Advertisment

ମରଣ ସହ ଲଢ଼ି ୮୬ ଦିନ ପରେ ଆଖି ବୁଜିଲେ ଯୁବକ; ଖଣ୍ଡଗିରିରେ ଉତ୍ତେଜନା

ଯୁବକମାନେ କ୍ରିକେଟ ବ୍ୟାଟରେ ପ୍ରକାଶଙ୍କୁ ନିଧୁର୍ମ ପିଟିଥିଲେ।

author-image
Tapaswini Nayak
Murder

Murder

କ୍ରିକେଟ ବ୍ୟାଟରେ ବାଡ଼େଇ ଯୁବକଙ୍କୁ କରିଥିଲେ ଲହୁଲୁହାଣ। ୮୬ ଦିନ ଡାକ୍ତରଖାନାରେ ଚିକିତ୍ସାଧୀନ ରହିବାପରେ ଚାଲିଗଲା ଜୀବନ। ଯୁବକଙ୍କ ମୃତ୍ୟୁ ପରେ ଭୁବନେଶ୍ୱର ଖଣ୍ଡିଗିରି ଛକରେ ଉତ୍ତେଜନା ପ୍ରକାଶ ପାଇଛି। ନ୍ୟାୟ ଦାବିରେ ରାସ୍ତାରୋକ କରିଛନ୍ତି ମୃତକଙ୍କ ପରିବାର ଲୋକ। ମୃତ ଯୁବକ ଜଣଙ୍କ ହେଲେ ବରମୁଣ୍ଡା ଅଞ୍ଚଳରେ ପ୍ରକାଶ କୁମାର ସାହୁ।

Advertisment

ବରମୁଣ୍ଡା ତେଲି ସାହିରେ କିଛି ଯୁବକଙ୍କ ସହ ପ୍ରକାଶଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ଯୁବକମାନେ କ୍ରିକେଟ ବ୍ୟାଟରେ ପ୍ରକାଶଙ୍କୁ ନିଧୁର୍ମ ପିଟିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ୮୬ ଦିନ ଧରି ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ପ୍ରକାଶ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପ୍ରକାଶଙ୍କୁ ଯୁବକମାନେ ମାଡ଼ ମାରିବା ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ। ଖଣ୍ଡଗିରି ଥାନା ପୁଲିସ ଗତ ଜୁଲାଇ ୧୦ ତାରିଖରେ ୨ ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ହାଇକୋର୍ଟରୁ ଆଗୁଆ ଜାମିନ ଆଣି ଦେଇଥିବା ଜଣାଯାଇଛି। ତେବେ ସେହି ଯୁବକମାନଙ୍କୁ ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି ପରିବାର ଲୋକେ।

Advertisment

ଜୋନ୍-୩ ଏସିପି ତାପସ ପ୍ରଧାନ କହିଛନ୍ତି, ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଆଉ କିଛି ଯୁବକ ହାଇକୋର୍ଟରୁ ଆଗୁଆ ଜାମିନରେ ଆସିଛନ୍ତି। ଯେଉଁମାନଙ୍କୁ ଜାମିନ ମିଳିଛି, ସେମାନଙ୍କର କିପରି ଜାମିନ ଖାରଜ ହେବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ। ସେମାନଙ୍କ ଜାମିନ ଖାରଜ ହେବା ପରେ ଆମେ ସେମାନଙ୍କ ଉପରେ ଲିଗାଲ ଆକ୍ସନ ନେବୁ।

ମୃତକଙ୍କ ମାଆ କହିଛନ୍ତି, ମୋ ପୁଅକୁ ନ୍ୟାୟ ଦରକାର। ଯେଉଁମାନେ ଦୋଷୀ ସେମାନଙ୍କୁ ଗିରଫ କରାଯାଉ। 

Bhubaneswar Murder