Advertisment

ମୁଁ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା, ତୁମର ଚାକିରି କରାଇଦେବି..., କହି ଲୋକଙ୍କୁ ମାରୁଥିଲେ ଚୁନ

‘ମୁଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା। ମୋର ବହୁତ ନେତାମନ୍ତ୍ରୀ ଚିହ୍ନା ଅଛନ୍ତି। ତୁମର ଚାକିରି କରାଇଦେବି ,ଟ୍ରାନ୍ସଫର କରିଦେବି, ପେଟ୍ରୋଲ ପମ୍ପ ବି ଖୋଲିଦେବି ।’

Accused

Accused

Advertisment

‘ମୁଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା। ମୋର ବହୁତ ନେତାମନ୍ତ୍ରୀ ଚିହ୍ନା ଅଛନ୍ତି। ତୁମର ଚାକିରି କରାଇଦେବି ,ଟ୍ରାନ୍ସଫର କରିଦେବି, ପେଟ୍ରୋଲ ପମ୍ପ ବି ଖୋଲିଦେବି ।’ ଏପରି କହି ବହୁ ଲୋକଙ୍କୁ ଲକ୍ଷାଧୀକ ଟଙ୍କାର ଚୁନ ମାରିଥିବା ଜଣେ ଠକଙ୍କୁ ବାନ୍ଧିଛି କ୍ୟାପିଟାଲ ଥାନା ପୁଲିସ୍‌।

Advertisment

ଏହି ଠକଜଣକ ରାହୁଲ ସାହୁ ବୋଲି ଜଣା ପଡ଼ିଥିବା ବେଳେ ସେ କିନ୍ତୁ ଲୋକଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଉଥିଲେ। ନିଜ ସୋଶାଲ ମିଡିଆରେ ବଡ଼ ବଡ଼ ନେତାମନ୍ତ୍ରୀଙ୍କ ପାଖରେ ଛିଡ଼ା ହୋଇଥିବା ଫଟୋ ପୋଷ୍ଟ କରୁଥିଲେ। ତାହାକୁ ଦେଖାଇ ସେ ସେମାନଙ୍କର ଖାସ୍‌ ଲୋକ ବୋଲି ଲୋକଙ୍କୁ ପରିଚୟ ଦେଉଥିଲେ।

ଏହାଦେଖି ସାଧାରଣ ଲୋକେ ତାଙ୍କୁ ବିଶ୍ୱାସ କରି ଯାଉଥିଲେ। ଫଳରେ ଦୀର୍ଘ ଦିନ ଧରି ଚାକିରି ପାଇଁ ତଥା ବଦଳି ପାଇଁ ଦୌଡ଼ୁଥିବା ଲୋକ ତାଙ୍କୁ ସହଜେ ବିଶ୍ୱାସ କରିନେଉଥିଲେ। କାମ କରିବା ପୂର୍ବରୁ ବାବୁଜଣକ ଅଗ୍ରୀମ ଟଙ୍କା ମୋଟା ଆକାରରେ ନେଇ ଯାଉଥିଲେ। ମାତ୍ର ପରେ ଆଉ ଧରାଛୁଆଁ ଦେଉ ନଥିଲେ।

Advertisment

ଏହି ଧୂର୍ତ୍ତଜଣକ ନିଜକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୋକଙ୍କୁ ଠକୁଥିବା ବେଳେ ଏହା ଦଳୀୟ କର୍ମୀଙ୍କ ନଜରରେ ପଡ଼ିଥିଲା। ଏହାପରେ ଗତରାତିରେ ମାଷ୍ଟର କ୍ୟାଣ୍ଟିନ୍‌ର ଏକ ଲଜ୍‌ରେ ପଶି ସେମାନେ ରାହୁଲଙ୍କୁ କାବୁ କରିଥିଲେ। ପରେ ତାଙ୍କୁ କ୍ୟାପିଟାଲ ଥାନା ପୁଲିସ୍‌ ଜିମା ଦେଇଥିଲେ।

ପୁଲିସ୍‌ ତାଙ୍କୁ ପଚରାଉଚରା କରୁଥିବା ବେଳେ ତାଙ୍କ ଫୋନ୍‌ ଜବତ କରିଛି। ଏଥିସହ ତାଙ୍କ ନିକଟରୁ ବହୁ ଜାଲ୍‌ ନିଯୁକ୍ତିପତ୍ର, ବଦଳି ଆଦେଶ ବି ଜବତ କରିଛି ପୁଲିସ୍‌ ।

Bhubaneswar Dharmendra Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe