Advertisment

ପ୍ରେମିକାକୁ ନେଇ ପୁଅ ଫେରାର, ମା’କୁ ଉଲଗ୍ନ କରି ପିଟିଲେ ଝିଅ ଘର ଲୋକ

ମହିଳାଙ୍କ ପୁଅ ଓ ଗୋଟିଏ ଝିଅ ପରସ୍ପରକୁ ଭଲ ପାଉଥିଲେ। ପୁଅ ନିଜର ପ୍ରେମିକା ସହ ଫେରାର ହୋଇଯାଇଛି।

Police

Police

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଜଣେ ମହିଳାଙ୍କୁ କିଛି ଲୋକ ଘରୁ ଘୋଷାଡ଼ି ଆଣିବା ସହ ଉଲଗ୍ନ କରି ଖୁଣ୍ଟିରେ ବାନ୍ଧି ପ୍ରବଳ ପିଟିଛନ୍ତି। ମହିଳାଙ୍କ ପୁଅ ଓ ଗୋଟିଏ ଝିଅ ପରସ୍ପରକୁ ଭଲ ପାଉଥିଲେ। ପୁଅ ନିଜର ପ୍ରେମିକା ସହ ଫେରାର ହୋଇଯାଇଛି। ଏଥିପାଇଁ ଝିଅ ଘର ଲୋକ ପୁଅର ମା’ ଉପରେ ସବୁ ରାଗ ଶୁଝାଇଛନ୍ତି। କର୍ଣ୍ଣାଟକାର ବେଲାଗାଭିରେ ଘଟିଥିବା ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।

Advertisment

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଗୃହମନ୍ତ୍ରୀ ଜି ପରମେଶ୍ୱର ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ପୁଲିସ୍‌ କହିଛି ଯେ ପୀଡ଼ିତାଙ୍କ ପୁଅ ଗୋଟିଏ ଝିଅ ପରସ୍ପରକୁ ଭଲ ପାଉଥିଲେ। ରବିବାର ସେମାନେ ଫେରାର ହୋଇଯାଇଛନ୍ତି। ଏହି ଖବର ପାଇବା ପରେ ଝିଅ ଘର ଲୋକ ପୁଅ ଘରେ ପହଞ୍ଚିଥିଲେ। ଏହାପରେ ସେମାନେ ଘର ଭିତରେ ଥିବା ମହିଳାଙ୍କୁ ଘୋଷାଡ଼ି ଆଣିଥିଲେ। ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ କରିବା ସହ ଗୋଟିଏ ଖୁଣ୍ଟରେ ବାନ୍ଧି ପ୍ରବଳ ପିଟିଥିଲେ।

ଘଟଣା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, “କେବଳ ବେଲାଗାଭି ନୁହେଁ, ଆମ ସରକାର ସବୁ ସ୍ଥାନରେ କଠୋର। ଅପରାଧ ଯାହା ବି ହେଉ, ଆମେ ଅପରାଧ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

Advertisment

ଜଣେ ମହିଳାଙ୍କୁ ଉଲଗ୍ନ କରିବା ସହ ଖୁଣ୍ଟରେ ବାନ୍ଧି ମାରିବା ଅମାନୁଷିକତାର ପରିଚୟ। ପୂରା ସମାଜର ମୁଣ୍ଡକୁ ଏହି ଘଟଣା ତଳକୁ କରି ଦେଇଛି। ଆମ ସରକାର କୌଣସି ବି ପରିସ୍ଥିତିରେ ଏହାକୁ ସହ୍ୟ କରିପାରିବ ନାହିଁ। ଏହି ଘଟଣାରେ ଅନେକ ଲୋକ ଗିରଫ ହୋଇଛନ୍ତି। ଆମେ ପୀଡ଼ିତ ପରିବାରଙ୍କୁ ନ୍ୟାୟ ଦେବୁ। ଏହା ଆମ ଦାୟିତ୍ୱ। ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ।”

କର୍ଣ୍ଣାଟକା ଗୃହମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି ଯେ ଘଟଣାରେ ୭ ଜଣ ଲୋକ ସିଧାସଳଖ ସାମିଲ ଥିଲେ। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୀଡ଼ିତା ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଦେଖା କରିବାକୁ ସେ ନିଜେ ଯିବେ ବୋଲି ପରମେଶ୍ୱର କହିଛନ୍ତି।

Congress Karnataka Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe