Advertisment

ହାତୀ ଲାଙ୍ଗୁଡ଼ ଟାଣି ବନ୍ଧା ହେଲେ ଯୁବକ

ବନ୍ୟଜନ୍ତୁଙ୍କୁ କୌଣସି ପ୍ରକାରରେ ହଇରାଣ କରିବା ଉଚିତ୍ ନୁହେଁ। ଏହା ଅପରାଧ ଓ ଏଥିପାଇଁ କଡ଼ା ଦଣ୍ଡବିଧାନ ରହିଛିା

author-image
Tapaswini Nayak
Angul

Angul

ହାତୀ ଲାଙ୍ଗୁଡ଼ ଟାଣିବା ପଡ଼ିଲା ମହଙ୍ଗା। ଯୁବକଙ୍କ ଗିରଫ କଲା ବନ ବିଭାଗ। ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ବନବିଭାଗ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛିା

Advertisment

ଗତ କିଛି ମାସ ତଳେ ଅନୁଗୋଳ ବଅଁରପାଳ ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀକୁ ତୁଳସୀପାଳ ଗ୍ରାମର କିଛି ଯୁବକ ଉତ୍ତେଜିତ କରୁଥିଲେ। ସେଥି ମଧ୍ୟରୁ ଜଣେ ଯୁବକ ହାତୀର ଲାଙ୍ଗୁଡ ଟାଣି ଦୌଡ଼ି ପଳାଇ ଯାଉଥିଲା। ଥରେ ନୁହେଁ ବାରମ୍ବାର ଏପରି କରିବା ଦ୍ୱାରା ହାତୀ ଉତ୍ତେଜିତ ହୋଇ ଏତେତେଣେ ଦଉଡୁ ଥିଲା। ଯୁବକମାନଙ୍କୁ  ମଧ୍ୟ ଗୋଡ଼ାଉ ଥିଲା। ଘଟଣାସ୍ଥଳରେ ଥିବା ଜଣେ ଯୁବକ କ୍ୟାମେରାରେ ଏହାର ଭିଡିଓ ଉତ୍ତୋଳନ କରୁଥିଲେ।

ପରେ ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା।

Advertisment

ବନ୍ୟଜନ୍ତୁଙ୍କୁ କୌଣସି ପ୍ରକାରରେ ହଇରାଣ କରିବା ଉଚିତ୍ ନୁହେଁ। ଏହା ଅପରାଧ ଓ ଏଥିପାଇଁ କଡ଼ା ଦଣ୍ଡବିଧାନ ରହିଛିା

Anugul