Advertisment

ଲଭ୍, ସେକ୍ସ ଓ ଧୋକା; ବନ୍ଧା ହେଲେ ଯୁବକ

ପ୍ରିୟରଞ୍ଜନ ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ।

Arrested

Arrested

Advertisment

ଯୁବତୀଙ୍କୁ ଲଭ୍, ସେକ୍ସ ଓ ଧୋକା ଦେବା ଅଭିଯୋଗରେ ବନ୍ଧା ହେଲେ ଯୁବକ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ। ଗିରଫ ଅଭିଯୁକ୍ତ ହେଲେ ପ୍ରିୟରଞ୍ଜନ ଦିଗାଲ। ତାଙ୍କ ଘର ପବିଙ୍ଗିଆ ଗ୍ରାମରେ।

Advertisment

ପ୍ରିୟରଞ୍ଜନଙ୍କର ଫିରିଙ୍ଗିଆ ବଜାରରେ ଗୋଟିଏ Online Service Center ରହିଛି। ଯୁବତୀଙ୍କ ସହ ତାଙ୍କର ସେହିଠାରେ ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। ପରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ। ପରେ ପ୍ରିୟରଞ୍ଜନ ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ। ଏହାରି ମଧ୍ୟରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ।

ଏହି ବିଷୟରେ ପ୍ରିୟରଞ୍ଜନଙ୍କୁ ଜଣାଇଥିଲେ ଓ ବିବାହ କରିବା ପାଇଁ କହିଥିଲେ। କିନ୍ତୁ ପ୍ରିୟରଞ୍ଜନ ବିଭିନ୍ନ ବାହାନା କରି ବିବାହ କଥାକୁ ଟାଳି ଦେବା ସହିତ ଯୁବତୀକୁ ମେଡ଼ିସିନ ଦେଇ ଗର୍ଭପାତ କରାଇଥିଲେ। ଗର୍ଭପାତ କରିବାର କିଛି ଦିନ ପରେ ପ୍ରିୟରଞ୍ଜନଙ୍କ ଦେଖା ମିଳିନଥିଲା। ପରେ ଯୁବତୀ ଜଣଙ୍କ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପ୍ରିୟରଞ୍ଜନଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ପ୍ରିୟରଞ୍ଜନଙ୍କୁ ଗିରଫ କରିଛି।

Advertisment
Odisha Police Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe