Advertisment

ପ୍ରେମ କରୁଥିଲା, କିନ୍ତୁ ହତ୍ୟା କରି ପ୍ରେମିକାକୁ ବ୍ୟାଗ୍‌ରେ ଭର୍ତ୍ତି କରିଦେଲା

ମୁମ୍ବାଇରୁ ଅଭିଯୁକ୍ତ ପ୍ରେମିକକୁ ଦିଲ୍ଲୀ ପୁଲିସ ଗିରଫ କରିଛି।

Body Found in bag

Body Found in bag

Advertisment

ଠିକ୍ ବର୍ଷକ ତଳେ ଦିଲ୍ଲୀରେ ପ୍ରେମିକାକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେବା ଘଟଣାର ପୁନରାବୃତ୍ତି ଘଟିଛି। ପ୍ରେମିକାକୁ ହତ୍ୟା କରି ପ୍ରେମିକ ଏକ ଝୁଲା ବା ବ୍ୟାଗ୍‌ରେ ଭର୍ତ୍ତି କରି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମୁମ୍ବାଇରୁ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଯାହାକୁ ନେଇ ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି।

Advertisment

ଉତ୍ତର-ପୂର୍ବ ଦିଲ୍ଲୀର ଫରଶ ବଜାରରେ ଜଣେ ୧୯ ବର୍ଷୀୟ ଯୁବକ ନିଜ ପ୍ରେମିକା ୨୩ ବର୍ଷୀୟ ଶମାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ବ୍ୟାଗରେ ଲୁଚାଇ ଦେଇଥିଲା। ମୁମ୍ବାଇରୁ ଅଭିଯୁକ୍ତ ଯୁବକକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଶମା ତାଙ୍କ ପୂର୍ବତନ ପ୍ରେମିକଙ୍କ ସହ କଥାବାର୍ତ୍ତା ହେଉଥିବା ନେଇ ସୁଲତାନ(ଅଭିଯୁକ୍ତ ପ୍ରେମିକ) ଜାଣିବାକୁ ପାଇଥିଲା। ଏହାପରେ ରାଗି ଯାଇ ପ୍ରେମିକାକୁ ହତ୍ୟା କରିଛି।

ରବିବାର ସନ୍ଧ୍ୟାରେ ପୁଲିସକୁ ବିଶ୍ୱାସ ନଗରର ସ୍ଥିତ କୋଠାରେ ଏକ ସନ୍ଦିଗ୍ଧ ବ୍ୟାଗ୍ ଥିବା ସୂଚନା ମିଳିଥିଲା। ତଦନ୍ତ ପରେ ବ୍ୟାଗ୍‌ ଭିତରେ ଶାମାଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲା ପୁଲିସ। ଶମାଙ୍କ ମୁଣ୍ଡରେ ଆଘାତ ଚିହ୍ନ ଏବଂ ବେକରେ କଟା ଚିହ୍ନ ଥିଲା, ଯାହା ଗଳା ଚିପିବାର ସଙ୍କେତ ଦେଉଥିଲା।

Advertisment

ଏହାପରେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଏକ ସ୍ପେଶାଲ ଟିମ୍ ଗଠନ କରିଥିଲା। ପରେ ପ୍ରେମିକ ସୁଲତାନକୁ ମୁମ୍ବାଇରୁ ଠାବ କରିବାରେ ପୁଲିସ ସଫଳ ହୋଇଛି। ପଚରାଉଚରା ବେଳେ ସୁଲତାନ ନିଜ ଦୋଷ ସ୍ୱୀକାର କରିଛି। ଗତ ତିନି ବର୍ଷ ହେବ ସେ ଶମାକୁ ଜାଣିଥିଲା। ଉଭୟ ବିବାହ କରିବାକୁ ଯୋଜନା କରୁଥିବା ସେ କହିଛି। କିନ୍ତୁ ପୂର୍ବ ପ୍ରେମିକଙ୍କ ସହ ତାଙ୍କର ଲଗାତାର ଯୋଗାଯୋଗ ହେବାରୁ ସେ ରାଗି ଯାଇ ଏଭଳି କାଣ୍ଡ ଘଟାଇଥିବା କଥା ପୁଲିସ ଆଗରେ ମାନିଛି।

ହତ୍ୟାକାଣ୍ଡ ଦିନ ସୁଲତାନ ଶମାଙ୍କୁ ନିଜ ଅଫିସକୁ ଡାକି ସେମାନଙ୍କ ମଧ୍ୟରେ ଥିବା ମତଭେଦକୁ ଦୂର କରିବାକୁ ଚେଷ୍ଟା କରିଥିଲା। ତେବେ ମତଭେଦ ଦୂର ହେବା ବଦଳରେ ଗଣ୍ଡଗୋଳ ହୋଇଥିଲା। ପରେ ସୁଲତାନ ରାଗିଯାଇ ଶମାଙ୍କୁ ହତ୍ୟା କରିଛି। ଏହାପରେ ସୁଲତାନ ଶମାଙ୍କର ହାତ ଗୋଡ ବାନ୍ଧି ଏକ ପ୍ଲାଷ୍ଟିକ ବ୍ୟାଗରେ ମୃତଦେହ ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଅଭିଯୁକ୍ତ ଜଣଙ୍କ ପେଶାରେ ଜଣେ ଇ-କମର୍ସ କମ୍ପାନୀର ଶାଖାର କର୍ମଚାରୀ ବୋଲି ଜଣାପଡିଛି।

ଏହି ଅପରାଧରେ ସୁଲତାନଙ୍କ ପରିବାରର ସମ୍ପୃକ୍ତିକୁ ନେଇ ଶମାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ସୁଲତାନ ଶମାକୁ ବିବାହ କରିବାର କୌଣସି ଉଦ୍ଦେଶ୍ୟ ନଥିଲା । ସୁଲତାନକୁ ଗିରଫ କରି ପୁଲିସ ପଚରାଉଚରା ଜାରି ରଖିଛି।

Murder Crime Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe