ପ୍ରେମ ବିବାହ କରିଥିଲେ। ନିଖିଲ ନିର୍ମାଣ ଶିଳ୍ପର ଜଣେ ବ୍ୟବସାୟୀ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ଅପରାହ୍ନରେ ଉଭୟଙ୍କ ମଧ୍ୟରେ ଦୁବାଇ ବୁଲାଇ ନ ନେବାକୁ ନେଇ ଝଗଡା ହୋଇଥିଲା। ଏହି ସମୟରେ ରେଣୁକା ରାଗି ଯାଇ ନିଖିଲଙ୍କ ମୁହଁକୁ ଶକ୍ତ ବିଧା ମାରିଥିଲେ।

ପ୍ରହାର ଏତେ ଜୋରରେ ଥିଲା ଯେ, ନିଖିଲଙ୍କ ନାକ ଓ ଦାନ୍ତ ଭାଙ୍ଗି ଯାଇଥିଲା। ପ୍ରବଳ ରକ୍ତସ୍ରାବ କାରଣରୁ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ନିଖିଲଙ୍କର ମୃତ୍ୟୁ ଘଟିଛି।

Advertisment

ବନବଦୀର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ କିଛିଦିନ ହେବ ମନମାଳିନ୍ୟ ଲାଗି ରହୁଥିଲା। ରେଣୁକାଙ୍କୁ ଦିଲ୍ଲୀରେ ଥିବା ତାଙ୍କର କିଛି ସମ୍ପର୍କୀୟଙ୍କ ଜନ୍ମଦିନ ଭୋଜିକୁ ନେଇନଥିଲେ ନିଖିଲ। ଏହାକୁ ନେଇ ରାଗରେ ରହୁଥିଲେ ରେଣୁକା। ତାଙ୍କ ଜନ୍ମଦିନରେ ମଧ୍ୟ ଦାମିକା ଗିଫ୍ଟ ନଦେବା ସହ ଦୁବାଇ ବୁଲାଇ ନ ନେବାରୁ ଏପରି କାଣ୍ଡ ଭିଆଇଛନ୍ତି ରେଣୁକା। 

ପୁଲିସ ଏନେଇ ଆଇପିସିର ଧାରା 302 ଅନୁଯାୟୀ ରେଣୁକାଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି।

MURDER CASE Wife Killed Husband Crime