Advertisment

ଝିଅ ଖୋଲିଦେଲେ ଅନୈତିକ ସମ୍ପର୍କର ଗୁମର: ସ୍ୱାମୀଙ୍କୁ ମାରି ପ୍ରେମିକ ମୁଣ୍ଡରେ ବୋଳିଲେ ଅଠା

ମହିଳାଙ୍କ ଅନୈତିକ ସମ୍ପର୍କ ପଡ଼ୋଶୀଙ୍କ ସହ ରହିଥିଲା। ଏହାର ଭିଡିଓ ଝିଅ ଆଖିରେ ପଡ଼ି ଯିବାରୁ ସେ ତାଙ୍କ ବାପାଙ୍କୁ ଜଣାଇ ଦେଇଥିଲେ।

murder

murder

Advertisment

ଜଣେ ବେୱାଫା ପ୍ରେମିକା ଓ ଧୋକାବାଜ ସ୍ତ୍ରୀର ସାଂଘାତିକ ଖେଳର ପର୍ଦ୍ଦାଫାସ ହୋଇଛି। ଜଣେ ମହିଳାଙ୍କ ଅନୈତିକ ସମ୍ପର୍କର ଗୁମର ଝିଅ ଖୋଲି ଦେବାରୁ ସେ ଘଟାଇଛନ୍ତି ଭୟଙ୍କର ଘଟଣା। ସ୍ୱାମୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିବା ପରେ ନିଜକୁ ନିରୀହ ବୋଲି ପ୍ରମାଣିତ କରିବାକୁ ଉଦ୍ୟମ କରିଛନ୍ତି। ସେ ପ୍ରେମିକ ମୁଣ୍ଡରେ ଅଠା ବୋଳି ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି। ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ଲୁଚାଇ ଦେବା ଘଟଣାରେ ହରିୟାଣାର ଗୁରୁଗ୍ରାମ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ମହିଳା ଓ ତାଙ୍କ ପ୍ରେମିକ ରହିଛନ୍ତି।

Advertisment

ମହିଳାଙ୍କ ଅନୈତିକ ସମ୍ପର୍କ ପଡ଼ୋଶୀଙ୍କ ସହ ରହିଥିଲା। ଏହାର ଭିଡିଓ ଝିଅ ଆଖିରେ ପଡ଼ି ଯିବାରୁ ସେ ତାଙ୍କ ବାପାଙ୍କୁ ଜଣାଇ ଦେଇଥିଲେ। ସ୍ତ୍ରୀର ପରକୀୟ ପ୍ରୀତି କଥା ଜାଣି ସ୍ୱାମୀ କିଛି କରିବା ଆଗରୁ ତାଙ୍କୁ ହତ୍ୟା କରାଯାଇଥିଲା। ନିଜେ ମହିଳା ଜଣଙ୍କୁ ସ୍ୱାମୀଙ୍କୁ ହତ୍ୟା କରିବା ପରେ ପ୍ରେମିକଙ୍କୁ ପୂରା ମାମଲାରେ ଫସାଇବାକୁ ଚେଷ୍ଟା କରିଥିଲେ। ପ୍ରେମିକ ନାଁରେ ସେ ଦୁଷ୍କର୍ମ ଓ ସ୍ୱାମୀଙ୍କୁ ହତ୍ୟାର ଧମକ ମିଳିବା ଅଭିଯୋଗ ପୁଲିସ୍‌ ପାଖରେ କରିଥିଲେ।

ମୃତକ ଜଣଙ୍କ ହେଲେ ୩୭ ବର୍ଷୀୟ ବିକ୍ରମ। ତାଙ୍କ ଘର ବିହାରର ନାୱାଡାରେ। କିନ୍ତୁ ଗୁରୁଗ୍ରାମର ଉଦୟ ନଗର ସ୍ଥିତ ଧୁନଦାହେରା ଗାଁରେ ସେ ନିଜ ପତ୍ନୀ ଓ ଝିଅଙ୍କ ସହ ରହୁଥିଲେ।ଜୁଲାଇ ୨୮ରେ ବିକ୍ରମଙ୍କ ପତ୍ନୀ ୩୫ ବର୍ଷୀୟ ସୋନି ଦେବୀ ଗୁରୁଗ୍ରାମ ପୁଲିସ୍‌ ପାଖରେ ପହଞ୍ଚିଥିଲେ। ବିକ୍ରମ ନିଖୋଜ ହୋଇଯାଇଥିବା ପୁଲିସ୍‌କୁ କହିଥିଲେ। ଏହାର ୩ ଦିନ ପରେ ସେ ପୁଣି ପୁଲିସ୍‌ ପାଖରେ ପହଞ୍ଚି ପଡ଼ୋଶୀ ରବୀନ୍ଦ୍ର(୩୪)ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ।

Advertisment

ସ୍ୱାମୀ ବିକ୍ରମ ବାହାରକୁ ଯାଇଥିବା ବେଳେ ୨୦୨୫ ମାର୍ଚ୍ଚରେ ରବୀନ୍ଦ୍ର ତାଙ୍କୁ ଦୁଷ୍କର୍ମ କରିଥିବା ସୋନି ଦେବୀ ପୁଲିସ୍‌ କହିଥିଲେ। ସେ ଆହୁରି ଦାବି କରିଥିଲେ ଯେ ରବୀନ୍ଦ୍ର ଦୁଷ୍କର୍ମ ଘଟଣାର ଭିଡିଓ ରେକର୍ଡ କରିବା ସହ ଏହାକୁ ଭାଇରାଲ କରି ଦେବାର ଧମକ ଦେଇ ଚୁପ ରହିବାକୁ କହିଥିଲେ।

ପୁଲିସ୍‌ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ରବୀନ୍ଦ୍ରଙ୍କୁ ଗିରଫ କରି ଜେରା କରିଥିଲା। ଜେରା ବେଳେ ସେ ହତ୍ୟାକୁ ସ୍ୱୀକାର କରିବା ସହ ସୋନି ଦେବୀଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଥିବା ପୁଲିସ୍‌କୁ କହିଥିଲେ।

ଆସିସଷ୍ଟାଣ୍ଟ ସବ ଇନସପେକ୍ଟର(ଏଏସ୍‌ଆଇ) ସନ୍ଦୀପ କହିଛନ୍ତି, ସୋନି ଦେବୀ ଓ ରବୀନ୍ଦ୍ରଙ୍କ ମଧ୍ୟରେ ପ୍ରାୟ ବର୍ଷ ହେଲା ଅନୈତିକ ସମ୍ପର୍କ ରହିଥିଲା। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ସେମାନଙ୍କର ଗୋଟିଏ ଆପତ୍ତିଜନକ ଭିଡିଓ ରେକର୍ଡ କରିଦେଇଥିଲେ। ସୋନି ଦେବୀଙ୍କ ଝିଅ ରବୀନ୍ଦ୍ରଙ୍କ ଭିଡିଓରେ ଉକ୍ତ ଆପତ୍ତିଜନକ ଭିଡିଓ ଦେଖିବା ପରେ ତାଙ୍କ ବାପାଙ୍କୁ କହିଥିଲେ।

ଏକଥା ବିକ୍ରମ ଜାଣି ଦେବାରୁ ସୋନି ଦେବୀ ଓ ରବୀନ୍ଦ୍ର ତାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ। ବିକ୍ରମଙ୍କୁ ହତ୍ୟା କରିବା ପାଇଁ ଉଭୟ ବିଭିନ୍ନ ପ୍ରକାରର କୌଶଳ ଇଣ୍ଟରନେଟ ଓ ୟଟ୍ୟୁବରୁ ଦେଖିଥିଲେ। ହତ୍ୟା ପରେ ସେମାନେ ମୃତଦେହକୁ ଅନ୍ୟତ୍ର ଫିଙ୍ଗି ଦେଇଥିଲେ ବୋଲି ସନ୍ଦୀପ କହିଛନ୍ତି।

ଜୁଲାଇ ୨୬ରେ ରବୀନ୍ଦ୍ର ଓ ତାଙ୍କ କିଛି ସହଯୋଗୀ ବିକ୍ରମ କାମରୁ ଫେରୁଥିବା ବେଳେ ତାଙ୍କୁ ଗୋଟିଏ କାରରେ ଭର୍ତ୍ତି କରି ଦେଇଥିଲେ। ଏହାପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ତାଙ୍କୁ ମହମ୍ମଦପୁର ଝାର୍ସା ଗାଁରେ ପୋତି ଦେଇଥିଲେ। ଏହାପୂର୍ବରୁ ଯୋଜନା ଅନୁସାରେ ମହମ୍ମଦପୁର ଝାର୍ସା ଗାଁରେ ଅଭିଯୁକ୍ତ ରବୀନ୍ଦ୍ର ତାଙ୍କ ମାମୁ ସନ୍ତରପାଲଙ୍କୁ ଭେଟିବାକୁ ଯାଇଥିଲେ।

ସନ୍ତରପାଲ ଗାଈ ଓ ମଇଁଷି ଚାଷ କରନ୍ତି। ସନ୍ତରପାଲଙ୍କୁ ଦେଖା କରିବା ପରେ ରବୀନ୍ଦ୍ର ଓ ତାଙ୍କ ସାଙ୍ଗମାନଙ୍କ ସହ ମିଶି ବିକ୍ରମଙ୍କୁ ହତ୍ୟା କରିଥିଲେ। ପରେ ରବୀନ୍ଦ୍ରଙ୍କ ନିର୍ଦ୍ଦେଶରେ ସନ୍ତରପାଲ ଖୋଳି ଥିବା ଗାତରେ ମୃତଦେହକୁ ପୋତି ଦେଇଥିଲେ।

ରବୀନ୍ଦ୍ରଙ୍କ ଠାରୁ ସୂଚନା ପାଇବା ପରେ ଉକ୍ତ ଗାତରୁ ରବୀନ୍ଦ୍ରଙ୍କ ମୃତଦେହକୁ ପୁଲିସ୍‌ ବାହାର କରିଛି। ଏସବୁ ଘଟଣା ବେଳେ ସୋନି ଦେବୀ ନିୟମିତ ଭାବେ ରବୀନ୍ଦ୍ରଙ୍କ ସହ ଯୋଗାଯୋଗରେ ରହିଥିଲେ। ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ସୋନି ଦେବୀ ଜୁଲାଇ ୨୮ରେ ପ୍ରଥମେ ନିଖୋଜ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତଦନ୍ତ କରି ପୂରା ଘଟଣା ଉପରୁ ପରଦା ହଟାଇଛି।

ସୋନି ଦେବୀ, ରବୀନ୍ଦ୍ରଙ୍କ ବ୍ୟତୀତ ପୁଲିସ୍‌ ୧୯ ବର୍ଷୀୟ ମନୀଷ ଓ ୨୦ ବର୍ଷୀୟ ଫରିୟାଦଙ୍କୁ ଗିରଫ କରିଛି। ଶନିବାର ଠାରୁ ଏମାନେ ଗିଫ ହୋଇଥିବା ବେଳେ ଏବେ ପୁଲିସ୍‌ ୬୦ ବର୍ଷୀୟ ସନ୍ତରପାଲଙ୍କୁ ମଧ୍ୟ ବାନ୍ଧିଛି।

Murder Crime Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe