Advertisment

ନିଶା ହେଲା କାଳ, ବଚସାରୁ କାଟି ଦେଲେ ଯୁବକଙ୍କ ତଣ୍ଟି

ସାମାନ୍ୟ ବଚସାରୁ ଘଟିଲା ଅଭାବନୀୟ କାଣ୍ଡ । ବ୍ଲେଡରେ ଜଣେ ଯୁବକଙ୍କ ତଣ୍ଟି କାଟିଦେଲେ ନିଶାସକ୍ତ ଜଣେ ଯୁବକ ।

author-image
Niharika Rout
Injured Person

Injured Person

ସାମାନ୍ୟ ବଚସାରୁ ଘଟିଲା ଅଭାବନୀୟ କାଣ୍ଡ । ବ୍ଲେଡରେ ଜଣେ ଯୁବକଙ୍କ ତଣ୍ଟି କାଟିଦେଲେ ନିଶାସକ୍ତ ଜଣେ ଯୁବକ । କଟକ ଜିଲ୍ଲା ଆଠଗଡ଼ ବ୍ଲକ ମାଣିପୁର ଗାଁରେ ଘଟିଛି ଏହି ଅଘଟଣ। ଗୁରୁତର ଯୁବକଜଣକ ହେଲେ ଢେଙ୍କାନାଳ ଜିଲ୍ଲା ଦେଓପଡ଼ା ଗାଁ ସଞ୍ଜୟ ସଞ୍ଜୟ ନାଏକ । ଏହି ଘଟଣାରେ ପୁଲିସ୍‌ ଢେଙ୍କାନାଳ ଜିଲ୍ଲା ମାଣିପୁର ଗାଁର କରୁଣାକର ଦୋରଡଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ସଞ୍ଜୟ ନିଜର ଜଣେ ସାଙ୍ଗଙ୍କ ସହ ମୋବାଇଲ ଠିକ୍‌ କରିବା ନିମନ୍ତେ ଆଠଗଡ଼ ଆସିଥିଲେ। ସେଠାରେ ମୋବାଇଲ ଠିକ୍‌ କରିବା ପରେ ଉଭୟ ଏକ ଚା’ ଦୋକାନରେ ଚା’ ପିଉଥିଲେ। ଉକ୍ତ ସମୟରେ କରୁଣାକର ସେଠାରେ ପହଞ୍ଚି ସେମାନଙ୍କୁ ଗାଳୁଗୁଲଜ କରିଥିଲେ।

ଏହା ଅତିଷ୍ଠ ହେବାରୁ ସଞ୍ଜୟ ଘଟଣାସ୍ଥଳରୁ ଚାଲି ଯାଉଥିଲେ। ମାତ୍ର କରୁଣାକର ଅତର୍କିତ ଭାବେ ପଛ ପଟୁ ଆସି ତାଙ୍କ ବେକକୁ ବ୍ଲେଡରେ କାଟି ଦେଇଥିଲେ।

Advertisment

ଉତ୍ତ୍ୟକ୍ତ ଲୋକେ କରୁଣାକରଙ୍କୁ କାବୁ କରି ପ୍ରବଳ ପିଟିଥିଲେ। ଏହାପରେ ପୁଲିସ୍‌ ଜିମା ଦେଇଥିଲେ। ସଞ୍ଜୟଙ୍କ ପତ୍ନୀ ମମତାଙ୍କ ଅଭିଯୋଗକୁ ଭିତ୍ତି କରି ଆଠଗଡ଼ ଥାନା ପୁଲିସ୍‌ କରୁଣାକରଙ୍କୁ ଥାନାରେ ଅଟକ ରଖିଛି। ଏଥିସହ ଏହି ମାମଲାର ତଦନ୍ତ ଜାରି ରଖିଛି।

Cuttack