Advertisment

ରୀତାଞ୍ଜଳି ବାଘଙ୍କ ନିକଟକୁ ଯାଇ ୫ ବର୍ଷ ହେଲା ନିଖୋଜ ସସ୍ମିତା, ହୋଇନି ତ ସଞ୍ଜୀବଙ୍କ ପରି ଅବସ୍ଥା !

ମା’ ମଙ୍ଗଳାଙ୍କ ବେଶ ଧରିଥିବା ରୀତାଞ୍ଜଳି ସସ୍ମିତା ଧଳଙ୍କୁ ଅଟକାଇ ଦେଇଥିଲେ।

ଅଦ୍ୟତନ ହୋଇଛି
Missing & Dead

Missing & Dead

Advertisment

ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ସୁବର୍ଣ୍ଣପୁର ଗାଁର ସଞ୍ଜୀବ ବିଶ୍ୱାଳଙ୍କ ମୃତ୍ୟୁ ମାମଲା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅଙ୍କୁ ଅଟକ ରଖିଛି ପୁଲିସ୍‌। ତେବେ ଏପରି ଘଟଣା ରୀତାଞ୍ଜଳି ବାଘଙ୍କ ପାଇଁ ନୂଆ ନୁହେଁ ବୋଲି ଜଣାଯାଇଛି। କାରଣ ୫ ବର୍ଷ ପୂର୍ବେ ମଧ୍ୟ ସମାନ ଘଟଣା ଘଟିଥିଲା। ରୀତାଞ୍ଜଳିଙ୍କ ନିକଟରେ ରହିଥିବା ଜଣେ ଯୁବତୀଙ୍କ ପତ୍ତା ପାଉ ନାହାନ୍ତି ତାଙ୍କ ପରିବାର ଲୋକେ। ତେଣୁ ଝିଅକୁ ରୀତାଞ୍ଜଳି ବାଘ ବଳି ଦେଇଥିବା ସନ୍ଦେହ କରି ଏବେ ତାଙ୍କ ପରିବାର ଲୋକେ ଘଟଣାର ତଦନ୍ତ ଦାବି କରିଛନ୍ତି।

Advertisment

ନିଖୋଜ ଯୁବତୀ ଜଣକ ବୌଦ୍ଧ ଜିଲ୍ଲା ଧଉରାଗୋଠ ଗ୍ରାମର ରବି ଧଳଙ୍କ ମଝିଆ ଝିଅ ସସ୍ମିତା ଧଳ ବୋଲି ଜଣାଯାଇଛି। ୨୦୧୮ମସିହା ସେପ୍ଟେମ୍ବର ୧୭ ତାରିଖରେ ସସ୍ମିତା ନିଜ ଭାଉଜଙ୍କ ସହ ଟୁସର ଗ୍ରାମରେ ଥିବା ମା’ ମଙ୍ଗଳାଙ୍କ କୋଠିକୁ ଯାଇଥିଲେ। ସେଠାରେ ପୂଜା ସରିବା ପରେ ନଣନ୍ଦ, ଭାଉଜ ଘରକୁ ବାହାରିଥିଲେ।

ସେତେବେଳେ ମା’ ମଙ୍ଗଳାଙ୍କ ବେଶ ଧରିଥିବା ରୀତାଞ୍ଜଳି  ସସ୍ମିତା ଧଳଙ୍କୁ ଅଟକାଇ ଦେଇଥିଲେ। ଏପରିକି ଘରେ କାମ ଅଛି ବୋଲି ସସ୍ମିତା କହିଥିବା ବେଳେ ରୀତାଞ୍ଜଳି ରାଗିଯାଇ ମା’ଙ୍କ ସେବା କର ଘର କାମ ଭୁଲିଯା’ ବୋଲି କହିଥିଲେ । ତା’ ପରେ ସାଙ୍ଗରେ ଯାଇଥବା ତାଙ୍କ ଭାଉଜ ଏକା ଗାଁକୁ ଫେରିଥିଲେ।

Advertisment

ଏହାର ୨ ଦିନ ପରେ ଯେତେବେଳେ ସସ୍ମିତାଙ୍କ ବାପା ରବି ଧଳ ଝିଅକୁ ଆଣିବାକୁ ଯାଇ ଥିଲେ ସେ ସମୟରେ ଝିଅ ମଙ୍ଗଳା କୋଠିରେ ନ ଥିଲା। ଝିଅ କୁଆଡ଼େ ଗଲା ବୋଲି ସସ୍ମିତାଙ୍କ ବାପା ରୀତାଞ୍ଜଳିଙ୍କୁ ପଚାରିବାରୁ ତୁମ ଝିଅ ଭୋରରୁ କୁଆଡ଼େ ଚାଲି ଯାଇଛି ଆମେ ଜାଣିନୁ ବୋଲି କହିଥିଲେ।

ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି ଝିଅ ସସ୍ମିତାର ଟେର୍ ପାଇ ପାରି ନ ଥିଲେ । ଏହାପରେ ଏନେଇ ସେମାନେ ଅନୁଗୋଳ ଜିଲ୍ଲାର କିଶୋରନଗର ଥାନାରେ ଏକ ମିସିଂ କେସ୍ ଦେଇଥିଲେ।

ଏହି ଘଟଣାକୁ ୫ ବର୍ଷ ବିତିବା ପରେ ବି ପରିବାର ଲୋକେ ଝିଅର ବାଟକୁ ଅନାଇ ଆଖିରୁ ଲୁହ ଗଡ଼ାଉଛନ୍ତି। ଏବେ ସଞ୍ଜୀବ ବିଶ୍ୱାଳ ଘଟଣା ସାମ୍ନାକୁ ଆସିବା ପରେ ଖୋଲିବାକୁ ଲାଗୁଛି ଗୋଟେ ପରେ ଗୋଟେ ଗୁମର । ତେଣୁ ରୀତାଞ୍ଜଳି ସସ୍ମିତାଙ୍କର ବି ସଞ୍ଜୀବଙ୍କ ପରି ଅବସ୍ଥା କରି ନାହାନ୍ତି ତ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ସସ୍ମିତା ନିଖୋଜ ହେବା ପଛର ରହସ୍ୟ କ’ଣ ଜାଣିବାକୁ ଅନାଇ ବସିଛନ୍ତି ତାଙ୍କ ପରିବାର ଲୋକେ।  

ଏନେଇ ସସ୍ମିତାଙ୍କ ମା’ କହିଛନ୍ତି, ମୋ ଝିଅ ମା’ ପାଖକୁ ଯାଇ ଆଉ ଘରକୁ ଫେରିଲାନି। ୨ ଦିନ ପରେ ଯିବାରୁ କହିଲେ ତମ ଝିଅ ଆମ ପାଖରେ ନାହିଁ। ଭାବିଲି ବିକିଦେଲେ। ହେଲେ ଏବେ ଭାବୁଛୁ ଆମ ଝିଅକୁ ବି ସେ ବଳି ଦେଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ସୁବର୍ଣ୍ଣପୁର ଗାଁର ସଞ୍ଜୀବ ବିଶ୍ୱାଳ ନିଜ ମାଆ ବାସନ୍ତୀ ବିଶ୍ୱାଳଙ୍କ ସହ ଟୁସର ଗାଁରେ ଥିବା ମଙ୍ଗଳା କୋଠିକୁ ଯାଇଥିଲେ। ସେହିଦିନ ରାତିରେ ମଙ୍ଗଳା କୋଠି ଚଳାଉଥିବା ରୀତାଞ୍ଜଳି ବାଘଙ୍କ ପରାମର୍ଶରେ ସଞ୍ଜୀବ ଅଧିଆ ପଡ଼ିଥିବା ବେଳେ ତାଙ୍କ ମା’ ଅନ୍ୟ ଏକ କୋଠରୀରେ ଶୋଇଥିଲେ। ତା’ପର ଦିନ ଅର୍ଥାତ ୨୩ ତାରିଖ ସକାଳ ପ୍ରାୟ ୫ଟା ସମୟରେ ପୁଅ ନଥିବା ଦେଖି ମାଆ ବାସନ୍ତୀ ବିଶ୍ୱାଳ ବ୍ୟସ୍ତ ହୋଇପଡ଼ିଥିଲେ। ପୁଅକୁ ଚାରିଆଡ଼େ ଖୋଜିଥିଲେ। ମାତ୍ର ସଞ୍ଜୀବଙ୍କର କୌଣସି ପତ୍ତା ପାଇନଥିଲେ।  ଗତ ୨୮ ତାରିଖରେ ନିଖୋଜ ନାବାଳକଙ୍କ ଗଳିତ ଝୁଲନ୍ତା ମୃତଦେହ ବାରେଣୀ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।

ଏହି ଖବର ପ୍ରଚାର ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ସଞ୍ଜୀବଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ଆଣି ଗାଁ ଲୋକେ ଗତ ଶୁକ୍ରବାର ବାରେଣୀ ଛକରେ ରାସ୍ତାରୋକ କରିଥିଲେ। ଉତ୍ତ୍ୟକ୍ତ ଲୋକେ ବୁଝାସୁଝା କରିବାକୁ ଯାଇଥିବା ପୁଲିସ୍‌ର ଗାଡ଼ିକୁ ଜାଳି ଦେଇଥିଲେ।  

Police Boudh Missing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe