Advertisment

ବଡ଼ ଭଉଣୀଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହ, ସାନ ଭଉଣୀଙ୍କ ମୁହଁକୁ ଗୁଳି ମାଡ଼

ସୋନୁ ତାଙ୍କ ସାନ ଭଉଣୀ ସୁମାଇଲାଙ୍କ ମୁହଁକୁ ଗୁଳି କରିଛନ୍ତି। ଅବଶ୍ୟ ଏହା ବିଶେଷ କିଛି କ୍ଷତି କରିନି।

Gun

Gun

Advertisment

ସାନ ଭଉଣୀଙ୍କ ମୁହଁକୁ ଗୁଳି ମାଡ଼ କରିଛନ୍ତି ବଡ଼ ଭଉଣୀ। ସନ୍ଦେହରୁ ଘଟିଛି ଏତେ ବଡ଼ ଘଟଣା। ବଡ଼ ଭଉଣୀଙ୍କ ସ୍ୱାମୀଙ୍କ ସହ ସାନ ଭଉଣୀ ଅନୈତିକ ସମ୍ପର୍କ ରଖିଥିବା ଆଶଙ୍କା କରି ଗୁଳି କାଣ୍ଡ ଘଟିଛି। ରାଜଧାନୀ ଦିଲ୍ଲୀରେ ଏତେ ବଡ଼ ଘଟଣା ଘଟିଥିବା ବେଳେ ପୁଲିସ୍‌ ଗୁଳିମାଡ଼ କରିଥିବା ୩୦ ବର୍ଷୀୟ ମହିଳା ସୋନୁଙ୍କୁ ଗିରଫ କରିଛି।

Advertisment

ସୋନୁଙ୍କ ନାଁରେ ହତ୍ୟା ଉଦ୍ୟମ ଓ ଆର୍ମସ ଆକ୍ଟରେ ପୁଲିସ ମାମଲା ରୁଜୁ କରି ଗିରଫ କରିଛି। ଶକ୍ତି ପାର୍କ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁସାରେ, ସୋନୁ ତାଙ୍କ ସାନ ଭଉଣୀ ସୁମାଇଲାଙ୍କ ମୁହଁକୁ ଗୁଳି କରିଛନ୍ତି। ଅବଶ୍ୟ ଏହା ବିଶେଷ କିଛି କ୍ଷତି କରିନି।

ଗୁଳି କେବଳ ତାଙ୍କ ମୁହଁକୁ ଛୁଇଁ ଚାଲି ଯାଇଛି। ଦୁଇ ଭଉଣୀ ଶକ୍ତି ପାର୍କ ନିକଟରେ ଥିବା ବୁଲାନ୍ଦ ମସଜିଦ ଅଞ୍ଚଳରେ ରୁହନ୍ତି। ସୁମାଇଲାଙ୍କ ଆଚରଣ ଓ ବ୍ୟବହାରକୁ ସବୁବେଳେ ବଡ଼ ଭଉଣୀ ସୋନୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ଏପରି କି ତାଙ୍କ ସ୍ୱାମୀଙ୍କ ସହ ସୁମାଇଲା ଅନୈତିକ ସମ୍ପର୍କ ଥିବା ସୋନୁ ଆଶଙ୍କା କରିଥିଲେ। ଏହି ସନ୍ଦେହ ବୁଧବାର ବିସ୍ଫୋରକ ରୂପ ନେଇଥିଲା।

Advertisment

ସୋନୁ ଗୋଟିଏ ଦେଶୀ ବନ୍ଧୁକରେ ୨୦ ବର୍ଷୀୟ ସୁମାଇଲାଙ୍କ ମୁହଁକୁ ଗୁଳି କରିଥିଲେ। ଏହାପରେ ସୁମାଇଲା ତଳେ ପଡ଼ି ଯାଇଥିଲେ। ଏହାର ସୁଯୋଗ ନେଇ ସୋନୁ ତାଙ୍କୁ ବନ୍ଧୁକର ପଛ ପାଖ ଓ ହାତରେ ମାଡ଼ ଚାଲିଥିଲେ। ଆକ୍ରମଣରେ ସୁମାଇଲାଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି। ଏନେଇ ସୁମାଇଲା ନିଜେ ପୁଲିସ୍‌ରେ ଅଭିଯୋଗ କରିବା ସହ ସୋନୁ ତାଙ୍କୁ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିବା ଜଣାଇଛନ୍ତି।

ପୁଲିସ୍‌ ତୁରନ୍ତ ଘଟଣାର ତଦନ୍ତ କରି ସୋନୁଙ୍କୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe