Advertisment

ଘରେ ପଶି ଗୁଳି ମାଡ଼ କଲା ପ୍ରେମିକର ଭାଇ, ଆଉ ତା’ ପରେ..

ଘଟଣା ପରେ ଯୁବତୀଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Hemant Lenka
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଭୟଙ୍କର ଘଟଣା। ଘରେ ପଶି ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ଗୁଳି କରିଛନ୍ତି ଦୁଇ ଜଣ ବ୍ୟକ୍ତି । ଗୁଳି କରିଥିବା ୨ ଜଣଙ୍କ ମଧ୍ୟରେ ଜଣେ ହେଉଛନ୍ତି ଯୁବତୀ ଜଣଙ୍କ ଭଲ ପାଉଥିବା ବ୍ୟକ୍ତିଙ୍କ ଭାଇ। ଦିଲ୍ଲୀର ଜୈତପୁର ଅଞ୍ଚଳରେ ଏପରି ଘଟଣା ଘଟିଛି। ପୁଲିସ୍‌ କହିଛି ଯେ ଯୁବତୀଙ୍କୁ ତାଙ୍କ ପ୍ରେମିକର ଭାଇ ହିଁ ଗୁଳି କରିଛି। ଆଉ ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ସହ ଯୁବତୀଙ୍କ ଘରେ ଧସେଇ ପଶିଥିଲା।

Advertisment

ଘଟଣା ପରେ ଯୁବତୀଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ପୁଲିସ୍‌ର କହିବା କଥା ଯେ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ପୂରା ଘଟଣା ଘଟିଛି। ଦୁଇ ଜଣ ଶୁଟର ମାସ୍କ ପିନ୍ଧି ବଳପୂର୍ବକୁ ଯୁବତୀଙ୍କ ଘର ଭିତରେ ପସିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ୨୪ ବର୍ଷୀୟ ପୂଜା ଯାଦବଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ।

Advertisment

ଗୁଳିମାଡ଼ ଶବ୍ଦ ଶୁଣି ଗାଁ ଲୋକ ଘଟଣ ସ୍ଥଳକୁ ଦୌଡ଼ିବା ସହ ୨ ଶୁଟରଙ୍କ ପିଛା କରିଥିଲେ। ସେମାନେ ଖସିଯିବାକୁ ଚେଷ୍ଟା କରିଥିଲେ ହେଁ ଗାଁ ଲୋକମାନେ ସେମାନଙ୍କ ଗାଡ଼ିକୁ ଅଟକାଇ ଦେଇଥିଲେ। ତେବେ ଦୁଇ ଶୁଟର ବାଇକ ଛାଡ଼ି ଦୌଡ଼ି ଚାଲି ପଳାଇଥିଲେ। 

ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବାଇକକୁ ଜବତ କରିଥିଲା। ଘଟଣାର ତଦନ୍ତ କରି ଆଜି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ରକି। ସେ ହେଉଛି ପୂଜା ଭଲ ପାଉଥିବା କ୍ରିଷ୍ଣାର ଭାଇ।

ପୂଜା ଓ କ୍ରିଷ୍ଣାଙ୍କ ଭଳ ପାଇବାକୁ ରକି ଗ୍ରହଣ କରୁ ନଥିଲା। ବାରମ୍ବାର ବୁଝାଇବା ପରେ ମଧ୍ୟ ପୂଜା କିମ୍ବା କ୍ରିଷ୍ଣା ପରସ୍ପରକୁ ଛାଡ଼ି ନଥିଲେ। ତେଣୁ ସେ ପୂଜାଙ୍କୁ ଗୁଳି କରିଥିବା ଜଣାପଡ଼ିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରିଷ୍ଣାଙ୍କର ବୟସ ୩୭। ସେ ବିବାହିତ ଓ ତାଙ୍କର ୪ ଜଣ ପିଲା ମଧ୍ୟ ରହିଛନ୍ତି। କ୍ରିଷ୍ଣା ଯେଉଁଠି କାମ କରୁଥିଲେ, ସେଠାରେ ପୂଜା ମଧ୍ୟ ଚାକିରି କରୁଥିଲେ। ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଏକଥା ରକି ଜାଣିବା ପରେ ଘୋର ବିରୋଧ କରିଥିଲା। ଶେଷରେ ପୂଜା ବାଧ୍ୟ ହୋଇ ସେଠାରୁ ଚାକିରି ଛାଡ଼ିଥିଲେ। ଚାକିରି ଛାଡ଼ିବା ପରେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଏଥିରେ ଉତକ୍ଷିକ୍ତ ହୋଇ ରକି ଶୁକ୍ରବାର ପୂଜାଙ୍କୁ ଗଳି କରି ହତ୍ୟା କରିଛି।

Delhi Shot Dead