Advertisment

ନିଷ୍ଠୁର ପାଲଟିଲା ମାଆ! ସ୍ୱାମୀ ଝଗଡ଼ା କରିବାରୁ ମୂକ ପୁଅକୁ କୁମ୍ଭୀର ମୁହଁକୁ ଫିଙ୍ଗିଦେଲା

ଦୁଇ ଦିନ ଖୋଜାଖୋଜି କରିବା ପରେ ହାତ ନଥିବା ମୃତ ଶରୀର ଉଦ୍ଧାର କଲା ପୁଲିସ।

ଅଦ୍ୟତନ ହୋଇଛି
Crocodile

Crocodile

Advertisment

ସ୍ୱାମୀ ଝଗଡ଼ା କରିବାରୁ ୬ ବର୍ଷର ଭିନ୍ନକ୍ଷମ ପୁଅକୁ କୁମ୍ଭୀର ଭର୍ତ୍ତି ନଦୀକୁ ଫିଙ୍ଗି ଦେଇଛି ମାଆ। ଦୁଇ ଦିନ ଖୋଜାଖୋଜି କରିବା ପରେ ଶେଷରେ ହାତ ନଥିବା ମୃତ ଶରୀର ଉଦ୍ଧାର କରିଛି ପୁଲିସ। କୁମ୍ଭୀର କାମୁଡାରେ ଛୁଆଟିର ଅବସ୍ଥା ଏପରି ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Advertisment

ଏପରି ଏକ ହୃଦୟବିଦାରକ ଘଟଣା କର୍ଣ୍ଣାଟକର ଦଣ୍ଡେଲି ତାଲୁକ ଅଞ୍ଚଳରେ ଘଟିଛି। ପୁଲିସ କହିବା ଅନୁସାରେ, ମୃତ ପୁଅଟି ଜନ୍ମରୁ ମୂକ। ସେ କଥା କହିପାରୁନଥିବାରୁ ସ୍ୱାମୀ ରବି କୁମାର (୨୭) ଓ ସ୍ତ୍ରୀ ସାବିତ୍ରୀ(୨୬)ଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଏଥିପାଇଁ ରବି ସାବିତ୍ରୀଙ୍କୁ ଦାୟୀ କରି ଆସୁଥିଲେ।

ସେ କାହିଁକି ମୂକ ପୁଅକୁ ଜନ୍ମ ଦେଲେ ବୋଲି ରବି ସର୍ବଦା ସାବିତ୍ରୀଙ୍କ ସହ ଝଗଡ଼ା କରୁଥିଲେ। ଶନିବାର ମଧ୍ୟ ସମାନ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସାବିତ୍ରୀ କୁମ୍ଭୀର ଭର୍ତ୍ତି ଥିବା ନଦୀକୁ ଫିଙ୍ଗି ଦେଇଥିଲେ। 

Advertisment

ଏନେଇ ପଡୋଶୀଙ୍କ ପକ୍ଷରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛୁଆଟିକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲା। କିନ୍ତୁ ସେଦିନ ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ସଫଳ ହୋଇନଥିଲା। ପର ଦିନ ଛୁଆଟିର ମୃତଦେହ ଉଦ୍ଧାର କରାଯାଇଛି। ଶରୀରରେ ଏକାଧିକ କ୍ଷତ ଚିହ୍ନ ସହ ଗୋଟେ ହାତ ନଥିବାରୁ କୁମ୍ଭୀର ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।

ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି। ସେପଟେ ଏହି ମାମଲାରେ ବାପାମାଆଙ୍କୁ ଗିରଫ କରିଛି ପୁଲିସ। ଉଭୟଙ୍କ ବିରୁଦ୍ଧରେ ଧାରା ୧୦୯ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Karnataka Police Woman Throws- Mute Child
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe