Advertisment

ଯୁବକଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଲେ!

ଆଜି ସକାଳେ ଗାଁ ମୁଣ୍ଡରେ ଥିବା ଏକ କୂଅରୁ ନିରୱେଲ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ।

Balangir

Balangir

Advertisment

ଦୁଇ ଦିନ ହେଲା ନିଖୋଜ ଥିଲେ ଯୁବକ। ଆଜି କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ଯୁବକଙ୍କୁ ହତ୍ୟା କରି କୂଅରେ ପିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ନିରୱେଲ କୁମ୍ଭାର।

Advertisment

ଗତ ରବିବାର ଦିନ ଗାଁର ସୁକାନ୍ତ ନାମକ ଜଣେ ବ୍ୟକ୍ତି ନିରୱେଲଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ। ନିରୱେଲ ଟଙ୍କା ଦେଇ ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରବିବାର ସନ୍ଧ୍ୟାରେ ନିରୱେଲ ବଜାରକୁ ଯାଇଥିଲେ। ହେଲେ ଘରକୁ ଫେରି ନଥିଲେ। ପରିବାର ଲୋକେ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଏନେଇ ପଇଁତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ନିରୱେଲଙ୍କୁ  ଖୋଜାଖୋଜି କରୁଥିଲା।

ଆଜି ସକାଳେ ଗାଁ ମୁଣ୍ଡରେ ଥିବା ଏକ କୂଅରୁ ନିରୱେଲଙ୍କ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ନିରୱେଲଙ୍କୁ ହତ୍ୟା କରାଯାଇଛି  ବୋଲି  ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Bolangir Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe