Advertisment

ପ୍ରେମିକାକୁ ୨୦ ଥର ଛୁରୀ ଭୁଶି ହତ୍ୟା; ପ୍ରେମିକ ଗିରଫ

ମୁମ୍ବାଇର ଏକ ରେଳ ଷ୍ଟେସନ ବୁଦା ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଅଦ୍ୟତନ ହୋଇଛି
Yashashree Shinde & Dawood Sheikh

Yashashree Shinde & Dawood Sheikh

Advertisment

ମୁମ୍ବାଇର ଏକ ରେଳ ଷ୍ଟେସନ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ପ୍ରେମିକକୁ କର୍ଣ୍ଣାଟକ ଶାହପୁରରୁ ଗିରଫ କରିଛି ପୁଲିସ।

Advertisment

ଦୁଇ ଦିନ ତଳେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଆଜି ପୁଲିସ ଅଭିଯୁକ୍ତ ଦାଉଦ ଶେଖଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡର ପ୍ରକୃତ କାଣର ଜଣାପଡି ନଥିଲେ ମଧ୍ୟ ପ୍ରେମ ବ୍ୟାପାର ହୋଇ ଥାଇପାରେ ବୋଲି ନାଭି ମୁମ୍ବାଇ କ୍ରାଇମବ୍ରାଞ୍ଚ ଡିସିପି ଅମିତ କାଲେ କହିଛନ୍ତି।

ସୂଚନା ଅନୁସାରେ, ମୃତ ଯୁବତୀ ହେଉଛନ୍ତି ୨୦ ବର୍ଷୀୟ ଯଶଶ୍ରୀ ସିନ୍ଦେ। ତାଙ୍କ ଘର ନାଭି ମୁମ୍ବାଇର ଉରାନରେ। ସେ ବେଲାପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଜୁଲାଇ ୨୫ରେ ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ନିଖୋଜ ମାମଲା ଦାଖଲ କରିଥିଲେ।

Advertisment

ବେଙ୍ଗାଲୁରୁ ବାସିନ୍ଦା ଦାଉଦ ଜୁଲାଇ ୨୨ରେ ଯଶଶ୍ରୀଙ୍କୁ ଉରାନରେ ଭେଟିଥିବା ପରିବାର ଲୋକେ ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏହାକୁ ଆଧାର କରି ପୁଲିସ ଏକ ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା। ନିକଟରେ ଉରାନ ରେଳ ଷ୍ଟେସ ନିକଟରେ ଥିବା ବୁଦା ଭିତରେ ଏକ ମୃତଦେହକୁ କୁକୁର ଖାଉଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଉକ୍ତ ମୃତଦେହ ଯଶଶ୍ରୀଙ୍କର ବୋଲି ଚିହ୍ନଟ କରିଥିଲା।

ମୃତଦେହରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଇଥିଲା। ପୋଷ୍ଟମୋର୍ଟମ ରିପୋର୍ଟ ଅନୁସାରେ, ଯଶଶ୍ରୀଙ୍କ ପେଟକୁ କୋଡିଏ ଥର ଛୁରୀ ଭୁଶି ହତ୍ୟା କରାଯାଇଥିଲା। ଏହାକୁ ଆଧାର କରି ପୁସିସ କର୍ଣ୍ଣାଟକରୁ ଦାଉଦଙ୍କୁ ଗିରଫ କରିଛି। ଦାଉଦ ମଧ୍ୟ ଯଶସ୍ୱୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।

କିନ୍ତୁ କେଉଁ କାରଣରୁ ହତ୍ୟା କରିଛନ୍ତି, ସେ ବିଷୟରେ ମାନି ନଥିବା ପୁଲିସ କହିଛି। ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରେମ ବ୍ୟାପାର କାରଣରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। 

Uran Murder Navi Mumbai MURDER CASE Crime Mumbai Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe