ଫେକ୍ ଆଇଡି ଖୋଲି ବ୍ଲାକମେଲ କରୁଥିଲା; ବନ୍ଧା ହେଲା

ଟଙ୍କା ଦେଲେ ଫଟୋ ଡିଲିଟ କରିବ ବୋଲି ବାବୁ ଯୁବତୀଙ୍କୁ କହିଥିଲା।

cuttack PhotoOR

ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି

Tapaswini Nayak
  • Published: Friday, 24 November 2023
  • Updated: 24 November 2023, 08:05 AM IST

Sports

Latest News

ଇନଷ୍ଟାଗ୍ରାମରେ ଯୁବତୀଙ୍କ ନାଁରେ ଫେକ୍ ଆଇଡି ଖୋଲି ବ୍ଲାକମେଲ କରି ବନ୍ଧା ହେଲା ଅଭିଯୁକ୍ତ। ଗିରଫ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ବାବୁ ଓରଫ ଦିନେଶ ସେଠୀ।

ଅଭିଯୁକ୍ତ ବାବୁ କଟକ ବିଡାନାସୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଇନଷ୍ଟାଗ୍ରାମରେ ପ୍ରଥମେ ବନ୍ଧୁତା କରିଥିଲା। ପରେ ତାଙ୍କର ଫଟୋ ଗୁଡ଼ିକୁ ଡାଉନଲୋଡ କରି ଏକ ଫେକ ଆଇଡି ଯୁବତୀଙ୍କ ନାଁରେ ଖୋଲିଥିଲା। ଏହାପରେ ଅଶ୍ଲୀଳ ଫଟୋ ସହ ଯୁବତୀଙ୍କ ମୁହଁ ଯୋଡି ଅପଲୋଡ଼ କରିଥିଲା। ଯୁବତୀ ଜଣଙ୍କ ଏହା ଦେଖି ଅଭିଯୁକ୍ତ ବାବୁକୁ ଫଟୋ ଡିଲିଟ୍‌ କରିବାକୁ କହିଥିଲେ।

Also Read

ଟଙ୍କା ଦେଲେ ଫଟୋ ଡିଲିଟ କରିବ ବୋଲି ବାବୁ ଯୁବତୀଙ୍କୁ କହିଥିଲା। ଏନେଇ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ଯୁବତୀ ଭାଇ  ଅଭିଯୁକ୍ତ ବାବୁ ନାଁରେ  କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ବାବୁକୁ ଗିରଫ କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos