Advertisment

ୟୁଟ୍ୟୁବରେ ବିଧାୟକଙ୍କୁ ଆକ୍ଷେପ କରୁଥିଲେ, ବନ୍ଧା ହେଲେ ଯୁବକ

କିଛି ଦିନ ହେବ ସୋଶାଲ ମିଡିଆରେ ଯାଜପୁର ଜିଲ୍ଲା ଧର୍ମଶାଳ ବିଧାୟକ ହିଂମାଶୁ ଶେଖର ସାହୁଙ୍କ ଚରିତ୍ର ସଂହାର କରୁଥିବା ଯୁବକଙ୍କୁ ବାନ୍ଧିଛି ପୁଲିସ୍‌। ଗିରଫ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲାର ୟୁଟୁବର ଜୟଦେବ ଲେଙ୍କା ।

author-image
Niharika Rout
ଅଦ୍ୟତନ ହୋଇଛି
Arrest

Arrest

ୟୁଟ୍ୟୁବରେ ବିଧାୟକଙ୍କ ଚରିତ୍ର ସଂହାର କରିବା ମହଙ୍ଗା ପଡ଼ିଲା। କିଛି ଦିନ ହେବ ସୋଶାଲ ମିଡିଆରେ ଯାଜପୁର ଜିଲ୍ଲା ଧର୍ମଶାଳ ବିଧାୟକ ହିଂମାଶୁ ଶେଖର ସାହୁଙ୍କ ଚରିତ୍ର ସଂହାର କରୁଥିବା ଯୁବକଙ୍କୁ ବାନ୍ଧିଛି ପୁଲିସ୍‌। ଗିରଫ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲାର ୟୁଟୁବର ଜୟଦେବ ଲେଙ୍କା ।

Advertisment

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଧର୍ମଶାଳା ବିଧାୟଙ୍କ ବିରୋଧରେ ପ୍ରାୟ ୪ ମାସ ହେବ ବାରମ୍ବାର ସୋଶାଲ ମିଡ଼ିଆରେ ଆପତ୍ତିଜଣକ ମନ୍ତବ୍ୟ ପୋଷ୍ଟ କରୁଥିଲେ ଜୟଦେବ । ଏପରିକି ୨ ଦିନ ତଳେ କରିଥିବା ପୋଷ୍ଟରେ ତାଙ୍କୁ ଗିରଫ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ।

ଏନେଇ ବିଧାୟକଙ୍କ ସମର୍ଥକ ଗତ ୨୮ ତାରିଖରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Advertisment

ଏହାପରେ ଜୟଦେବଙ୍କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଅଟକ ରଖିଥିବା ବେଳେ ଗତକାଲି ତାଙ୍କୁ ନେବାକୁ ଭୁବନେଶ୍ୱରରେ ପହଞ୍ଚିଥିଲା ଧର୍ମଶାଳା ପୁଲିସ୍‌। ଭୁବନେଶ୍ୱରରୁ ଜୟଦେବଙ୍କୁ ଗିରଫ କରି ଧର୍ମଶାଳା ପୁଲିସ୍‌ ନେଇଥିବା ଜଣାଯାଇଛି। ତେବେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଗିରଫଦାରୀ ପରେ ତାଙ୍କୁ କେଉଁ ଥାନାରେ ରଖାଯାଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନି। 

ଜୟଦେବଙ୍କ ଘର କେନ୍ଦ୍ରାଡ଼ାର ମହାକାଳପଡ଼ା ହୋଇଥିବା ବେଳେ ସେ କ’ଣ ପାଇଁ ଧର୍ମଶାଳା ବିଧାୟକଙ୍କ ବିରୋଧରେ ଆକ୍ଷେପ କରିବା ସହ ତାଙ୍କୁ ଟାର୍ଗେଟ କରୁଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଜୟଦେବଙ୍କ ଫେସ୍‌ବୁକ୍‌ ପେଜ୍‌ରେ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କୀତ ଫଟୋ ରହିଛି।  ତେଣୁ କାହା ଇଙ୍ଗିତରେ ସେ ଏପରି ପୋଷ୍ଟ କରୁଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। 

Jajpur Social Media Threat Arrest