Advertisment

‘ହଁ, ମୁଁ ମୋ’ ଛୁଆର ତଣ୍ଟି କାଟି ଦେଇଛି, ହେଲେ...’

ବଲାଙ୍ଗିର ଖଲିଆପାଲିରେ ଗତକାଲି ଘଟିଥିବା ଏପରି ନିର୍ମମ କାଣ୍ଡରେ ଆଜି ଏଭଳି ଟୁଇଷ୍ଟ ଆସିଛି।

ଅଦ୍ୟତନ ହୋଇଛି
Accused

Accused

Advertisment

‘ହଁ, ମୁଁ ମୋ’ ଛୁଆକୁ ମାରିଛି। ଯାହାକୁ ୬ ମାସ ତଳେ ଜନ୍ମ ଦେଇଥିଲି, ତା’ର ତଣ୍ଟି କାଟିଦେଲି। ହେଲେ ଏପରି କାଣ୍ଡ ମୁଁ ମୋ ସ୍ୱାମୀ ପାଇଁ କରିବାକୁ ବାଧ୍ୟ ହୋଇଛି। ମୋ’ ସ୍ୱାମୀଙ୍କର ପରକୀୟା ସଂପର୍କରେ ଅତିଷ୍ଠ ହୋଇ ମୁଁ ମୋ’ ଛୁଆ ଜୀବନ ନେଇ ଯାଇଛି।’ ଗତକାଲି ନିଜ ୬ ମାସର ଛୁଆର ତଣ୍ଟି କାଟି ଗିରଫ ହୋଇଥିବା ନିର୍ଦ୍ଦୟୀ ମା’ ମୀନା ନାଗ ଆଜି କୋହଭରା କଣ୍ଠରେ ନିଜ ଅପରାଧକୁ ସ୍ୱୀକାର କରିଛନ୍ତି।

Advertisment

ବଲାଙ୍ଗିର ଖଲିଆପାଲିରେ ଗତକାଲି ଘଟିଥିବା ଏପରି ନିର୍ମମ କାଣ୍ଡରେ ଆଜି ଏଭଳି ଟୁଇଷ୍ଟ ଆସିଛି। ଗତକାଲି ଏପରି ନାରକୀୟ କାଣ୍ଡ ଘଟାଇଥିବା ରାକ୍ଷାସୀ ମା’ ମୀନା ନାଗଙ୍କୁ ପୁଇଁତଳା ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟଚାଲାଣ ବେଳେ ହତ୍ୟାକାଣ୍ଡ ସଂପର୍କରେ ଅଭିଯୁକ୍ତ ମୀନା ନାଗ ଚଞ୍ଚଲ୍ୟକର ବୟାନ ଦେଇ ନିଜ ଅପରାଧକୁ ସ୍ୱୀକାର କରିଛନ୍ତି।

ମୀନାଙ୍କ କହିବା କଥା, ସ୍ୱାମୀ ରବୀନ୍ଦ୍ର ନାଗ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିବା ସହ ବାରମ୍ବାର ଘରେ କଳିକଜିଆ କରୁଥିଲେ । ଗତକାଲି ମଧ୍ୟ ପାଟିତୁଣ୍ଡ କରି ସେ ମୀନାଙ୍କୁ ମାରପିଟ କରିଥିଲେ। ତେଣୁ ରାଗରେ ଛଅ ମାସର ପୁଅକୁ ହତ୍ୟା କରିଥିବା କହିଛି ମୀନା ନାଗ ।

Advertisment

କିନ୍ତୁ ଗତକାଲି ସ୍ତ୍ରୀ ମାନସିକ ରୋଗୀ ଏବଂ ସେହି କାରଣରୁ ପୁଅକୁ ହତ୍ୟା କରିଥିବା କହିଥିଲେ ରବୀନ୍ଦ୍ର ନାଗ । ହେଲେ ଆଜି ମୀନାଙ୍କ ଏପରି ବୟାନ ସମଗ୍ର ଘଟଣାକୁ ରହସ୍ୟ ଘେରକୁ ଠେଲି ଦେଉଛି। ସେପଟେ ପୁଲିସ କିନ୍ତୁ ଏ ସଂପର୍କରେ ମୁହଁ ଖୋଲୁନି।

Child Death Murder Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe