Advertisment

ରିଲ୍ସକୁ ବିରୋଧ କରୁଥିଲେ ସ୍ୱାମୀ, ପ୍ରେମିକ ସହ ମିଶି ଜୀବନ ନେଇଗଲା ସ୍ତ୍ରୀ

ଶେଷରେ ନିଜର ପ୍ରେମିକ ଓ ଦୁଇ ଭଉଣୀଙ୍କ ସହ ମିଶି ସ୍ୱାମୀଙ୍କୁ ସେ ତଣ୍ଟି ଚିପି ହତ୍ୟା କରି ଦେଇଛନ୍ତି।

Rani Kumari

Rani Kumari

Advertisment

ରିଲ୍ସ ନିଶାରେ ପଡ଼ିଥିଲେ ସ୍ତ୍ରୀ। ବିଭିନ୍ନ ପ୍ରକାରର ଭାଇରାଲ ଗୀତରେ ରିଲ୍ସ କରି ସେ ସୋଶାଲ ମିଡିଆରେ ଏହାକୁ ପୋଷ୍ଟ କରୁଥିଲେ। କିନ୍ତୁ ସ୍ତ୍ରୀଙ୍କ ଏପରି ରିଲ୍ସ ପ୍ରେମ ସ୍ୱାମୀଙ୍କୁ ଭଲ ଲାଗୁ ନଥିଲା। ସେ ବାରମ୍ବାର ପତ୍ନୀଙ୍କୁ ରିଲ୍ସ ନ କରିବାକୁ ମଧ୍ୟ କହୁଥିଲେ। ହେଲେ ସ୍ୱାମୀଙ୍କ ଏପରି ତାଗିଦକୁ ଆଦୌ ଖାତିର କରୁ ନଥିଲେ ସ୍ତ୍ରୀ।

Advertisment

ବରଂ ସ୍ୱାମୀ ବିରୋଧ କରୁଥିବାରୁ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଶେଷରେ ନିଜର ପ୍ରେମିକ ଓ ଦୁଇ ଭଉଣୀଙ୍କ ସହ ମିଶି ସ୍ୱାମୀଙ୍କୁ ସେ ତଣ୍ଟି ଚିପି ହତ୍ୟା କରି ଦେଇଛନ୍ତି। ବିହାରର ବେଗୁସରାଇରୁ ଏପରି ଖବର ସାମ୍ନାକୁ ଆସିଛି। ପୁଲିସ୍‌ ହତ୍ୟାକାରୀ ମହିଳା ଓ ତାଙ୍କର ଦୁଇ ଭଉଣୀଙ୍କୁ ଗିରଫ କରି ଘଟଣାର ଅଧିକ ଖୋଳତାଡ଼ କରୁଛି।

୨୫ ବର୍ଷୀୟ ମହେଶ୍ୱର କୁମାର ରାୟ ପ୍ରାୟ ୭ ବର୍ଷ ତଳେ ରାଣୀ କୁମାରୀଙ୍କୁ ବିବାହ କରିଥିଲେ। ମହେଶ୍ୱର କୋଲକାତାରେ ଶ୍ରମିକ ଭାବେ କାମ କରିନ୍ତି। ନିକଟରେ ସେ ନିଜର ବିହାର ସ୍ଥିତ ଘରକୁ ଫେରିଥିଲେ। ରାଣୀ କୁମାରୀ ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ରିଲ୍ସ ଛାଡ଼ୁଥିବାରୁ ଏହାକୁ ମହେଶ୍ୱର ପସନ୍ଦ କରୁ ନଥିଲେ। ସେ ଘରେ ପହଞ୍ଚିବା ପରେ ପତ୍ନୀଙ୍କୁ ବିରୋଧ କରିଥିଲେ। ବାସ ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ମଧ୍ୟ ହେଉଥିଲା।

Advertisment

ମହେଶ୍ୱରଙ୍କ ବାପାଙ୍କ କହିବା କଥା ରାଣୀ କୁମାରୀ ବିବାହିତ ହୋଇଥିଲେ ହେଁ ମହମ୍ମଦ ସାଜାଦ ନାମକ ଜଣେ ଯୁବକଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଥିଲା। ରବିବାର ରାତି ପ୍ରାୟ ୯ଟା ବେଳେ ରାଣୀ ସ୍ୱାମୀ ମହେଶ୍ୱରଙ୍କୁ ଫୋନ କରିଥିଲେ। ତାଙ୍କୁ ସେ ନିଜ ଘରକୁ ଡାକିଥିଲେ।

ରାଣୀଙ୍କ ଫୋନ ପାଇ ମହେଶ୍ୱର ମଧ୍ୟ ତୁରନ୍ତ ଶ୍ୱଶୁର ଘରେ ପହଞ୍ଚି ଯାଇଥିଲେ। ସେଠାରେ ତାଙ୍କୁ ରାଣୀ,ତାଙ୍କର ଦୁଇ ଭଉଣୀ ରୋଜି ଓ ସୋନାଲି ଏବଂ ମହମ୍ମଦ ମିଳିତ ଭାବେ ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ମହେଶ୍ୱରଙ୍କ ବାପା କହିଛନ୍ତି।

ରବିବାର ରାତି ପ୍ରାୟ ୧୦.୩୦ରେ ଅପରାଧ ସମ୍ପର୍କରେ ସୂଚନା ମିଳିଥିଲା। କୋଲକାତାରେ ରହୁଥିବା ମହେଶ୍ୱରଙ୍କ ଭାଇ ରୁଦାଲ ତାଙ୍କୁ ଫୋନ କରିଥିଲେ। ହେଲେ ଫୋନ ଆଉ ଜଣେ କେହି ଉଠାଇଥିଲେ। ରୁଦାଲଙ୍କ ମନ ପାପ ଛୁଇଁବାରୁ ସେ ତାଙ୍କ ବାପାଙ୍କୁ କଲ କରି ଫାଫୌଟ ଗାଁକୁ ପଠାଇଥିଲେ।

ସେଠାରେ ସେ ମହେଶ୍ୱର ପ୍ରାଣ ହରାଇ ସାରିଥିବା ଜାଣିବାକୁ ପାଇଥିଲେ। ଖବର ପାଇ ପୁଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମୃତଦେହକୁ ଜବତ କରିଥିଲା।

ମହେଶ୍ୱରଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମାମଲା ରୁଜୁ କରିବା ସହ ରାଣୀ, ରୋଜି ଓ ସୋନାଲିଙ୍କୁ ଗିରଫ କରିଛି। ଏବେ ବି ରାଣୀ କୁମାରୀଙ୍କ ପ୍ରେମିକ ମହମ୍ମଦ ଫେରାର ରହିଛନ୍ତି। ପୁଲିସ୍‌ ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Murder Bihar Reels
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe