Advertisment

ଗାଳି କରିବାରୁ ମହିଳା ଓ ତାଙ୍କ ଛୋଟ ପୁଅର ତଣ୍ଟି କାଟି ଦେଲା ଘରୋଇ ସହାୟକ

ବୁଧବାର ରାତି ପ୍ରାୟ ୯.୩୦ରେ ରୁଚିକାଙ୍କ ସ୍ୱାମୀ କୁଲଦୀପ ସେୱାନି କାମରୁ ଘରକୁ ଫେରିଥିଲେ। ସେ କବାଟ ବନ୍ଦ ଥିବାରୁ ପତ୍ନୀ ରୁଚିକା ଓ ୧୪ ବର୍ଷର ପୁଅ କ୍ରିଶକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।

Ruchika

Ruchika

Advertisment

ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ଚକିତ କରିବା ଭଳି ଘଟଣା। ଜଣେ ମହିଳା ଓ ତାଙ୍କ ଛୋଟ ପୁଅକୁ ଘରର ସହାୟକ ଅତ୍ୟନ୍ତ ନିର୍ମମ ଭାବେ ଗଳା କାଟି ହତ୍ୟା କରିଛି। ବୁଧବାର ରାତିରେ ଏପରି ଘଟଣା ଘଟିଛି। ଘରୋଇ ସହାୟକ କାମରେ ତ୍ରୁଟି କରିବାରୁ ମାଲିକ ହିସାବରେ ରୁଚିକା ସେୱାନି ତାଙ୍କୁ ଗାଳି କରିଥିଲେ।

Advertisment

ହେଲେ ଏଥିରେ ରାଗି ଯାଇ ଘରୋଇ ସହାୟକ ଭାବେ କାମ କରୁଥିବା ଯୁବକ ରୁଚିକା ଓ ତାଙ୍କ ଛୋଟ ପୁଅର ଗଳା କାଟି ହତ୍ୟା କରିଛି। ହତ୍ୟା ପରେ ଘରୋଇ ସହାୟକ ଜଣଙ୍କ ରୁଚିକାଙ୍କ ଲଜପତ ନଗର ଘର ଛାଡ଼ି ଫେରାର ହୋଇଯାଇଥିଲା। 

ବୁଧବାର ରାତି ପ୍ରାୟ ୯.୩୦ରେ ରୁଚିକାଙ୍କ ସ୍ୱାମୀ କୁଲଦୀପ ସେୱାନି କାମରୁ ଘରକୁ ଫେରିଥିଲେ। ସେ କବାଟ ବନ୍ଦ ଥିବାରୁ ପତ୍ନୀ ରୁଚିକା ଓ ୧୪ ବର୍ଷର ପୁଅ କ୍ରିଶକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ପକ୍ଷରୁ କୌଣସି ଜବାବ ମିଳି ନଥିଲା। ଏହି ସମୟରେ କୁଲଦୀପ ଗେଟ ପାଖରେ ରକ୍ତର ଛିଟା ଦେଖିଥିଲେ। ଏଥିରେ ବ୍ୟସ୍ତ ହୋଇ ସେ ତୁରନ୍ତ ପୁଲିସ୍‌କୁ ଯୋଗାଯୋଗ କରିବା ସହ ପତ୍ନୀ ଓ ପୁଅ ନିଖୋଜ ହୋଇଯାଇଥିବା ଜଣାଇଥିଲେ।

Advertisment

ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶିଥିଲା। ଏହି ସମୟରେ ୪୨ ବର୍ଷୀୟ ରୁଚିକା ବେଡ ନିକଟରେ ପଡ଼ିଥିଲେ। ତାଙ୍କ ପୋଷାକ ରକ୍ତରେ ଭିଜି ସାରିଥିବା ବେଳେ ଘର ସାରା ରକ୍ତ ଭାସୁଥିଲା। ୧୦ମ ଶ୍ରେଣୀରେ ପଢ଼ୁଥିବା କ୍ରିଶଙ୍କୁ ବାଥରୁମ ଚଟାଣରେ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ପଡ଼ିଥିବା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ।

ରୁଚିକା ସେୱାନି ଓ ତାଙ୍କ ସ୍ୱାମୀ କୁଲଦୀପଙ୍କ ଗୋଟିଏ ଡ୍ରେସ ଦୋକାନ ଲଜପତ ନଗର ମାର୍କେଟରେ ରହିଛି। ପୁଲିସ୍‌ ଦୁଇ ମୃତଦେହକୁ ଜବତ କରିବା ସହ ଘରୋଇ ସହାୟକ ମୁକେଶକୁ ଗିରଫ କରିଛି। ହତ୍ୟା କାଣ୍ଡ ପରେ ମୁକେଶ ସହର ଛାଡ଼ିବାକୁ ଚେଷ୍ଟା କରିଥିଲା। କିନ୍ତୁ ପୁଲିସ୍‌ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି। ସେ ମଧ୍ୟ ନିଜର ଅପରାଧକୁ ସ୍ୱୀକାର କରି ନେଇଛି। ରୁଚିକା ତାଙ୍କୁ ଗାଳି ଦେବାରୁ ସେ ରାଗରେ ଏପରି ହତ୍ୟା କାଣ୍ଡ ଘଟାଇଥିବା ପୁଲିସ୍‌କୁ କହିଛି।

ମୁକେଶର ଘର ବିହାରରେ। ସେ ଦିଲ୍ଲୀର ଅମର କଲୋନୀରେ ରହୁଥିଲା। ପୁଲିସ୍‌ ତା’କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Murder Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe