Advertisment

ଯୁବତୀଙ୍କ ମୃତଦେହକୁ ୩୦ ଖଣ୍ଡ କରି ଫ୍ରିଜରେ ରଖିଥିଲେ

ଆପାର୍ଟମେଣ୍ଟର ଗୋଟିଏ ରୁମ ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ତେଣୁ ପଡ଼ୋଶୀମାନେ ଏହାର ଯାଞ୍ଚ କରିବାକୁ ପୁଲିସ୍‌କୁ ଡାକିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

author-image
Hemant Lenka
Fridge

Fridge

ଫ୍ରିଜ ଭିତରୁ ମିଳିଲା ଜଣେ ୨୬ ବର୍ଷୀୟ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ମୃତଦେହକୁ ୩୦ ଖଣ୍ଡ କରି ଫ୍ରିଜ ଭିତରେ ରଖାଯାଇଥିଲା। ବେଙ୍ଗାଲୁରୁର ଭୟାଲିକାଭାଲ ଠାରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଏପରି ଘଟଣା ଘଟିଛି।

Advertisment

ଏଠାରେ ଥିବା ଆପାର୍ଟମେଣ୍ଟର ଗୋଟିଏ ରୁମ ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ତେଣୁ ପଡ଼ୋଶୀମାନେ ଏହାର ଯାଞ୍ଚ କରିବାକୁ ପୁଲିସ୍‌କୁ ଡାକିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଅତିରିକ୍ତ ପୁଲିସ କମିଶନର(ପଶ୍ଚିମ) ସତୀଶ କୁମାର କହିଛନ୍ତି, ମୃତକଙ୍କୁ ଚିହ୍ନଟ କରାଯାଇଛି। ଲାଗୁଛି ବେଶ କିଛି ଦିନ ହେବ ମୃତଦେହକୁ ଖଣ୍ଡବିଖଣ୍ଡିତ କରି ଫ୍ରିଜରେ ରଖାଯାଇଥିଲା। ଯୁବତୀ ଜଣଙ୍କ ବେଙ୍ଗାଲୁରୁରେ ରହୁଥିଲେ। କିନ୍ତୁ ସେ ଆଉ ଗୋଟିଏ ରାଜ୍ୟର ମୂଳବାସିନ୍ଦା।

Advertisment

ସନ୍ଧାନୀ କୁକୁର, ଫରେନ୍ସିକ ଟିମ ଓ ଫିଙ୍ଗର ଫ୍ରିଣ୍ଟ ଟିମକୁ ତଦନ୍ତରେ ସାମିଲ କରାଯାଇଛି। ଆପାର୍ଟମେଣ୍ଟର ଗୋଟିଏ ୱାନ ବିଏଚ୍‌କେ ରୁମରୁ ମୃତଦେହ ମିଳିଛି। ରୁମରେ ଥିବା ଫ୍ରିଜରେ ଯୁବତୀଙ୍କ ମୃତଦେହକୁ ଖଣ୍ଡବିଖଣ୍ଡିତ କରି ରଯାଇଥିଲା।

ପୁଲିସ୍‌ ଟିମ ସେଠାରେ ପହଞ୍ଚିଲା ବେଳକୁ ୧୬୫ ଲିଟର ସିଙ୍ଗଲ ଡୋର ଫ୍ରିଜ ଚାଲୁ ରହିଥିଲା। ଏହାକୁ ଖୋଲିଲା ବେଳକୁ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିଲା। ଏଥିରେ ପୋକ ମଧ୍ୟ ଚାଲୁଥିଲେ। ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି ଓ ପରବର୍ତ୍ତୀ ଅବସ୍ଥାରେ ଘଟଣା ସମ୍ପର୍କରେ ଅଧିକ ସୂଚନା ଦିଆଯିବ ବୋଲି କୁମାର କହିଛନ୍ତି।

Bengaluru