Advertisment

'ଡାକ୍ତରଙ୍କୁ ମର୍ଡର କଲେ ଝିଅ ସହ ବିବାହ ଦେବି...'; ଦିଲ୍ଲୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୁଲିସ

ଚିକିତ୍ସା ହେବାକୁ ଯାଇ ଦିଲ୍ଲୀର ଜଣେ ଡାକ୍ତରଙ୍କୁ ହତ୍ୟା କରିଥିଲେ ଦୁଇ ଜଣ ନାବାଳକ ।

author-image
Debibandita Barick
ଅଦ୍ୟତନ ହୋଇଛି
Doctor

Doctor

ଦିଲ୍ଲୀର ନିମା ହସ୍ପିଟାଲରେ ଡାକ୍ତର ଜାବେଦ ଅଖତରଙ୍କୁ ହତ୍ୟା ଘଟଣାର ଆଶ୍ଚର୍ଯ୍ୟକର ସତ ସାମ୍ନାକୁ ଆସିଛି। ପୁଲିସ ଅଟକ ରଖିଥିବା ଜଣେ ସନ୍ଦିଗ୍ଧ ହତ୍ୟା ପଛର କାରଣ ବଖାଣିଛି। ତାଙ୍କ ପ୍ରେମିକାଙ୍କ ବାପା ଡାକ୍ତରଙ୍କୁ ମାରିଲେ ଝିଅ ସହ ବାହାଘର କରାଇବେ କହିଥିବାରୁ ସେ ହତ୍ୟା କରିଥିବା ମାନିଛନ୍ତି। 

Advertisment

ପୁଲିସ କହିଛି ଯେ, ହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ବ୍ୟକ୍ତି ନିମା ହସ୍ପିଟାଲର ଜଣେ ନର୍ସଙ୍କ ସ୍ୱାମୀ। ଡାକ୍ତର ଜାବେଦ ଅଖତର ତାଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସେ ସନ୍ଦେହ କରୁଥିଲେ। ଏଥିପାଇଁ ସେ ତାଙ୍କୁ ଜୀବନରୁ ମାରିବାକୁ ଯୋଜନା କରୁଥିଲେ।

ଏହାରି ମଧ୍ୟରେ ସେ ଜାଣିବାକୁ ପାଇଥିଲେ ଯେ, ଜଣେ ନାବାଳକ ତାଙ୍କ ଝିଅକୁ ପ୍ରେମ କରୁଛି। ତେଣୁ ସେ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଯଦି ସେ ଡାକ୍ତରଙ୍କୁ ହତ୍ୟା କରନ୍ତି, ତେବେ ଝିଅ ସହ ବିବାବ ଦେବେ ବୋଲି କହିଥିଲେ।

Advertisment

ଏପରି ପ୍ରତିଶୃତି ପାଇ ହତ୍ୟା ପାଇଁ ଯୋଜନା କରିଥିଲା ନାବାଳକ। ଅକ୍ଟୋବର 2 ରାତିରେ ଜଣେ ସାଙ୍ଗ ସହ ଚିକିତ୍ସା ବାହାନାରେ ନିମା ହସ୍ପିଟାଲକୁ ଯାଇଥିଲା। ସେଠାରେ ଡାକ୍ତର ଅଖତରଙ୍କୁ ଗୁଳି କରି ହତ୍ୟା କରିଥିଲା। ସିସିଟିଭିରେ ହତ୍ୟାକାଣ୍ଡର ଦୃଶ୍ୟ କଏଦ ହୋଇଥିଲା।

ପୁଲିସ ଭିଡିଓ ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁ ଥିବାବେଳେ ଜଣେ ସନ୍ଦିଗ୍ଧ ନାବାଳକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା। ତଦନ୍ତ ସମୟରେ ହତ୍ୟା ପଛର ଏହି ଆଶ୍ଚର୍ଯ୍ୟକର କାରଣ କହିଛି। ଅଭିଯୁକ୍ତ ନାବାଳକ ସମ୍ପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା ନେଇଥିବା ପୁଲିସ କହିଛି। 

Delhi Murder Case Doctor Murder Case