Advertisment

କ୍ଷୀର ଦେଲା ବେଳେ ନବଜାତର ତଣ୍ଟି ଚିପି ଦେଲା ମା’

କ୍ଷୀର ଖାଇବାକୁ ଦେଉଥିବା ବେଳେ ମା’ ଜଣଙ୍କ ତା’ର ନବଜାତ ଶିଶୁ କନ୍ୟାକୁ ମାରି ଦେଇଛି।

Newborn

Newborn

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଜନ୍ମ ହେବାର ୬ ଦିନ ପରେ ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି ମା’। କ୍ଷୀର ଖାଇବାକୁ ଦେଉଥିବା ବେଳେ ମା’ ଜଣଙ୍କ ତା’ର ନବଜାତ ଶିଶୁ କନ୍ୟାକୁ ମାରି ଦେଇଛି। ୨୮ ବର୍ଷୀୟ ମା’ ଜଣଙ୍କ ୪ଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାରୁ ସମାଜର ଲାଞ୍ଛନା ଭୟରେ ଏପରି ପଦକ୍ଷେପ ନେଇଥିବା ପୁଲିସ୍‌ କହିଛି। ପୁଲିସ୍‌ ନବଜାତ ଶିଶୁ କନ୍ୟାର ମୃଦେହକୁ ଜବତ କରିଛି ଓ ମା’ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

Advertisment

ପୁଲିସର କହିବା କଥା ଯେ ଶୁକ୍ରବାର ସକାଳେ ପଶ୍ଚିମ ଦିଲ୍ଲୀରେ ଥିବା ଖାୟାଲ ପୁଲିସ୍‌ ଷ୍ଟେସକୁ ଗୋଟିଏ ଫୋନ ଆସିଥିଲା। ଫୋନ କରିଥିବା ଲୋକ ଜଣଙ୍କ କହିଥିଲେ ଯେ ୬ ଦିନ ତଳେ ଜନ୍ମ ଗ୍ରହଣ କରିଥିବା ଜଣେ ଶିଶୁ କନ୍ୟା ନିଖୋଜ ହୋଇଯାଇଛି। ଖବର ପାଇ ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ନିଖୋଜ ଶିଶୁ କନ୍ୟାର ମା’ଙ୍କ ସହ କଥା ହୋଇଥିଲା।

ଗୁରୁବାର ହସ୍ପିଟାଲର ସେ ଡିସଚାର୍ଜ ହୋଇଥିଲେ ଓ କନ୍ୟା ସନ୍ତାନକୁ ଧରି ବାପ ଘରକୁ ଚାଲି ଯାଇଥିଲା। ସେଠାରେ ସେ ବିଳମ୍ବିତ ରାତିରେ ଶିଶୁ କନ୍ୟାକୁ କ୍ଷୀର ଖୁଆଇବା ବେଳେ ଶୋଇ ପଡ଼ିଥିଲେ। ତାଙ୍କ ନିଦ ଭାଙ୍ଗିଲା ବେଳକୁ ଶିଶୁ କନ୍ୟାଟି ବେଡରେ ନଥିବା ସେ ଦେଖିବାକୁ ପାଇଥିବା ପୁଲିସ୍‌କୁ କହିଥିଲେ।

Advertisment

ଏହି ସୂଚନା ପାଇବା ପରେ ପୁଲିସ୍‌ ପଡ଼ୋଶୀଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରିଥିଲା। ପୁଲିସର ଯାଞ୍ଚ ଚାଲିଥିବା ବେଳେ ୨୮ ବର୍ଷୀୟ ମା’ ଶିବାନୀ ଷ୍ଟିଚେସ ଖୋଲିବାକୁ ହସ୍ପିଟାଲ ଯିବାକୁ ଚାହିଁଥିଲେ। ଏହା ପୁଲିସ୍‌କୁ ଅଜବ ଲାଗିଥିଲା। ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ପୁଲିସ୍‌ ତାଙ୍କୁ ଅଟକାଇ ନଥିଲା।

ସେ ହସ୍ପିଟାଲ ଯାଇଥିବା ବେଳେ ପୁଲିସ୍‌ ସର୍ଚ୍ଚ ଅପରେସନ ଜାରି ରଖିଥିଲା। ଏତିକି ବେଳେ ଶିବାନୀଙ୍କ ଘରକୁ ଲାଗିଥିବା ଘରର ଛାତ ଉପରେ ଗୋଟିଏ ବ୍ୟାଗ ମିଳିଥିଲା। ଏହାକୁ ଖୋଲିଲା ବେଳକୁ ତା’ ମଧ୍ୟରେ ଶିଶୁ କନ୍ୟା ଜଣଙ୍କ ନିସ୍ତେଜ ଅବସ୍ଥାରେ ପଡ଼ି ରହିଥିଲା। ତୁରନ୍ତ ତା’କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେତେବେଳକୁ ଶିଶୁ କନ୍ୟାର ମୃତ୍ୟୁ ହୋଇ ସାରିଥିଲା।

ପୁଲିସ୍‌ ମୃତ୍ୟୁର କାରଣ ଖୋଜୁ ଥିବା ବେଳେ ମା’ର ବ୍ୟବହାର ସନ୍ଦେହ ଘେରକୁ ଆସିଥିଲା। ପୁଲିସ ତାଙ୍କୁ ଜେରା କରିବା ପରେ ସେ କାନ୍ଦିବା ଆରମ୍ଭ କରିଥିଲେ ଓ ଶେଷରେ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।

ମା’ ଜଣଙ୍କ କହିଛନ୍ତି ଯେ ଏହି ନବଜାତ ଜଣକ ତାଙ୍କର ୪ର୍ଥ ଶିଶୁ କନ୍ୟା। ସେମାନଙ୍କ ମଧ୍ୟରୁ ୨ଜଣ ପୂର୍ବରୁ ହିଁ ପ୍ରାଣ ହରାଇ ସାରିଛନ୍ତି। ବାରମ୍ବାର ଝିଅ ଜନ୍ମ କରୁଥିବାରୁ ତାଙ୍କୁ ଅନେକ ଲୋକ ଅନେକ କଥା କହୁଥିଲେ। ଶିଶୁ କନ୍ୟାକୁ କ୍ଷୀର ଖାଇବାକୁ ଦେଉଥିବା ବେଳେ ତାଙ୍କ ମୁଣ୍ଡରେ ସେସବୁ କଥା ପଶିଥିଲା। ଫଳରେ ସେ ନିଜ ଝିଅର ତଣ୍ଟି ଚିପି ଦେଇଥିଲେ।

ଏହାପରେ ସେ ଗୋଟିଏ ବ୍ୟାଗରେ ମୃତଦେହକୁ ଭର୍ତ୍ତି କରି ଘର ନିକଟ ଛାତକୁ ଫିଙ୍ଗି ଦେଇଥିଲେ। ଘଟଣା ପରେ ସେ ରାତି ତମାମ ଶୋଇ ପାରି ନଥିଲେ। ଶେଷରେ ପରିବାର ଲୋକଙ୍କୁ ଝିଅ ନିଖୋଜ ହୋଇଯାଇଥିବା କହିଥିଲେ। ଏହି ସୂଚନା ପାଇବା ପରେ ଶିଶୁ କନ୍ୟାର ବ୍ୟବଚ୍ଛେଦ କରାଯାଇଥିଲା। ତଣ୍ଟି ଚିପି ତା’କୁ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

Delhi Newborn Die
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe