Advertisment

ନାଳ ନିକଟରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ

ରାମସିଂଙ୍କୁ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
murder

murder

ନାଳ ନିକଟରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ପଥରରେ ମୁଣ୍ଡକୁ ଛେଚି ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତେଲନଦୀଗାଁ ଗ୍ରାମରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମସିଂ ଜାନି।

Advertisment

ଅଭିଯୋଗ ଅନୁସାରେ, କୋଡିଙ୍ଗା ଥାନା ଅନ୍ତର୍ଗତ ଦାଓମାଳ ଗ୍ରାମର ରାମସିଂ ଜାନି ଓ ତାଙ୍କ ସ୍ତ୍ରୀ ରାଧାମଣୀ ଜାନି ଉମରକୋଟ ଥାନା ଅନ୍ତର୍ଗତ ତେଲନଦୀଗାଁର ଫେଙ୍ଗସାହୀକୁ କୁଣିଆ ଭାବେ ବୁଲିବାକୁ ଆସିଥିଲେ। ଠିକ୍ ସେହିପରି ଜଗଦଲପୁର ନିଆନା ଗ୍ରାମର ନରେଶ ଧରୁଆ ଓ ତାଙ୍କ ସ୍ତ୍ରୀ ଭଗବତୀ ଧରୁଆ ମଧ୍ୟ ତେଲନଦୀଗାଁକୁ କୁଣିଆ ଭାବେ ଆସିଥିଲେ।

ଗତ ୨୧ ତାରିଖ ଦିନ ନରେଶ ଧରୁଆ ଓ ରାମସିଂ ଜାନି ମଦ ପିଇବାକୁ ସକାଳୁ ଘରୁ ବାହାରିଥିଲେ। ନରେଶ ଘରୁ ଫେରିଥିବା ବେଳେ ରାମସିଂ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ତା’ ପରଦିନ ଫେଙ୍ଗସାହୀ ଗାଁ ନିକଟରେ ଥିବା ନାଳ ନିକଟରେ ରାମସିଂଙ୍କ ରକ୍ତଜୁଡ଼ୁବୁଡୁ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment

ଅନ୍ୟପକ୍ଷରେ ରାମସିଂଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ଲିଖିତ ଅଭିଯୋଗ କରିଛନ୍ତି।

Nabarangpur