Advertisment

ଶିକ୍ଷୟିତ୍ରୀଙ୍କ ଉଗ୍ର ରୂପ; ନାବାଳିକା ଘରୋଇ ସହାୟିକାଙ୍କୁ ପ୍ରବଳ ପିଟୁଥିଲେ, ଉଦ୍ଧାର କଲା ପୁଲିସ୍‌

ନିଜ ଛୋଟ ଛୁଆର ଯତ୍ନ ନେବା ପାଇଁ ଘରେ ରଖିଥିବା ଜଣେ ନାବାଳିକାଙ୍କ ସହ ଘଟାଇଲେ ଜଘନ୍ୟ କାଣ୍ଡ। ସାମାନ୍ୟ ଭୁଲ ହେଲେ ନାବାଳିକାଙ୍କୁ ପାଇପ୍‌ରେ ନିର୍ଧୂମ ପିଟିବା ସହ ଖାଇବାକୁ ବି ଦେଉ ନ ଥିଲେ।

Minor Girl

Minor Girl

Advertisment

ନିର୍ଯାତନାର ସବୁ ସୀମା ଟପିଗଲେ ଶିକ୍ଷୟିତ୍ରୀ । ଘଟାଇଲେ ବର୍ବର କାଣ୍ଡ । ନିଜ ଛୋଟ ଛୁଆର ଯତ୍ନ ନେବା ପାଇଁ ଘରେ ରଖିଥିବା ଜଣେ ନାବାଳିକାଙ୍କ ସହ ଘଟାଇଲେ ଜଘନ୍ୟ କାଣ୍ଡ। ସାମାନ୍ୟ ଭୁଲ ହେଲେ ନାବାଳିକାଙ୍କୁ ପାଇପ୍‌ରେ ନିର୍ଧୂମ ପିଟିବା ସହ ଖାଇବାକୁ ବି ଦେଉ ନ ଥିଲେ। ଏନେଇ ସୂଚନା ପାଇ ପୁଲିସ୍‌ ନାବାଳିକାଙ୍କୁ ଉଦ୍ଧାର କରିଛି। 

Advertisment

ଏପରି ଏକ ଘଟଣା ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଘଟିଛି। ଏଠାରେ ରହୁଥିବା ଜଣେ ୩୩ ବର୍ଷୀୟା ଶିକ୍ଷୟିତ୍ରୀ ନିଜ ଛୋଟ ଛୁଆର ଯତ୍ନ ନେବାକୁ ଜଣେ ୧୧ ବର୍ଷୀୟା ନାବାଳିକାକୁ ନିଜ ଘରେ ରଖିଥିଲେ। ସେ ସ୍କୁଲ ଚାଲି ଯିବା ପରେ ପିଲାଟିର ସମ୍ପୂର୍ଣ୍ଣ ଦାୟିତ୍ୱ ନାବାଳିକା ବୁଝୁଥିଲେ। 

ଶିକ୍ଷୟିତ୍ରୀଜଣକ ଘରକୁ ଫେରିଲେ, ନାବାଳିକାଙ୍କ ଉପରେ ବିନା କାରଣରେ ଅତ୍ୟାଚାର ଆରମ୍ଭ କରୁଥିଲେ। ତାଙ୍କର ସାମାନ୍ୟ ଭୁଲ୍‌ ଦେଖିଲେ ଶିକ୍ଷୟିତ୍ରୀଜଣକ ତାକୁ ପିଟିବାକୁ ପଛାଉ ନ ଥିଲେ। ଏପରିକି ଦିନ ସାରା ଭୋକିଲା ରଖୁଥିବା ବେଳେ ପ୍ରବଳ କାମ କରାଉଥିଲେ। ନାବାଳିକାଜଣକ କାଳେ ସବୁ କଥା ବାହାରେ ପ୍ରଘଟ କରିଦେବ ସେଥିପାଇଁ  ସେ ତାକୁ ବାହାରକୁ ବି ଛାଡ଼ୁ ନ ଥିଲେ। ଘରେ ଏକ ପ୍ରକାର ବନ୍ଦୀ କରି ରଖୁଥିଲେ।

Advertisment

ଉକ୍ତ ବିଲ୍ଡିଂକୁ କାମ କରିବାକୁ ଯାଉଥିବା ଅନ୍ୟ ମହିଳାମାନେ ଏ ସମ୍ପର୍କରେ ଖବର ପାଇ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ  ପୁଲିସ୍‌ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରିଛି। ପୁଲିସ୍‌ ଏହି ମାମଲାର ତଦନ୍ତ କରୁଥିବା ବେଳେ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।

Delhi Minor Crimes Torture;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe