Advertisment

ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ ଯୁବତୀ, କିନ୍ତୁ ହେଲେ ଦୁଷ୍କର୍ମର ଶିକାର

ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ଅଭିଯୁକ୍ତ ଯୁବକ ଓ ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଛି।

stop Rape

stop Rape

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା। ଜଣେ ୨୨ ଯୁବତୀଙ୍କୁ ଚାକିରି ଦେବା ନାଁରେ କରାଯାଇଛି ଦୁଷ୍କର୍ମ। ଜଣେ ୨୫ ବର୍ଷୀୟ ଯୁବକ ଚାକିରି ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଦିଲ୍ଲୀର ବସନ୍ତକୁଞ୍ଜ ସ୍ଥିତି ଗୋଟିଏ ଫ୍ଲାଟକୁ ଡାକିଥିଲେ। ସେଠାରେ ସେ ଇଣ୍ଟରଭ୍ୟୁ ବଦଳରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ଅଭିଯୁକ୍ତ ଯୁବକ ଓ ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ଗିରଫ କରିଛି। ପୀଡ଼ିତା ଜଣଙ୍କ ପୁଲିସକୁ କହିଛନ୍ତି ଯେ ସେପ୍ଟେମ୍ବର ୫ରେ ସେ ସୋଶାଲ ମିଡିଆରେ ଜଣେ ଯୁବତୀଙ୍କ ଯୋଗାଯୋଗରେ ଆସିଥିଲେ। ତାଙ୍କୁ ଯୁବତୀ ଜଣଙ୍କ ଚାକିରି କରିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ।

ଚାକିରି ପାଇଁ ପୀଡ଼ିତା ଜଣଙ୍କ ଆଗ୍ରହୀ ଥିବାରୁ ତାଙ୍କୁ ଯୁବତୀ ଜଣଙ୍କ ଜଣେ ଯୁବକଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ଉକ୍ତ ଯୁବକ ଜଣଙ୍କ ଏୟାରଲାଇନ୍ସରେ କାମ କରୁଥିବା ଯୁବତୀ ଜଣଙ୍କ ପୀଡ଼ିତାଙ୍କୁ ଜଣାଇଥିଲେ।

Advertisment

ତେବେ ଯୁବତୀ ଜଣଙ୍କ ପୀଡ଼ିତାଙ୍କ ଫୋନ ନମ୍ବର ତାଙ୍କ ଠାରୁ ନେବା ସହ ଅଭିଯୁକ୍ତ ଯୁବକଙ୍କୁ ଦେଇଥିଲେ। ପ୍ରାୟ ୩୦ ମିନିଟ ପରେ ଯୁବକ ଜଣଙ୍କ ପୀଡ଼ିତାଙ୍କୁ ଫୋନ କରିଥିଲେ। ସେ କେଉଁ ପ୍ରକାରର ଚାକିରି ଚାହୁଁଥିବା ପ୍ରଶ୍ନ କରିଥିଲେ। ତାଙ୍କ ପାଖରେ ଏୟାର ହୋଷ୍ଟେସ, ପିଏ ଓ ପିଓନ ଚାକିରି ଥିବା ସେ କହିଥିଲେ।

ଏହା ଶୁଣି ଯୁବତୀ ଜଣଙ୍କ ଯେକୌଣସି ଉପଯୁକ୍ତ ଚାକିରି ମିଳିଲେ ଭଲ ବୋଲି କହିଥିଲେ। ଏହାପରେ ଯୁବକ ଜଣଙ୍କ ତାଙ୍କୁ ଇଣ୍ଟରଭ୍ୟୁ ପାଇଁ ଡାକିଥିଲେ। ସେପ୍ଟେମ୍ବର ୯ରେ ସବୁ ଡକ୍ୟୁମେଣ୍ଟ ଧରି ଆସିବାକୁ ତାଙ୍କୁ କୁହାଯାଇଥିଲା। ଅଭିଯୁକ୍ତ ଜଣଙ୍କ ହ୍ୱାଟସଆପ୍‌ରେ ଠିକଣା ପଠାଇଥିଲେ। ଏଥିସହ ଘଟଣା ଦିନ ତାଙ୍କୁ ଦିଲ୍ଲୀର ଏରୋସିଟି ମେଟ୍ରୋ ଷ୍ଟେସନରୁ ପିକ ଅପ କରି ବସନ୍ତକୁଞ୍ଜକୁ ନେଇଥିଲେ।

ସେଠାରେ ଥିବା ଗୋଟିଏ ବିଲଡିଂର ଦ୍ୱିତୀୟ ମହଲାକୁ ସେମାନେ ଯାଇଥିଲେ। ଫର୍ମ ଫିଲପ କରିବା ନାଁରେ ଯୁବକ ଜଣଙ୍କ ତାଙ୍କୁ ରୁମ ଭିତରକୁ ଡାକିଥିଲେ। ପୀଡ଼ିତା ଜଣଙ୍କ ରୁମରେ ପଶିବା କ୍ଷଣି ଅଭିଯୁକ୍ତ ତାଙ୍କ ଡକ୍ୟୁମେଣ୍ଟ ଛଡ଼ାଇ ନେଇଥିଲେ।

ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ ସେ ଯଦି ମୁହଁ ଖୋଲନ୍ତି, ତା’ହେଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇ ଯୁବକ ଜଣଙ୍କ ତାଙ୍କୁ ମେଟ୍ରୋ ଷ୍ଟେସନ ପାଖରେ ଛାଡ଼ି ଚାଲି ଯାଇଥିଲେ।

ତେବେ ପୀଡ଼ିତା ଜଣଙ୍କ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ପରିବାର ଲୋକ ପୁଲିସର ଦ୍ୱାରସ୍ଥ ହେବାରୁ ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକ ଓ ପ୍ରଥମେ ପୀଡ଼ିତାଙ୍କ ସହ କଥା ହୋଇଥିବା ଯୁବତୀଙ୍କୁ ଗିରଫ କରିଛି।

Delhi Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe