Advertisment

ବାପାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଯୁବତୀ, ଜୀବନ୍ତ ଜାଳିଦେଲା ପୁଅ

ଯୁବତୀ ଜଣଙ୍କ ମଙ୍ଗିଲାଲ ବାଲାଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏଥିପାଇଁ ତାଙ୍କୁ ଅକ୍ଟୋବର ୭ରେ ଗିରଫ କରାଯାଇଥିଲା।

author-image
Hemant Lenka
Fire

Fire

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଜଣେ ଯୁବତୀଙ୍କୁ ଜୀବନ୍ତ ଜାଳି ଦେଇ ହତ୍ୟା କରିଛି ଜଣେ ୧୯ ବର୍ଷୀୟ ପିଲା। ଯୁବତୀ ଜଣଙ୍କ ପିଲାଟିର ବାପାଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିଥିଲେ।

Advertisment

ବାସ୍‌ ଏହାର ପ୍ରତିଶୋଧ ନେବାକୁ ଏପରି ଜଘନ୍ୟକାଣ୍ଡ ଘଟାଇଛି ୧୯ ବର୍ଷୀୟ ପିଲା। ଘଟଣାଟି ମଧ୍ୟପ୍ରଦେଶର ଖଣ୍ଡୱା ଠାରେ ଅକ୍ଟୋବର ୧୨ରେ ଘଟିଥିଲେ ବେଳେ ଶୁକ୍ରବାର ଏ ସମ୍ପର୍କରେ ପୁଲିସ୍ ସୂଚନା ଦେଇଛି।

ଏସ୍‌ପି ମନୋଜ କୁମାର ରାୟଙ୍କ କହିବା କଥା ଯେ ଯୁବତୀ ଜଣଙ୍କ ଗୁରୁବାର ରାତିରେ ଇନ୍ଦୋରରେ ଥିବା ସରକାରୀ ମହାରାଜ ଯଶବନ୍ତରାଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଯୁବତୀ ଜଣଙ୍କ ମଙ୍ଗିଲାଲ ବାଲାଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏଥିପାଇଁ ତାଙ୍କୁ ଅକ୍ଟୋବର ୭ରେ ଗିରଫ କରାଯାଇଥିଲା।

Advertisment

ହେଲେ ସେ ଅକ୍ଟୋବର ୮ରେ ଜାମିନରେ ଖଲାସ ହୋଇଥିଲେ। ଜାମିନ ପାଇଥିଲେ ହେଁ ତାଙ୍କ ବିରୋଧରେ କେସ ଚାଲିଥିଲା। ଏସବୁ ଭିତରେ ମଙ୍ଗିଲାଲଙ୍କ ପୁଅ ଅର୍ଜୁନ ଯୁବତୀଙ୍କ ପାଖରେ ପହଞ୍ଚିବା ସହ ‌ଅଭିଯୋଗ ପ୍ରତ୍ୟାହାର କରିନେବାକୁ ଧମକ ଦେଇଥିଲା।

ଯୁବତୀ ଜଣଙ୍କ କିଛି ନ ଶୁଣିବାରୁ ସେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଏଥିଯୋଗୁ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ପୁଲିସ ମଧ୍ୟ ହତ୍ୟା ଉଦ୍ୟମ ମାମଲା କରି ଅର୍ଜୁନକୁ ଗିରଫ କରିଥିଲା। ହେଲେ ଏବେ ଯୁବତୀଙ୍କର ମୃତ୍ୟୁ ହେବା ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଛି।

Crime Madhya Pradesh