Advertisment

ଅସୁସ୍ଥ ପୁଅ ପାଖରେ ଶୋଇଥିଲେ ମା’, ହସ୍ପିଟାଲର ୱାର୍ଡ ବୟ କଲା ଏମିତି କାମ

ହସ୍ପିଟାଲରେ ୱାର୍ଡ ବୟ ଭାବେ କାମ କରୁଥିବା ଅଭିଯୁକ୍ତ ତନୟ ପାଲ(୨୬) ରାତି ବେଳେ ପିଲାମାନଙ୍କ ପାଇଁ ଥିବା ୱାର୍ଡରେ ପଶିଥିଲା। ଏହାପରେ ସେ ଅସୁସ୍ଥ ପୁଅ ପାଖରେ ଶୋଇଥିବା ମହିଳାଙ୍କ ପାଖକୁ ଯାଇଥିଲା।

ଅଦ୍ୟତନ ହୋଇଛି
Hospital

Hospital

Advertisment

ପୁଣି କୋଲକାତାର ଗୋଟିଏ ହସ୍ପିଟାଲରେ ଘଟିଛି ଲଜ୍ଜାଜନକ ଘଟଣା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅସୁସ୍ଥ ପୁଅ ପାଖରେ ଶୋଇଥିବା ମା’ ହୋଇଛନ୍ତି ଅସଦାଚରଣର ଶିକାର। ହସ୍ପିଟାଲର ଜଣେ କର୍ମଚାରୀ ୱାର୍ଡ ଭିତରେ ହିଁ ୨୬ ବର୍ଷୀୟ ମହିଳାଙ୍କ ସହ ଏପରି କାଣ୍ଡ ଘଟାଇଛି।

Advertisment

ମହିଳା ଜଣଙ୍କ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ କୋଲକାତାର ଇନଷ୍ଟିଚ୍ୟୁଟ ଅଫ ହେଲଥ(ଆଇସିଏଚ୍‌)ରେ ତାଙ୍କ ପୁଅର ଚିକିତ୍ସା ଚାଲିଛି। ସେ ହସ୍ପିଟାଲର ୱାର୍ଡରେ ଅସୁସ୍ଥ ପୁଅ ପାଖରେ ଶୋଇଥିବା ବେଳେ ପୂରା ଘଟଣା ଘଟିଛି।

ହସ୍ପିଟାଲରେ ୱାର୍ଡ ବୟ ଭାବେ କାମ କରୁଥିବା ଅଭିଯୁକ୍ତ ତନୟ ପାଲ(୨୬) ରାତି ବେଳେ ପିଲାମାନଙ୍କ ପାଇଁ ଥିବା ୱାର୍ଡରେ ପଶିଥିଲା। ଏହାପରେ ସେ ଅସୁସ୍ଥ ପୁଅ ପାଖରେ ଶୋଇଥିବା ମହିଳାଙ୍କ ପାଖକୁ ଯାଇଥିଲା।

Advertisment

ସେ ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲା। ଏଥିସହ ମହିଳାଙ୍କୁ ଉଲଗ୍ନ କରି ଦେଇଥିଲା। ଅଭିଯୁକ୍ତ ଜଣକ ପୂରା ଘଟଣାକୁ ମୋବାଇଲରେ ମଧ୍ୟ ରେକର୍ଡ କରିଥିବା ଅଭିଯୋଗରେ ମହିଳା ଜଣଙ୍କ ଦର୍ଶାଇଛନ୍ତି।

ଅଭିଯୋଗ ପାଇବ ପରେ କୋଲକାତା ପୁଲିସ୍‌ ଏଫଆଇଆର ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ୍‌ ଅପରାଧରେ ବ୍ୟବହାର ହୋଇଥିବା ମୋବାଇଲକୁ ଜବତ କରି ଫରେନ୍ସିକ ଯାଞ୍ଚ ପାଇ ପଠାଇଛନ୍ତି। ଗିରଫ ପରେ ତନୟ ପାଲକୁ ପୁଲିସ୍ ସ୍ଥାନୀୟ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଛି।

Hospital Stop Rape Kolkata Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe