Advertisment

ଗ୍ରୁପ୍‌ ଲୋନ୍‌ ନାଁରେ ୧୫ ଲକ୍ଷ ଉଠାଇ ଯୁବକ ଫେରାର, ଘରେ ତାଲା ପକାଇ ଦେଲେ ମହିଳା

ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ଉତ୍ତ୍ୟକ୍ତ ମହିଳାମାନେ ତାଙ୍କ ଘରେ ତାଲା ପକାଇ ଦେଇଛନ୍ତି।

author-image
Niharika Rout
Alligation

Alligation

ଗ୍ରୁପ୍‌ ଲୋନ୍‌ କରାଇ ଦେବା ପାଇଁ ଦେଇଥିଲା ମିଥ୍ୟା ପ୍ରଲୋଭନ । ଏହାପରେ ଗାଁର ନୀରିହ ମହିଳାଙ୍କ ଦସ୍ତଖତ ନେଇ ଉଠାଇ ନେଲା ୧୫ ଲକ୍ଷ ଟଙ୍କା। ଏହାପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ଉତ୍ତ୍ୟକ୍ତ ମହିଳାମାନେ ତାଙ୍କ ଘରେ ତାଲା ପକାଇ ଦେଇଛନ୍ତି। ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କୀ ଗାଁରେ ଘଟିଛି।

Advertisment

ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବାଡ଼ବାଙ୍କୀ ପଂଚାୟତ ବଡ଼ବାଙ୍କୀ ଗାଁ ର ୨୫ ରୁ ଉର୍ଦ୍ଧ ମହିଳାଙ୍କ କାଗଜ ପତ୍ର ନେଇ ଗ୍ରୁପ ଋଣ କରାଇ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଣ କରି ଫେରାର ମାରିଥିବା ବେଳେ ଫେରାର ମାରିଥିବା ଯୁବକଙ୍କ ଘରକୁ ତାଲା ପକାଇ ତୁରେକେଲା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଗାଁ ର ୨୫ ଜଣ ମହିଳା l

ବଡ଼ବାଙ୍କୀ ଗାଁର ବାସୁଦେବ ପୁଟେଲ ୨୫ ଜଣ ମହିଳାଙ୍କ ନାମରେ ଗ୍ରୁପ ଲୋନ କରିଥିଲେ। ଘରେ ବସି ଟଙ୍କା ପାଇବ ବୋଲି ମହିଳାଙ୍କୁ ପ୍ରଲୋଭିତ କରିଥିଲେ। ଏହାପରେ ଏକ ମେଶିନ ଜରିଆରେ ମହିଳାଙ୍କ ଫିଙ୍ଗରପ୍ରିଣ୍ଟ ନେଇ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେବାରେ ସଫଳ ହୋଇଥିଲା l ଏହାପରେ ଗାଁରୁ ଫେରାର ହୋଇଛନ୍ତି ବାସୁଦେବ l

Advertisment

ଟଙ୍କା ଦେବାର ସମୟ ଆସିବା ପରେ ମହିଳାମାନେ କିସ୍ତି ପଇଠ ନ କରିବାରୁ ଫାଇନାନ୍ସ କର୍ମଚାରୀ ଗାଁକୁ ଆସିଥିଲେ l ତୁରନ୍ତ ଋଣ କିସ୍ତି ଶୁଝିବା ପାଇଁ ଲୋନ ଦେଇଥିବା ଅଧିକାରୀମାନେ ଧମକ ଦେବା ସହ ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

ଫଳରେ ଫେରାର ମାରିଥିବା ବାସୁଦେବ ପୁଟେଲଙ୍କ ଘରକୁ ଉତ୍ତ୍ୟକ୍ତ ମହିଳାମାନେ ତାଲା ପକାଇ ଦେଇଛନ୍ତି। ଏନେଇ ସେମାନେ ତୁରେକେଲା ଥାନାରେ ଏତଲା ଦେଇଛନ୍ତି । ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବାସୁଦେବଙ୍କୁ ଖୋଜିବା ଆରମ୍ଭ କରିଛି।

Bolangiri