/odisha-reporter/media/post_attachments/uploadimage/library/16_9/16_9_0/Accused_1719418551.jpg)
Accused
ଯୁବତୀଙ୍କୁ ବ୍ଲାକମେଲ କରି ବନ୍ଧା ହେଲେ ଯୁବକ। ଘଟଣାଟି ହେଉଛି ବଲାଙ୍ଗି ଜିଲ୍ଲାର ଟାଉନଥାନା ଅଞ୍ଚଳରେ। ଗିରଫ ଯୁବକ ଜଣକ ହେଲେ ଚୂଡ଼ାପାଲି ଗାଁର ସୁମିତ କୁମାର ନାଗ।
Advertisment
ସୁମିତ ବଲାଙ୍ଗିର ସହରର ଜଣେ ଯୁବତୀଙ୍କ ଫଟୋକୁ ଅନ୍ୟ ଆଶ୍ଳୀଳ ଫଟୋ ସହିତ ଏଡିଟ କରିଥିଲେ। ତାପରେ ଫଟୋକୁ ଯୁବତୀଙ୍କ ହ୍ୱାଟ୍ସଆପକୁ ପଠାଇ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଫଟୋକୁ ଭାଇରାଲ କରିଦେବି ବୋଲି ଧମକ ଦେଇଥିଲେ ସୁମିତ। ବାରମ୍ବାର ଏଭଳି ବ୍ଲାକମେଲ କରିବାରୁ ଯୁବତୀ ଜଣକ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାର ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ସୁମିତ ନାଗକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁଲିସ କହିଛି, ଜଦି କେହି ଏଭଳି ବ୍ଲାକମେଲର ଶିକାର ହେଉଛନ୍ତି ତାହେଲେ ତୁରନ୍ତ ପୁଲିସକୁ ଜଣାନ୍ତୁ। ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଜିବ। ହେଲେ ଅନେଲୋକେ ବ୍ଲାକମେଲର ଶିକାର ହେଉଛନ୍ତି ହେଲେ ପୁଲିସକୁ ଜଣାଉ ନାହାନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
