Advertisment

woman Drowned Girls: ମୋ ଠାରୁ କେହି ଅଧିକ ସୁନ୍ଦର ନୁହନ୍ତି: ପୁଅକୁ ମାରିଥିଲେ, ଏବେ ଝିଆରୀର ଜୀବନ ନେଇଗଲେ

ମହିଳା ଜଣଙ୍କ ନିଜକୁ ସବୁଠାରୁ ସୁନ୍ଦର ବୋଲି ଭାବୁଥିଲେ। ତାଙ୍କ ଠାରୁ ଅଧିକ ସୁନ୍ଦର କେହି ନୁହନ୍ତି। କେହି ତାଙ୍କ ଠାରୁ ଅଧିକ ସୁନ୍ଦର ଦିଶନ୍ତୁ ବୋଲି ସେ ଚାହୁଁ ନଥିଲେ। ଏଥିପାଇଁ ସେ ୬ ବର୍ଷର କୁନି ଝିଆରୀକୁ ହତ୍ୟା କରିଛନ୍ତି।

Girl
Advertisment

ବାହାଘର ପାଇଁ ସମସ୍ତେ ଖୁସି ଥିଲେ। ବାଜା ଓ ବାଣରେ ଫାଟି ପଡ଼ୁଥିଲା ପୂରା ଗାଁ। ସମ୍ପର୍କୀୟ ଓ ଗାଁ ଲୋକଙ୍କ ଉପସ୍ଥିତିରେ ଘର ଉଠୁଥିଲା ପଡ଼ୁଥିଲା। କିନ୍ତୁ ହଠାତ୍‌ ସବୁ କିଛି ନିରବୀ ଯାଇଥିଲା। ବାହାଘର ଉତ୍ସବ ପାଲଟି ଯାଇଥିଲା ଦୁଃସ୍ୱପ୍ନ। କାରଣ ବାହାଘର ପାଇଁ ଡ୍ରେସ ପିନ୍ଧି ନାଚ ଗୀତରେ ମାତି ଥିବା ଘରର ୬ ବର୍ଷର ଝିଅର ନିଖୋଜ ଖବର ସମସ୍ତଙ୍କୁ ବିଚଳିତ କରିଥିଲା।

Advertisment

କିଛି ଘଣ୍ଟା ପରେ ଝିଅର ମୃତଦେହ(Murder) ମିଳିବା ବାହାଘର ମାହୋଲକୁ ପୂରା ବେରଙ୍ଗୀ କରି ଦେଇଥିଲା। ସମସ୍ତ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି କହୁଥିଲେ। ହେଲେ ପୁଲିସ୍‌ ତଦନ୍ତରୁ ସାଂଘାତିକ ତଥ୍ୟ ଆସିଛି। ଝିଅର ମାଉସୀ ହିଁ ହତ୍ୟାକାରୀ ବୋଲି ପୁଲିସ ଜାଣିବାକୁ ପାଇଛି। 

ହରିୟାଣା(Haryana)ର ପାନିପତରୁ ଏପରି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଲିସ୍‌ ଜଣେ ମଧ୍ୟ ବୟସ୍କା ମହିଳାଙ୍କୁ ବୁଧବାର ଗିରଫ କରିଛି। ସେ ହିଁ କୁନି ଝିଅକୁ ନିର୍ମମ ଭାବେ ହତ୍ୟା କରିଥିଲେ। ହତ୍ୟା ପଛର କାରଣ ମଧ୍ୟ ବେଶ ଆଶ୍ଚର୍ଯ୍ୟଜନକ। ମହିଳା ଜଣଙ୍କ ନିଜକୁ ସବୁଠାରୁ ସୁନ୍ଦର ବୋଲି ଭାବୁଥିଲେ। ତାଙ୍କ ଠାରୁ ଅଧିକ ସୁନ୍ଦର କେହି ନୁହନ୍ତି। କେହି ତାଙ୍କ ଠାରୁ ଅଧିକ ସୁନ୍ଦର ଦିଶନ୍ତୁ ବୋଲି ସେ ଚାହୁଁ ନଥିଲେ। ଏଥିପାଇଁ ସେ ୬ ବର୍ଷର କୁନି ଝିଆରୀକୁ ହତ୍ୟା କରିଛନ୍ତି।

Advertisment

ଗିରଫ ହୋଇଥିବା ପୁନମ ସୋମବାର ନିଜ ୬ ବର୍ଷର ଝିଆରୀକୁ ଗୋଟିଏ ପାଣି ଟବ୍‌ରେ ବୁଡ଼ାଇ ହତ୍ୟା କରିଥିଲେ। ପରିବାର ଲୋକ ବାହାଘର ପାଇଁ ସୋନିପତରେ ଏକାଠି ହୋଇଥିବା ବେଳେ ପୁନମ ଏପରି କାଣ୍ଡ ଘଟାଇଥିଲେ। ଏହାପୂର୍ବରୁ ପୁନମ ୨୦୨୩ରେ ନିଜର ପୁଅ ସମେତ ଆଉ ୩ ଜଣଙ୍କୁ ମଧ୍ୟ ସମାନ ଢଙ୍ଗରେ ପାଣିରେ ବୁଡ଼ାଇ ମାରିଥିଲେ ବୋଲି ପୁଲିସ୍‌ କହିଛି। 

କେମିତି ଘଟିଥିଲା ହତ୍ୟାକାଣ୍ତ? 

୬ ବର୍ଷର ବିଧି ସୋନିପତରେ ରୁହେ। ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗ ଦେବାକୁ ସେ ଘର ଲୋକଙ୍କ ସହ ପାନିପତର ଇଶରାନରେ ଥିବା ନୌଲାଥା ଗାଁକୁ ଆସିଥିଲା। ବିଧି ସହ ଜେଜେ ବାପା ପଲ ସିଂହ, ଜେଜେ ମା’ ଓମୱାତି, ବାପା ସନ୍ଦୀପ, ମା ଓ ୧୦ ମାସର ସାନ ଭାଇ ମଧ୍ୟ ବାହାଘରକୁ ଆସିଥିଲେ। ସୋମବାର ଦିନ ୧.୩୦ରେ ବାହାଘର ବରଯାତ୍ରୀ ନୌଲାଥା ଗାଁକୁ ଆସିବା କ୍ଷଣି ପରିବାରର ସମସ୍ତେ ଏହାକୁ ଦେଖିବାକୁ ଚାଲି ଯାଇଥିଲେ। 

ଏହି ସମୟରେ ବିଧିଙ୍କ ବାପାଙ୍କ ପାଖକୁ ଝିଅର ନିଖୋଜ ନେଇ ଗୋଟିଏ ଫୋନ କଲ ଆସିଥିଲା। ଏହାପରେ ପରିବାର ଲୋକ ଆରମ୍ଭ କରିଥିଲେ ଖୋଜାଖୋଜି। ପ୍ରାୟ ଘଣ୍ଟାଏ ପରେ ଜେଜେ ମା’ ଓମୱାତି ସମ୍ପର୍କୀୟଙ୍କ ପ୍ରଥମ ମହଲାରେ ଥିବା ଷ୍ଟୋର ରୁମକୁ ଯାଇଥିଲେ। ଷ୍ଟୋର ରୁମର ଲକ ବାହାରୁ ପଡ଼ିଥିଲା। ଓମୱାତି ଏହାକୁ ଖୋଲିବା କ୍ଷଣି ଭିତରର ଦୃଶ୍ୟ ଦେଖି ପୂରା ସ୍ତବ୍ଧ ହୋଇଯାଇଥିଲେ। ପାଣି ଟବରେ ବିଧିର ମୁଣ୍ଡ ବୁଡ଼ି ରହିଥିବା ବେଳେ ବାକି ଅଂଶ ବାହାରେ ରହିଥିଲା।

ତୁରନ୍ତ ପରିବାର ଲୋକ ବିଧିକୁ ଏନସି ମେଡିକାଲ କଲେଜକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ବିଧିକୁ ମୃତ ଘୋଷଣା କରିଥିଲେ। ଏହାକୁ ସମସ୍ତେ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଭାବିଥିଲେ। କିନ୍ତୁ ବିଧିଙ୍କ ବାପା ପ୍ରଦୀପ ହତ୍ୟା ଅଭିଯୋଗ ଆଣି ଗୋଟିଏ ଏଫଆଇଆର ରୁଜୁ କରିଥିଲେ। ପୁଲିସ୍‌ ତଦନ୍ତ କରି ଶେଷରେ ବିଧିର ପିଉସୀ ପୁନମଙ୍କୁ ଗିରଫ କରିଛି। 

ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ଯେ ପୁନମ ଛୋଟ ପିଲାଙ୍କୁ ପାଣିରେ ବୁଡ଼ାଇ ହତ୍ୟା କରିବାରେ ବେଶ ପାରଙ୍ଗମ। ଈର୍ଶାନ୍ୱିତ ହୋଇ ସେ ବିଧି ପୂର୍ବରୁ ଆଉ ୩ ଜଣଙ୍କୁ ମଧ୍ୟ ହତ୍ୟା କରିଥିଲେ। ତାଙ୍କ ଠାରୁ କେହି ଅଧିକ ସୁନ୍ଦର ଦିଶନ୍ତୁ ବୋଲି ସେ ଚାହୁଁ ନଥିଲେ। ଏଥିପାଇଁ ସେ ୪ଟି ହତ୍ୟା କାଣ୍ଡ ଘଟାଇଛନ୍ତି। ନିଜ ପୁଅର ଜୀବନ ନେବାକୁ ମଧ୍ୟ ସେ ପକାଇ ନାହାନ୍ତି। 

ପୁନମ ସାଧାରଣତଃ ଛୋଟ ଓ ସୁନ୍ଦର ଦିଶୁଥିବା ଝିଅମାନଙ୍କୁ ଟାର୍ଗେଟ କରୁଥିଲେ। ମୋଟ ଉପରେ ସେ ୪ ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ଝିଅ ଓ ନିଜର ପୁଅ ରହିଛି। 

୨୦୨୩ରେ ପୁନମ ପ୍ରଥମେ ନିଜ ଭାଉଜଙ୍କ ଝିଅକୁ ପାଣିରେ ବୁଡ଼ାଇ ପାରିଥିଲେ। ହତ୍ୟା ସନ୍ଦେହରୁ ବର୍ତ୍ତିବା ପାଇଁ ସେ ନିଜ ପୁଅର ଜୀବନ ମଧ୍ୟ ନେଇ ଯାଇଥିଲେ। ଚଳିତ ବର୍ଷ ଅଗଷ୍ଟରେ ସେ ସିୱା ଗାଁରେ ଗୋଟିଏ ଝିଅକୁ ପାଣି ବୁଡ଼ାଇ ମାରି ଦେଇଥିଲେ। କାରଣ ଝିଅଟି ତାଙ୍କ ଠାରୁ ଅଧିକ ସୁନ୍ଦର ଦିଶୁଥିବା ପୁନମ ଭାବୁଥିଲେ। ଏବେ ସେ ନିଜୀ ଝିଆରୀକୁ ମାରିଛନ୍ତି। 

ପୂର୍ବରୁ ୩ ପିଲାଙ୍କ ମୃତ୍ୟୁକୁ ସମସ୍ତେ ଦୁର୍ଘଟଣା ବୋଲି ଭାବି ଅଭିଯୋଗ କରି ନଥିଲେ। ହେଲେ ଏବେ ବିଧିଙ୍କ ମୃତ୍ୟୁର ତଦନ୍ତ ହେବାରୁ ପୁନମଙ୍କ କାଣ୍ଡକାରନାମା ସାମ୍ନାକୁ ଆସିଛି। 

Murder Haryana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe