Advertisment

ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ

ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।

ଅଦ୍ୟତନ ହୋଇଛି
Amaresh Sahoo

Amaresh Sahoo

Advertisment

ଅଭିନେତ୍ରୀ ମନୋରମା ଦାଶଙ୍କଠାରୁ ୮ ଲକ୍ଷରୁ ଅଧିକ ଟଙ୍କା ନେଇ ଆଉ ନ ଫେରାଇବା ମାମଲାରେ ଗିରଫ ହୋଇଛନ୍ତି ‘ଓମ୍ ଶିବଶକ୍ତି’ ଯାତ୍ରାପାର୍ଟିର ମାଲିକ ଅମରେଶ ଚନ୍ଦ୍ର ସାହୁ। ଭୁବନେଶ୍ୱରର ଲିଙ୍ଗରାଜ ଥାନା ପୁଲିସ ତାଙ୍କୁ ଗିରଫ କରିଛି।

Advertisment

ଗତ ସେପ୍ଟେମ୍ବର ୨୬ ତାରିଖରେ ଅଭିନେତ୍ରୀ ମନୋରମା ଦାଶ ‘ଓମ୍ ଶିବଶକ୍ତି’ ଯାତ୍ରାପାର୍ଟିର ମାଲିକ ଅମରେଶ ଚନ୍ଦ୍ର ସାହୁଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ। ମନୋରମାଙ୍କ ଅଭିଯୋଗ ଅନୁଯାୟୀ, ସେ ୨୦୨୩ ଫେବ୍ରୁଆରୀ ମାସରେ ‘ଓମ ଶିବଶକ୍ତି’ରେ ଯୋଗ ଦେଇଥିଲେ। ତାଙ୍କୁ ମାସିକ ୮୦ ହଜାର ଟଙ୍କା ଦିଆଯିବ ବୋଲି ଚୁକ୍ତି ହୋଇଥିଲା। ସେ ସେଠାରେ ମାସେ ରହିବା ପରେ ତାଙ୍କୁ ସେହି ଯାତ୍ରା ପାର୍ଟିର ପାର୍ଟନର କରିବାକୁ ପ୍ରସ୍ତାବ ଦେଇଥିଲେ ଅଭିଯୁକ୍ତ ଅମରେଶ। ଯାହା ଲାଭ ହେବ, ତାହା ସେମାନଙ୍କ ମଧ୍ୟରେ ସମାନ ପରିମାଣରେ ଭାଗ ହେବ ବୋଲି ସେ କହିଥିଲେ। ଅମରେଶଙ୍କର ଏହି ପ୍ରସ୍ତାବ ମନୋରମାଙ୍କୁ ପ୍ରଲୋଭିତ କରିଥିଲା ଓ ସେ ଯାତ୍ରାପାର୍ଟିର ଦାୟିତ୍ୱ ନେବାକୁ ରାଜି ହୋଇଯାଇଥିଲେ। 

ଏହି ଯାତ୍ରା ପାର୍ଟିରେ ଅଭିନେତ୍ରୀ ମନୋରମା ଦାଶ ୫ ମାସ କାମ କରିଥିଲେ। ତା’ ଭିତରେ ଅଭିଯୁକ୍ତ ଅମରେଶଙ୍କ ନିର୍ଦ୍ଦେଶକ୍ରମେ ସେ ନିଜ ପକେଟରୁ କିଛି ଥର ଯାତ୍ରା ପାର୍ଟିର କର୍ମଚାରୀମାନଙ୍କୁ ଦରମା ଦେଇଥିଲେ। ସେହିଭଳି ଏହି ସମୟ ମଧ୍ୟରେ ଅମରେଶ ବ୍ୟକ୍ତିଗତ କାମ ପାଇଁ ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ ଓ ପରେ ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯେହେତୁ ଅମରେଶଙ୍କ ସହିତ ଭଲ ସଂପର୍କ ଥିଲା, ତେଣୁ ମନୋରମା ବିନା ଦ୍ୱନ୍ଦ୍ୱରେ ଟଙ୍କା ଦେଇଥିଲେ। କିନ୍ତୁ ଅମରେଶ ତାଙ୍କୁ ଠକି ଥିଲେ। ଆଉ ଟଙ୍କା ଫେରାଇ ନଥିଲେ। ଅମରେଶ ତାଙ୍କଠାରୁ ୮ ଲକ୍ଷ ୨୫ ହଜାର ୪୦୦ ଟଙ୍କା ଠକି ନେଇଥିବା ଅଭିଯୋଗ କରିଥିଲେ ମନୋରମା।

Advertisment

୫ ମାସ ପରେ ମନୋରମା ‘ଓମ ଶିବଶକ୍ତି’ ଯାତ୍ରା ପାର୍ଟି ଛାଡ଼ି ଦେଇଥିଲେ। ତା’ପରେ ଯେତେବେଳେ ସେ ଅମରେଶଙ୍କୁ ଟଙ୍କା ଫେରାଇବା ପାଇଁ ଯୋଗାଯୋଗ କଲେ, ସେ ତାଙ୍କ କଥା ଶୁଣି ନଥିଲେ। ମନୋରମା ବାରମ୍ବାର ଯୋଗାଯୋଗ କରି ଟଙ୍କା ମାଗିବାରୁ ଅମରେଶ ତାଙ୍କୁ ଗାଳିଗୁଲଜ କରିବା ସହିତ ମାରି ଦେବାକୁ ବି ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗ ପାଇବା ପରେ ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅମରେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe