Advertisment

ରାଜଧାନୀରେ ଚାଞ୍ଚଲ୍ୟ; ପୁରୁଷ ବନ୍ଧୁଙ୍କୁ ହାଣି ଯୁବତୀଙ୍କୁ ଟେକିନେଲେ

ଯୁବତୀଙ୍କ ପୁରୁଷ ବନ୍ଧୁ ବାରଣ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।

Scooty

Scooty

Advertisment

ସୁରକ୍ଷିତ ନୁହେଁ ରାଜଧାନୀ ରାଜରାସ୍ତା। ରାତି ଅଧରେ ବିଚ୍‌ ରାସ୍ତାରୁ ଫିଲ୍ମ ଷ୍ଟାଇଲରେ ଯୁବତୀଙ୍କୁ ଅପହରଣ କରିନେଲେ ୪ ଯୁବକ । ନିଜ ପୁରୁଷ ବନ୍ଧୁଙ୍କ ସହ ଯାଉଥିବା ଜଣେ ଯୁବତୀଙ୍କୁ ୪ ଯୁବକ କାର୍‌ରେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ଲୁମ୍ବିନୀ ବିହାର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏପରରି ଅଘଟଣ।

Advertisment

ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ବେଳେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଲୁମ୍ବିନୀ ବିହାର ଅଞ୍ଚଳରେ ଯାଉଥିଲେ। ଯୁବକଙ୍କ ଘର ନିଳାଦ୍ରି ବିହାର ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଜଣକ ବି ଆଖପାଖ ଅଞ୍ଚଳରେ ରହୁଥିଲେ।

ଉକ୍ତ ସମୟରେ ୪ ଯୁବକ ଏକ କାର୍‌ରେ ଆସି ଉଭୟଙ୍କୁ ଅଟକାଇଥିଲେ। ଏହାକୁ ଯୁବତୀଙ୍କ ପୁରୁଷ ବନ୍ଧୁ ବାରଣ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।

Advertisment

ଏନେଇ ସୂଚନା ପାଇ ପୁଲିସ୍‌ ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାୟ ୧୦ ଘଣ୍ଟା ପରେ ବି ପୁଲିସ୍ ଉକ୍ତ ଯୁବତୀଙ୍କ ପତ୍ତା ପାଇପାରୁନି। କିଏ ଓ କାହିଁକି ଏପରି ଅପରଣ କରିଛି, ଯୁବତୀଜଣକ ଏବେ କେଉଁଠି ଓ କିପରି ଅବସ୍ଥାରେ ଅଛନ୍ତି ତାହାର କିଛି ସନ୍ଧାନ ମିଳିପାରିନି। ଅପରପକ୍ଷେ, ଅପହରଣକାରୀଙ୍କୁ ଚିହ୍ନି ନ ଥିବା ଗୁରୁତର ଯୁବକଜଣକ କହିଛନ୍ତି।

ରାଜଧାନୀରେ ସାଧାରଣ ଲୋକେ ରାତି ଅଧରେ ବି ସୁରକ୍ଷିତ ଭାବେ ଯାତାୟତ କରି ପାରିବେ ବୋଲି କମିଶନରେଟ ପୁଲିସ୍‌ ଡେଙ୍ଗୁରା ପିଟୁଥିବା ବେଳେ ଏବେ ତାହା ଏକ ପ୍ରହସନରେ ପରିଣତ ହୋଇଥିବା କୁହାଯାଉଛି। 

Bhubaneswar Kidnap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe