Advertisment

ଭାଉଜଙ୍କୁ ଏକ ତରଫା ପ୍ରେମରୁ ରକ୍ତପାତ; ପିଟି ପିଟି ନେଲେ ଭାଇର ଜୀବନ

ନିଜ ସ୍ତ୍ରୀ ନିକଟକୁ ଆସୁଥିବା ଅଶ୍ଳୀଳ ମେସେଜକୁ ବିରୋଧ କରିବାରୁ ହେଲା କଥା କଟାକଟି। ଆଉ ତା’ ପରେ ରାସ୍ତାରେ ଗୋଡ଼ାଇ ଠେଙ୍ଗାରେ ପିଟି ପିଟି ଛୁରୀ ଭୁଷି ଭାଇର ଜୀବନ ନେଲା ସମ୍ପର୍କୀୟ ଭାଇ ।

author-image
Niharika Rout
Dead Body

Dead Body

ଭାଉଜଙ୍କୁ ଏକ ତରଫା ପ୍ରେମ କରିବାରୁ ହେଲା ରକ୍ତପାତ । ନିଜ ସ୍ତ୍ରୀ ନିକଟକୁ ଆସୁଥିବା ଅଶ୍ଳୀଳ ମେସେଜକୁ ବିରୋଧ କରିବାରୁ ହେଲା କଥା କଟାକଟି। ଆଉ ତା’ ପରେ ରାସ୍ତାରେ ଗୋଡ଼ାଇ ଠେଙ୍ଗାରେ ପିଟି ପିଟି ଛୁରୀ ଭୁଷି ଭାଇର ଜୀବନ ନେଲା ସମ୍ପର୍କୀୟ ଭାଇ ।

Advertisment

ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ମଝିହରା ମହଲା ସାହିରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଅକ୍ଷୟ ମାଝି । ଅକ୍ଷୟଙ୍କ ଜଣେ ସମ୍ପର୍କୀୟ ଭାଇ ଦିଲୁ ଅକ୍ଷୟଙ୍କ ପତ୍ନୀଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ମେସେଜ ପଠାଉଥିଲେ।

ଅକ୍ଷୟଙ୍କ ପତ୍ନୀ ଏନେଇ ସ୍ୱାମୀ ତଥା ପରିବାର ଲୋକଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ଅକ୍ଷୟ ଦିଲୁଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ୧୦ ଦିନ ପୂର୍ବେ ଗଣ୍ଡଗୋଳ ହୋଇଥିଲା। ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ ମାରିଥିଲା ।

Advertisment

ବାଳକାଟି ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଉପସ୍ଥିତିରେ ଘଟଣାର ମିମାଂସା ହୋଇଥିଲା। ଉଭୟ ପକ୍ଷ ପରସ୍ପର ସହ କୌଣସି ସମ୍ପର୍କ ରଖିବେନି ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମାତ୍ର ଗତକାଲି ରାତିରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଅକ୍ଷୟ ନୂଆ ସାହି ଗ୍ରାମରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଖବର ପାଇ ତୁରନ୍ତ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଆଜି ସକାଳୁ ତାଙ୍କ ମୃତ୍ୟୁ ହୋଇଛି।

ପ୍ରାୟ ୪ରୁ ଊର୍ଦ୍ଧ୍ୱ ଯୁବକ ଠେଙ୍ଗା, ବାଡ଼ିରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ପେଟରେ ଛୁରି ଭୁଷି ଦେଇଥିବା ମୃତ୍ୟୁ ପୂର୍ବରୁ ଅକ୍ଷୟ ପୁଲିସ୍‌ ସମ୍ମୁଖରେ କହିଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ୨ ଜଣଙ୍କୁ ଅଟକ ରଖିଥିବା ବେଳେ ଦିଲୁଙ୍କ ପତ୍ତା ପାଇ ପାରୁନି।

ଅପରପକ୍ଷେ, ସାମାନ୍ୟ କଥାକୁ ନେଇ ଅକ୍ଷୟଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯିବ ଘଟଣାକୁ ତାଙ୍କ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ମଥାରୁ ସିନ୍ଦୂର ଲିଭିଯିବା ପରେ ମଥା ପିଟି କାନ୍ଦୁଛନ୍ତି ଅକ୍ଷୟଙ୍କ ପତ୍ନୀ।

Bhubaneswar Murder