Advertisment

ମହିଳାଙ୍କୁ ଦୁଷ୍କର୍ମ ପରେ ମୁହଁକୁ ସିଗାରେଟ ଚେଙ୍କ, ଶେଷରେ କୁରାଢ଼ୀରେ ହାଣି ହତ୍ୟା

ମହିଳା ଜଣଙ୍କ ଚାକିରି କରାଇ ଦେବା ନାଁରେ କିଛି ଟଙ୍କା ଯୁବକ ଠାରୁ ନେଇଥିଲେ। କିନ୍ତୁ ନିଜର ପ୍ରତିଶ୍ରୁତି ପୂରଣ ନ କରିପାରିବାରୁ ଯୁବକ ଜଣକ ତାଙ୍କ ସହ ଏପରି ଭୟଙ୍କର କାଣ୍ଡ ଘଟାଇଛି।

author-image
Hemant Lenka
Stop Rape

Stop Rape

ଭୟଙ୍କର, ବର୍ବରତା ଓ ଲୋମହର୍ଷଣକାରୀ। ଯାହା ବି କହିଲେ ସାମ୍ନାକୁ ଆସିଥିବା ଘଟଣା ପାଇଁ ସବୁ କିଛି କମ ପଡ଼ିବ। କାରଣ ଜଣେ ମହିଳାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ପ୍ରଥମେ ତାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିଲା। ଏହାପରେ ତାଙ୍କ ମୁହଁରେ ବାରମ୍ବାର ସିଗାରେଟ ଚେଙ୍କ ଦେଇ ନିର୍ଯାତନା ଦେଇଥିଲା। ଏତିକିରେ ତା’ ମନ ଭରି ନଥିଲା। ଶେଷରେ ସେ ମହିଳାଙ୍କୁ ଗୋଟିଏ କୁରାଢ଼ୀରେ ହାଣି ହତ୍ୟା କରିଥିଲା।

Advertisment

ମହିଳା ଜଣଙ୍କ ଚାକିରି କରାଇ ଦେବା ନାଁରେ କିଛି ଟଙ୍କା ଯୁବକ ଠାରୁ ନେଇଥିଲେ। କିନ୍ତୁ ନିଜର ପ୍ରତିଶ୍ରୁତି ପୂରଣ ନ କରିପାରିବାରୁ ଯୁବକ ଜଣକ ତାଙ୍କ ସହ ଏପରି ଭୟଙ୍କର କାଣ୍ଡ ଘଟାଇଛି। ଉତ୍ତର ପ୍ରଦେଶର ସୁଲତାନପୁରରେ ଘଟିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି।

ପୁଲିସ୍‌ କହିଛି ଯେ ମହିଳା ଜଣଙ୍କ ଅଭିଯୁକ୍ତ ସୁରଜ କୁମାର ସୋନକରକୁ ଟଙ୍କା ନେଇ ଚାକିରି କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ କଥା ଶୁଣି ସୋନକର ଟଙ୍କା ମଧ୍ୟ ଦେଇଥିଲା। ହେଲେ ମହିଳା ଜଣଙ୍କ ତାଙ୍କ ପ୍ରତିଶ୍ରୁତି ପୂରଣ କରି ପାରି ନଥିଲେ।

Advertisment

ଚାକିରି ନ ହେବାରୁ ସୋନକର ବାରମ୍ବାର ମହିଳାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ମହିଳା ଜଣଙ୍କ ତାଙ୍କ କଥା ଶୁଣି ନଥିଲେ। ଏଥିରେ ରାଗି ଯାଇ ସୋନକର ପ୍ରଥମ ମହିଳାଙ୍କୁ ଭେଟ କରିବାକୁ ଡାକିଥିଲା। ଏହାପରେ ତାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ମୁହଁକୁ ସିଗାରେଟ ଚେଙ୍କ ଦେଇ ନଷ୍ଟ କରିଥିଲା। ଶେଷରେ ଗୋଟିଏ କୁରାଢ଼ୀରେ ତାଙ୍କୁ ହାଣି ହତ୍ୟା କରିଥିଲା। 

ମହିଳାଙ୍କ ମୃତଦେହ ସୁଲତାନପୁରର ଗୋଟିଏ ରାସ୍ତା କଡ଼ରୁ ମିଳିଥିଲା। ମହିଳାଙ୍କ ଶରୀରରେ ଏକାଧିକ କ୍ଷତଚିହ୍ନ ରହିଥିବା ବେଳେ କାନରୁ ରକ୍ତ ମଧ୍ୟ ବହୁଥିଲେ। ପୁଲିସ୍‌ ତୁରନ୍ତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଓ ସୋନକରକୁ ଗିରଫ କରିଥିଲା। ସୋନକର ଠାରୁ ଗୋଟିଏ ଇ-ରିକ୍ସା, ଗୋଟିଏ ମୋବାଇଲ ଫୋନ ଓ ହତ୍ୟାରେ ବ୍ୟବହୃତ କୁରାଢ଼ୀକୁ ପୁଲିସ୍‌ ଜବତ କରିଛି।

Uttar Pradesh Stop Rape