Advertisment

ଭୁଲ ହୋଇଗଲା ଚୋରି ବିଦ୍ୟା: ସାଙ୍ଗ ନେଲେ ସାଙ୍ଗର ଜୀବନ

କେନ୍ଦୁଝର: ଆଗରୁ ସବୁ ଠିକ୍ ଥିଲା।  ସାଙ୍ଗ ହୋଇ ଏଟିଏମ୍‌ ଲୁଟୁଥିଲେ। ଯାହା ମିଳୁଥିଲା ଭାଗବଣ୍ଟା କରି ନେଉଥିଲେ। ଏମିତି ଚାଲୁ ଚାଲୁ ଦିନେ ଚୋରି ବିଦ୍ୟା ଭୁଲ୍ ହୋଇଗଲା। ଲୁଟ୍ ବେଳେ ମୁହଁରୁ ଖୋଲିଗଲା ମୁଖା। ଆଉ ଏହି ଟିକକ ଭୁଲ ହିଁ ତାଙ୍କ ପାଇଁ କାଳ ହେଲା । ଆଉ ଶେଷରେ ସାଙ୍ଗ ନେଲେ ସାଙ୍ଗର ଜୀବନ। କାଳେ ଧରାପଡ଼ିଯିବେ ସେହି ଭୟରେ ଭୁଲ କରିଥିବା ସାଙ୍ଗକୁ ହତ୍ୟାର ଶିକାର ହେବାକୁ ପଡ଼ିଲା। ଏପରି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭୁଲ ହୋଇଗଲା ଚୋରି ବିଦ୍ୟା: ସାଙ୍ଗ ନେଲେ ସାଙ୍ଗର ଜୀବନ

colprit

କେନ୍ଦୁଝର: ଆଗରୁ ସବୁ ଠିକ୍ ଥିଲା।  ସାଙ୍ଗ ହୋଇ ଏଟିଏମ୍‌ ଲୁଟୁଥିଲେ। ଯାହା ମିଳୁଥିଲା ଭାଗବଣ୍ଟା କରି ନେଉଥିଲେ। ଏମିତି ଚାଲୁ ଚାଲୁ ଦିନେ ଚୋରି ବିଦ୍ୟା ଭୁଲ୍ ହୋଇଗଲା। ଲୁଟ୍ ବେଳେ ମୁହଁରୁ ଖୋଲିଗଲା ମୁଖା। ଆଉ ଏହି ଟିକକ ଭୁଲ ହିଁ ତାଙ୍କ ପାଇଁ କାଳ ହେଲା । ଆଉ ଶେଷରେ ସାଙ୍ଗ ନେଲେ ସାଙ୍ଗର ଜୀବନ। କାଳେ ଧରାପଡ଼ିଯିବେ ସେହି ଭୟରେ ଭୁଲ କରିଥିବା ସାଙ୍ଗକୁ ହତ୍ୟାର ଶିକାର ହେବାକୁ ପଡ଼ିଲା। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ପୋଲିସ୍‌ ଏହି ଘଟଣାରେ ଆଜି ପର୍ଦାଫାସ କରିଛି।

Advertisment

ଏହି ଘଟଣାରେ ଆଜି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗତ ୨୨ ତାରିଖରେ ଯୋଡ଼ା ଆଇଡିବିଆଇ ଏଟିଏମ୍‌ ଲୁଟ୍‌ କରିବାକୁ ପ୍ରଦୀପ ମୁଣ୍ଡା, ବିନୋଦ ସିଂ ଓ ହଗୁରୁ ନାଗ ମୁହଁରେ ମୁଖା ପିନ୍ଧି ଯାଇଥିଲେ। ଏଟିଏମ୍‌ ଲୁଟ୍‌ ସମୟରେ ସୁରକ୍ଷା କର୍ମୀ ଲମ୍ୱୋଦର ସେମାନଙ୍କୁ ବିରୋଧ କରିଥିଲେ। ପରେ ଲୁଟେରାମାନେ ଲମ୍ୱୋଦରଙ୍କୁ ଛୁରାରେ ଆକ୍ରମଣ କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ପ୍ରଦୀପ ମୁଣ୍ଡାଙ୍କ ମୁହଁରେ ବନ୍ଧା ଯାଇଥିବା କପଡ଼ା ଖସି ଯାଇଥିଲା। ସିସିଟିଭିରେ ପ୍ରଦୀପଙ୍କ ମୁହଁ ଆସିଥିବାରୁ ଧରାପଡ଼ିଯିବା ଭୟରେ ବିନୋଦ ସିଂ ଓ ହଗୁରୁ ନାଗ ତାଙ୍କୁ ଜଙ୍ଗଲକୁ ନେଇ ପଥରରେ ଛେଚି ହତ୍ୟା କରିଥିଲେ।