ଗତକାଲି କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ଯୁବତୀ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି। ଯୁବତୀ ଜଣକ ବ୍ରହ୍ମପୁର ସଦର ଥାନା ଅଞ୍ଚଳର ବୋଲି ଜଣାଯାଇଛି।
ଗତକାଲି ଯୁବତୀ ଜଣଙ୍କ କୁକୁଡ଼ାଖଣ୍ଡି ବ୍ଲକ୍ ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି MKCGରେ ଭର୍ତ୍ତି କରିଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଛି।
Also Read
ତେବେ ଯୁବତୀ ଜଣଙ୍କ କାହିଁକି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ତାର କାରଣ ଜଣା ପଡ଼ିନାହିଁ। ଘରୋଇ କଳି ପାଇଁ ଯୁବତୀ ଜଣଙ୍କ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଏହି ମାମଲାରେ ଯୁବତୀଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ତେବେ ଏନେଇ ପୁଲିସ କିମ୍ବା ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
Crime
ହଂସିତା-ଅନୀଲ୍ଙ୍କ ଠକାମିର ପୋଲ୍ ଖୋଲିଲେ ତାଙ୍କ ପୂର୍ବତନ କର୍ମଚାରୀ!
ହଂସିତା-ଅନୀଲଙ୍କ ଅଫିସ୍ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X ପୁଲିସ୍କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିତା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା।
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।