Advertisment

ଆଶ୍ରମ ଖୋଲିବାକୁ ଆସିଥିବା ‘ଯୋଗ ଗୁରୁ’ଙ୍କୁ ଗଞ୍ଜେଇ ସହ ବାନ୍ଧିଲା ପୁଲିସ୍‌

ଆତ୍ମଘୋଷିତ ଯୋଗ ଗୁରୁ ଜଣଙ୍କ ପ୍ରାୟ ୨୦ ବର୍ଷ ଧରି ଗୋଆରେ ରହିଥିଲେ।

Yoga Guru

Yoga Guru

Advertisment

ଜଣେ ଆତ୍ମଘୋଷିତ ୪୫ ବର୍ଷୀୟ ଯୋଗ ଗୁରୁଙ୍କୁ ଗିରଫ କରିଛି ପୁଲିସ୍‌। ଏହି ଯୋଗ ଗୁରୁ ଜଣଙ୍କ ନିକଟରେ ଗୋଆରୁ ଫେରିଥିଲେ। ଛତିଶଗଡ଼ର ରାଜନନ୍ଦ ଗାଁରେ ସେ ଗୋଟିଏ ଆଶ୍ରମ ଖୋଲିବାକୁ ଯୋଜନା କରିଥିଲେ। କିନ୍ତୁ ନିର୍ମାଣାଧୀନ ଆଶ୍ରମରେ ସେ ନିଶା ଦ୍ରବ୍ୟର କାରବାର କରୁଥିବା ଅଭିଯୋଗ ପରେ ପୁଲିସ୍‌ ରେଡ କରିଥିଲା। ଏହି ସମୟରେ ଯୋଗ ଗୁରୁଙ୍କୁ ୨ କେଜି ଗଞ୍ଜେଇ ରଖିବା ଅଭିଯୋଗରେ ପୁଲିସ୍‌ ଗିରଫ କରିଛି।

Advertisment

ଆତ୍ମଘୋଷିତ ଯୋଗ ଗୁରୁ ଜଣଙ୍କ ପ୍ରାୟ ୨୦ ବର୍ଷ ଧରି ଗୋଆରେ ରହିଥିଲେ। ସେଠାରେ ସେ ଦି କ୍ରାନ୍ତୀ ଚଳାଉଲେ। ସେ ଅନେକ ବିଦେଶୀଙ୍କ ସମେତ ଭାରତୀୟଙ୍କୁ କ୍ରାନ୍ତୀ ଯୋଗ ଶିଖାଉଥିଲେ ବୋଲି ଦାବି କରିଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ତରୁଣ କ୍ରାନ୍ତୀ ଅଗ୍ରୱାଲ ଓରଫ ସୋନୁ। ସେ ନିକଟରେ ଗୋଆରୁ ଛତିଶଗଡ଼କୁ ଫେରିଥିଲେ। ଏହାପରେ ପ୍ରଜ୍ଞା ଗିରି ପାହାଡ଼ ନିକଟରେ ୫ ଏକର ଜମି କିଣିଥିଲେ। ଏହି ସ୍ଥାନଟି ଦୋନଗରଗଡ଼ ମନ୍ଦିର ଠାରୁ ମାତ୍ର ୨ କିମି ଦୂର। ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଭାବେ ମଧ୍ୟ ପରିଚିତ।

ଜମି କିଣିବାର ମାସକ ପରେ ସୋନୁ ସେଠାରେ ଆଶ୍ରମ ପାଇଁ ନିର୍ମାଣ କାମ ଆରମ୍ଭ କରିଥିଲା। ଆଶ୍ରମର ନିର୍ମାଣ କାମ ଚାଲିଥିବା ବେଳେ ସ୍ଥାନୀୟ ପୁଲିସ୍‌ ଅଭିଯୋଗ ପାଇଥିଲା ଯେ ଉକ୍ତ ସ୍ଥାନରେ ନାବାଳକ ଓ ପର୍ଯ୍ୟଟକଙ୍କୁ ନିଶାଦ୍ରବ୍ୟ ଦିଆଯାଉଛି। ସେଠାରେ କିଛି ଯୁବକ ସବୁବେଳେ ଛୁରୀ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ରହୁଛନ୍ତି।

Advertisment

ସ୍ଥାନୀୟ ଏସ୍‌ପି ମୋହିତ ଗର୍ଗ କହିଛନ୍ତି, “ଉକ୍ତ ସ୍ଥାନରେ ବେଆଇନ କାମ ଚାଲିଥିବା ଆମକୁ ଖବର ମିଳିଥିଲା। ଏହାପରେ ଜୁନ ୨୫ରେ ଆମେ ସେଠାରେ ରେଡ କରିଥିଲୁ। ସେଠାରୁ ୧.୯୯୩ କେଜିର ଗଞ୍ଜେଇ ମିଳିଛି। ଏହାପରେ ଉକ୍ତ ସ୍ଥାନର ମାଲିକ ସୋନଙ୍କୁ ଗିରଫ କରାଯାଇଛି। ଉକ୍ତ ସ୍ଥାନରେ ନିଶାଦ୍ରବ୍ୟ ବିକ୍ରି ହେଉଥିବା ଆଶଙ୍କା କରାଯାଉଛି।”

ସୋନଙ୍କ ପରିବାର ଲୋକ ବ୍ୟବସାୟ କରନ୍ତି। ତାଙ୍କ ଜନ୍ମ ଦୋନଗରଗଡ଼ରେ ହୋଇଥିଲା। କିନ୍ତୁ ପ୍ରାୟ ୨୦ ବର୍ଷ ତଳେ ସେ ଘର ଛାଡ଼ି ଚାଲି ଯାଇଥିଲେ। ସୋନୁ ଗିରଫ ପରେ ପୁଲିସ୍‌କୁ କହିଛନ୍ତି ଯେ ସେ ଅନେକ ଦେଶକୁ ଯାଇଛନ୍ତି ଓ ତାଙ୍କ ନାଁରେ ୧୦ଟି ଏନଜିଓ ଚାଲିଛି।

Chhattisgarh Cannabis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe