Advertisment

ଯୁବକଙ୍କୁ ମାରି ଫିଙ୍ଗିଦେଲେ!

ବିଳମ୍ବିତ ରାତିରେ ପିଙ୍କୁଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
undefined

DeadBody

Advertisment

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ମଣ୍ଡୋସିଲ ଗାଁ ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ପିଙ୍କୁ ସାହୁ। ବିଳମ୍ବିତ ରାତିରେ ପିଙ୍କୁଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

Advertisment

ଆଜି ସକାଳେ ପିଙ୍କୁଙ୍କ ମୃତଦେହ ଗାଁ ରାସ୍ତାରେ ପଡ଼ିଥିଲା। ଗ୍ରାମବାସୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପାଇକମାଳ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ  ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଜାରି ରଖିଛି।

ଗତକାଲି ରାତିରେ ମଣ୍ଡୋସିଲରୁ ଭୁତମୁଣ୍ଡା ଯିବା ରାସ୍ତାରେ କିଛି ଯୁବକ ବାଇକରେ ଆସି ପିଙ୍କୁଙ୍କ ସହ ଝଗଡା କରିଥିଲେ। ସେହି ଯୁବକମାନେ ପିଙ୍କୁକୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

Advertisment
Murder Baragrah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe