ପୁଣି ଅଶାନ୍ତ ହେଲା ନୁହ; ମଦ୍ରାସା ଛାତ ଉପରୁ ମହିଳାଙ୍କୁ ପଥର ମାଡ଼

ଗତକାଲି ରାତିରେ କୁଆଁ ପୂଜା ପାଇଁ ଯାଉଥିବା ମହିଳାଙ୍କ ଉପରକୁ ପଥରମାଡ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ରହିଛି । ସେପଟେ ପଥରମାଡ ପରେ ମୁଣ୍ଡ ଟେକିଛି ସାମ୍ପ୍ରଦାୟିକ ହିଂସା ।

Tension Situation

ନୁହରେ ଫୋର୍ସ ମୁତୟନ ।

Niharika Rout
  • Published: Friday, 17 November 2023
  • Updated: 17 November 2023, 12:15 PM IST

ପୁଣି ଅଶାନ୍ତ ହୋଇ ଉଠିଛି ହରିୟାଣାର ନୁହ ଜିଲ୍ଲା । ଗତକାଲି ରାତିରେ କୁଆଁ ପୂଜା ପାଇଁ ଯାଉଥିବା ମହିଳାଙ୍କ ଉପରକୁ ପଥରମାଡ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ରହିଛି । ସେପଟେ ପଥରମାଡ ପରେ ମୁଣ୍ଡ ଟେକିଛି ସାମ୍ପ୍ରଦାୟିକ ହିଂସା । ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଛି । 

ଗୁରୁବାର ରାତିରେ ନୁହ ଅଞ୍ଚଳର କିଛି ମହିଳା କୁଆଁ ପୂଜା ପାଇଁ ଯାଉଥିଲେ। ଉକ୍ତ ସମୟରେ ନିକଟରେ ଥିବା ଏକ ମଦ୍ରାସାର ଛାତ ଉପରୁ କିଛି ପିଲା ସେମାନଙ୍କ ଉପରକୁ ପଥର ମାଡ କରିଥିଲେ। ଏଥିରେ ୮ ମହିଳା ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇବା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ଲୋକଙ୍କୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି । ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଛି ।

Also Read

ଗତ ଜୁଲାଇ ୩୧ ତାରିଖରେ ନୁହରେ ତାରିଖରେ ବଡ଼ ଧରଣର ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟଣା ଦେଖିବାକୁ ମିଳିଥିଲା । ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମୀ ଓ ଅବଶିଷ୍ଟ ୪ ଜଣ ସାଧାରଣ ନାଗରିକ ଥିଲେ । ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା।

ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ରାଜ୍ୟ ପୁଲିସ ବଳ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲା । ଏହି ଘଟଣାରେ ୧୧୫ରୁ ଊର୍ଦ୍ଧ୍ୱ ଜଣଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ଦିନ ପର୍ଯ୍ୟନ୍ତ ନୁହରେ ଉତ୍ତେଜନା ନ ଥମିବାରୁ ଇଣ୍ଟରନେଟ ସେବା ବନ୍ଦ କରାଯିବା ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା । ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story