ଅଦ୍ୟତନ ହୋଇଛି
Deadbody
Advertisment
ଗତକାଲି ନିଖୋଜ ଥିଲେ। ଆଜି କ୍ଷେତରୁ ମିଳିଲା ଯୁବକଙ୍କ ମୃତଦେହ। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା କଣ୍ଠାଳିଆ ଗାଁରେ ଏପରି ଘଟଣା ଘଟିଛି। ମୃତକ ହେଲେ ଶମ୍ଭୁନାଥ ପଢ଼ିଆରି।
Advertisment
ଗତକାଲିଠାରୁ ଶମ୍ଭୁନାଥ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଶମ୍ଭୁନାଥଙ୍କ ମୃତଦେହ କ୍ଷେତରେ ପଡ଼ିଥିବା ଦେଖିଥିଲେ।
ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଠାଇଛି। ଅନ୍ୟପକ୍ଷରେ ଶମ୍ଭୁନାଥଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Deadbody_1703663540.jpg)