Advertisment

ରାସ୍ତାକଡ଼ରେ ଯୁବତୀଙ୍କୁ ଦୁଷ୍କର୍ମ; ଭିଡିଓ ଶୁଟ୍ କରି ସୋଶାଲ ମିଡିଆରେ ପୋଷ୍ଟ କଲେ ଯାତ୍ରୀ

ବ୍ୟସ୍ତବହୁଳ ସଡ଼କରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇ ଥିବାବେଳେ ଜଣେ ବ୍ୟକ୍ତି ଏହି ସମୟର ଭିଡିଓ ଶୁଟ୍ କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

Girl

Girl

Advertisment

ମଧ୍ୟପ୍ରଦେଶରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ବ୍ୟସ୍ତବହୁଳ ସଡ଼କରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ରାସ୍ତାରେ ଯାଉଥିବା ଲୋକେ ପ୍ରତିବାଦ କରିବା ପରିବର୍ତ୍ତେ ଭିଡିଓ ସୁଟିଂ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିବା ଜଣାପଡିଛି।

Advertisment

ମଧ୍ୟପ୍ରଦେଶ ଉଜୈନୀର ସବୁଠୁ ବ୍ୟସ୍ତବହୁଳ ଅଞ୍ଚଳ କୋଏଲ ଫାଟକରେ ଏହି ଘଟଣା ଘଟିଛି। ସୋଶାଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ଅଭିଯୁକ୍ତ ଲୋକେଶକୁ ଗିରଫ କରିଛି।

ପୁଲିସର ସୂଚନା ଅନୁସାରେ, ପୀଡ଼ିତା ଜଣକ ହେଉଛନ୍ତି ଜଣେ ଅଳିଆ ଗୋଟାଳି। ସେ ଅଭିଯୁକ୍ତ ଲୋକେଶଙ୍କୁ ଏହି ଅଞ୍ଚଳରେ ଭେଟିଥିଲେ। ଲୋକେଶ ତାଙ୍କୁ ବିବାହର ପ୍ରତିଶୃତି ଦେବା ସହ ସାଙ୍ଗରେ ନେବାକୁ କହିଥିଲେ। ଫଳରେ ଯୁବତୀ ଜଣକ ତାଙ୍କ କଥାରେ ବିଶ୍ୱାସ କରି ତାଙ୍କ ସହ ଯାଇଥିଲେ। 

Advertisment

ଏହାପରେ ଲୋକେଶ ଯୁବତୀଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ। ମଦ ପିଇବା ପରେ ନିଶାସକ୍ତ ହୋଇଯିବାରୁ ଲୋକେଶ ତାଙ୍କୁ ରାସ୍ତାକଡରେ ଥିବା ଆଶ୍ରୟସ୍ଥଳକୁ ନେଇ ଦୁଷ୍କର୍ମ କରିଥିଲେ। ଏହା ପରେ ତାଙ୍କୁ ଧମକ ଦେଇ ସେଠାରୁ ଚାଲି ଯାଇଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣାର ଭିଡିଓ ସୁଟିଂ କରି ସୋଶାଲ ମିଡିଆରେ ଶୋଆର କରିଛନ୍ତି। ସୋଶାଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଲୋକେଶକୁ ଗିରଫ କରିଛି। 

ସେପଟେ ଏହି ଘଟଣାକୁ ନେଇ କଂଗ୍ରେସ ଶାସକ ବିଜେପିକୁ ଟାର୍ଗେଟ କରିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟ କଂଗ୍ରେସ ସୋଶାଲ ମିଡିଆ ଏକ୍ସରେ ଭିଡିଓ ପୋଷ୍ଟ କରି କହିଛି, "ପବିତ୍ର ସହର ଉଜୈନ ପୁଣି ଥରେ ଲଜ୍ଜିତ। କ୍ଷମତାରେ ଥିବା ଲୋକମାନେ ଲଜ୍ଜାରେ ମରିଯିବା ଉଚିତ୍ ନହେଲେ ଇସ୍ତଫା ଦେବା ଉଚିତ୍।"

Rape MP Crime MP Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe