/odisha-reporter/media/post_attachments/uploadimage/library/16_9/16_9_0/Stop_Rape__1693219264.jpg)
Stop Rape
ଗାଜିଆବାଦରୁ ଆସିଛି ବିଚଳିତ କରିବା ଭଳି ଘଟଣା। ଏଠାକାର ଗୋଟିଏ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଆପାର୍ଟମେଣ୍ଟର ବେସ୍ମେଣ୍ଟରେ ପୂରା ଘଟଣା ଘଟିଥିବା ବେଳେ ପୁଲିସ୍ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି। ।
ମିଳଥିବା ସୂଚନା ଅନୁସାରେ, ପୂରା ଘଟଣା କ୍ରସିଂ ରିପବ୍ଲିକ ପୁଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଥିଲା। ଘଟଣା ପରେ ପୀଡ଼ିତା ଜଣଙ୍କ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ପୁଲିସ୍ ସିକ୍ୟୁରିଟି ସୁପରଭାଇଜର ଅଜୟକୁ ଗିରଫ କରିଛି। ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ ପୁଲିସ୍ ଖୋଜିବାରେ ଲାଗିଛି।
ପୀଡ଼ିତାଙ୍କ ଅବସ୍ଥା ଏବେ ଭଲ ନଥିବାରୁ ତାଙ୍କ ଠାରୁ ପୁଲିସ୍ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ପାଇ ପାରିନାହିଁ। ସେ ସୁସ୍ଥ ହେବା ପରେ ପୁଲିସ୍ ତାଙ୍କ ବୟାନ ରେକର୍ଡ କରିବ ବୋଲି କହିଛି।
ପୀଡ଼ିତାଙ୍କ ଘର ଝାରଖଣ୍ଡରେ। ସେ ଏଠାରେ ତାଙ୍କ ସମ୍ପର୍କୀୟ ମାଉସୀଙ୍କ ଘରେ ରୁହନ୍ତି। ନିକଟରେ ସେ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିବା ଆରମ୍ଭ କରିଥିଲେ। ତେବେ ରବିବାର ଅଜୟ ଓ ତା’ର ୩ ସାଙ୍ଗ ମହିଳା ସିକ୍ୟୁରିଟି ଗାର୍ଡଙ୍କ ପାଖରେ ପହଞ୍ଚିଥିଲେ। ସେ କିଛି ବୁଝିବା ଆଗରୁ ୪ ଜଣ ଯାକ ତାଙ୍କୁ ବେସମେଣ୍ଟକୁ ନେଇ ଯାଇଥିଲେ। ସେଠାରେ ଜଣଙ୍କ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ।
ଘଟଣା ପରେ ଅଭିଯୁକ୍ତମାନେ ସେଠାରୁ ଖସି ଚାଲି ଯାଇଥିଲେ। ତେବେ ଏପରି ଏକ ଭୟଙ୍କର ଘଟଣାରେ ମର୍ମାହତ ହୋଇଥିବା ପୀଡ଼ିତା ଜଣଙ୍କ ବିଷ ପିଇ ଦେଇଥିଲା। ଅନ୍ୟ ସହଯୋଗୀମାନେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇ ଯାଇଥିଲେ। ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
