Advertisment

କଟକରେ ପାର୍ଲର ଭିତରେ ମହିଳାଙ୍କୁ ଛୁରାମାଡ଼

ଆହତ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Attack

Attack

Advertisment

କଟକରେ ଆଜି ଜଣେ ମହିଳାଙ୍କୁ ଛୁରାମାଡ଼ ହୋଇଛି। ଦୋଳମୁଣ୍ଡାଇ ଛକରେ ଥିବା ଏକ ପାର୍ଲର ଭିତରେ ତାଙ୍କୁ ଛୁରାମାଡ଼ କରାଯାଇଛି। ଜଣେ ଯୁବକ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି। ଆହତ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଛୁରାମାଡ଼ରେ ଆହତ ମହିଳାଙ୍କ ନାଁ ସୁଚିତ୍ରା ଖଟୁଆ। ତାଙ୍କ ଘର କଟକର ପୁରୀଘାଟ ଅଞ୍ଚଳରେ। ସେ ବିବାହିତା। ଦୀର୍ଘ ବର୍ଷ ହେବ ଦୋଳମୁଣ୍ଡାଇ ଛକରେ ଥିବା ଏକ ପାର୍ଲରରେ ସେ କାମ କରୁଛନ୍ତି। ତାଙ୍କୁ ଯୁବକ ଜଣଙ୍କ କାହିଁକି ଆକ୍ରମଣ କଲେ,ତାହା ଜଣାପଡ଼ିନାହିଁ।

ପୁରୀଘାଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଘଟଣାର ତଦନ୍ତ କରୁଛି। 

Advertisment
Cuttack Stabbed To Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe