Advertisment

ବିଶ୍ୱବିଦ୍ୟାଳୟ ପାଣି ଟାଙ୍କିରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଦିଲ୍ଲୀ ଗ୍ରେଟର ନୋଏଡାରେ ଥିବା ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପାଣି ଟାଙ୍କିରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଅଦ୍ୟତନ ହୋଇଛି
Gautam Buddha University

Gautam Buddha University

Advertisment

ଦିଲ୍ଲୀ ଗ୍ରେଟର ନୋଏଡାରେ ଥିବା ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପାଣି ଟାଙ୍କିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଷ୍ଟାଫ୍ କ୍ୱାର୍ଟର୍ସ ବିଲଡିଂରେ ଥିବା ପାଣି ଟାଙ୍କିରେ ପଡ଼ିଥିଲା ଏହି ମୃତଦେହ। ଏହି ଘଟଣା ପରେ କ୍ୟାମ୍ପସ ପରିସରରେ ଭୟର ବାତାବରଣ ଖେଳି ଯାଇଛି।

Advertisment

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ମହିଳା ଜଣକ ସେଠାରେ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ସହ ରହୁଥିଲେ। ସ୍ୱାମୀ ଓ ଶାଶୁ ତାଙ୍କୁ ହତ୍ୟା କରି ପାଣି ଟାଙ୍କିରେ ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି। ମୃତ ମହିଳାଙ୍କ ସ୍ୱାମୀ ଓ ଶାଶୁ ଫେରାର୍ ହୋଇଯାଇଥିବାରୁ ପୁଲିସ ଏଭଳି ସନ୍ଦେହ କରୁଛି। 

ପୁଲିସ ଉଭୟଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତି ଆରମ୍ଭ କରିଛି। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ମୃତ ମହିଳାଙ୍କ ସ୍ୱାମୀ ନିକଟରେ ଥିବା JIMS ହସ୍ପିଟାଲରେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହୋଇଥାଏ ବୋଲି ସ୍ଥାନୀୟ ଲୋକେ ପୁଲିସକୁ କହିଛନ୍ତି। ରବିବାର ରାତିରେ ମଧ୍ୟ ଝଗଡ଼ା ହୋଇଥିଲା। ଏହି ସମୟରେ ମହିଳାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Advertisment

ବରିଷ୍ଠ ପୁଲିସ ଅଧିକାରୀ ଶିବହରି ମୀନା କହିଛନ୍ତି, ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅଭିଯୁକ୍ତ ସ୍ୱାମୀ ଓ ଶାଶୁଙ୍କୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରାଯାଇଛି। ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି। ଖୁବ୍ ଶୀଘ୍ର ହତ୍ୟା ପଛର କାରଣ ଉନ୍ମୋଚନ ହେବ। 

Murder Crime Noida University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe