Advertisment

ଅସଂଯତ ଅବସ୍ଥାରେ ଦେଖିଦେଲା ନାବାଳିକା, ଜୀବନ ନେଇଗଲେ ବିବାହିତ ମହିଳା ଓ ନାବାଳକ ପ୍ରେମିକ

ବିବାହିତ ମହିଳା ଓ ନାବାଳକ ପ୍ରେମିକଙ୍କୁ ଅସଂଯତ ଅବସ୍ଥାରେ ୬ ବର୍ଷର ଝିଅଟି ଦେଖି ଦେଇଥିଲେ। କାଳେ ସେ ଏହି ଅନୈତିକ ସମ୍ପର୍କ ବିଷୟରେ କାହାକୁ କହି ଦେବେ, ସେହି ଭୟରେ ଉଭୟ ତାଙ୍କୁ ହତ୍ୟା କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
UP

UP

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଜଣେ ନାବାଳିକାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ୩୦ ବର୍ଷୀୟ ବିବାହିତ ମହିଳା ଓ ତାଙ୍କର ୧୭ ବର୍ଷୀୟ ପ୍ରେମିକ। ବିବାହିତ ମହିଳା ଓ ନାବାଳକ ପ୍ରେମିକଙ୍କୁ ଅସଂଯତ ଅବସ୍ଥାରେ ୬ ବର୍ଷର ଝିଅଟି ଦେଖି ଦେଇଥିଲେ। କାଳେ ସେ ଏହି ଅନୈତିକ ସମ୍ପର୍କ ବିଷୟରେ କାହାକୁ କହି ଦେବେ, ସେହି ଭୟରେ ଉଭୟ ତାଙ୍କୁ ହତ୍ୟା କରିଛନ୍ତି।

Advertisment

ଉତ୍ତର ପ୍ରଦେଶର ସିକନ୍ଦରା ରାଉ ପୁଲିସ୍‌ ଷ୍ଟେସନ ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୁଲିସ୍ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନାବାଳକ ପ୍ରେମିକକୁ ଅଟକ ରଖିଛି। ହତ୍ୟାର ଶିକାର ହୋଇଥିବା ନାବାଳିକା ଜଣଙ୍କ ହେଲେ ଉର୍ବି। ସେ ବୁଧବାର ସକାଳ ପ୍ରାୟ ୧୦ଟା ପରଠାରୁ ହଠାତ୍‌ ନିଖୋଜ ହୋଇଯାଇଥିଲେ। ଏହାପରେ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ।

ଦିନ ପ୍ରାୟ ୧.୩୦ ବେଳେ ଗୋଟିଏ ପରତ୍ୟକ୍ତ କୂଅ ଭିତରୁ ଝୋଟ ଅଖା ଭିତରୁ ଉର୍ବିଙ୍କ ମୃତଦେହ ମିଳିଥିଲା। ତାଙ୍କ ବେକରେ ଗୋଟିଏ କପଡ଼ା ମଧ୍ୟ ବନ୍ଧା ଯାଇଥିଲା। ଶବ ବ୍ୟବଚ୍ଛେଦରୁ ସ୍ପଷ୍ଟ ହୋଇଥିଲା ଯେ ଉର୍ବିଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି।

Advertisment

ଅତିରିକ୍ତ ଏସ୍‌ପି ଅଶୋକ କୁମାର ସିଂହ କହିଛନ୍ତି, ନାବାଳିକା ଜଣଙ୍କ ୩୦ ବର୍ଷୀୟ ମହିଳା ଓ ତାଙ୍କ ୧୭ ବର୍ଷୀୟ ପ୍ରେମିକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲା। ଏକଥା ସେ ତା’ ବାପାଙ୍କୁ କହି ଦେବ ବୋଲି ଧମକ ଦେଇଥିଲା। ଏକଥା କହି ସେ ଘରୁ ବାହାରି ଯାଉଥିବା ବେଳେ ମହିଳା ଓ ତାଙ୍କ ପ୍ରେମିକ ତା’କୁ ଧରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ।

୩ ମାସ ହେଲା ନାବାଳକଙ୍କ ସହ ମହିଳା ଜଣଙ୍କ ପ୍ରେମ ସମ୍ପର୍କ ରଖିଥିବା ସ୍ୱୀକାର କରିଛନ୍ତି। ଘଟଣା ଦିନ ତାଙ୍କ ସ୍ୱାମୀ ଓ ଶାଶୁ ଘରେ ନଥିଲେ। ସେମାନଙ୍କ ଅନୁପସ୍ଥିତିରେ ସେ ତାଙ୍କ ପ୍ରେମିକଙ୍କୁ ଘରକୁ ଡାକିଥିଲେ। ଉଭୟ ଯୌନକ୍ରୀଡ଼ା କରୁଥିବା ବେଳେ ହଠାତ୍‌ ନାବାଳିକା ଜଣଙ୍କ ଚାଲି ଆସି ସବୁ କିଛି ଦେଖି ଦେଇଥିଲେ। ଏହାକୁ ଦେଖି ଉଭୟ ଡରି ଯାଇଥିଲେ। କାହାକୁ କିଛି ନ କହିବାକୁ ସେମାନେ ନାବାଳିକାଙ୍କୁ ଧମକ ଦେଇଥିଲେ।

ତଥାପି ନାବାଳିକା ଜଣଙ୍କ ସବୁ କଥା ତାଙ୍କ ବାପାଙ୍କୁ କହି ଦେବେ ବୋଲି ଧମକ ଦେଇଥିଲେ। ଏଥିଯୋଗୁ ମହିଳା ଓ ତାଙ୍କ ପ୍ରେମିକ ମିଳିତ ଭାବେ ନାବାଳିକାଙ୍କୁ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଅଖାରେ ପୂରାଇ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ ବୋଲି ଶ୍ରୀ ସିଂହ କହିଛନ୍ତି।

ପୁଲିସ୍‌ର କହିବା କଥା ଯେ ଗିରଫଦାରୀ ବେଳେ ମହିଳାଙ୍କ ହାତରେ କାମୁଡ଼ା ଦାଗ ଥିଲା। ସମ୍ଭବତଃ ନାବାଳିକା ଜଣଙ୍କ ତାଙ୍କ ପଞ୍ଝାରୁ ଖସିବା ପାଇଁ କାମୁଡ଼ି ଦେଇଥିବା ଆଶଙ୍କା କରାଯାଉଛି। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଛି।

Uttar Pradesh Police