Advertisment

ତ୍ରିକୋଣୀୟ ପ୍ରେମରୁ ରକ୍ତପାତ; ଟାର୍ଗେଟରେ ଥିଲେ ଯୁବକ, ବଳି ପଡ଼ିଗଲେ ସାଙ୍ଗ

କାହ୍ନା ଉତ୍ତ୍ୟକ୍ତ ହୋଇ ଖଣ୍ଡାରେ ଗୌତମଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିବା ବେଳେ ସେ ସେଠାରୁ ଚମ୍ପଟ ମାରିଥିଲେ । ଆଉ ବଳି ପଡ଼ି ଯାଇଥିଲେ  ଅଞ୍ଜନ।

Anjan Kumar

Anjan Kumar

Advertisment

ତ୍ରିକୋଣୀୟ ପ୍ରେମରୁ ହେଲା ରକ୍ତପାତ । ଏଥିରେ ଟାର୍ଗେଟରେ ଯୁବକଜଣକ ଥିବା ବେଳେ ବଳି ପଡ଼ିଗଲେ ତାଙ୍କ ସାଙ୍ଗ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି ।

Advertisment

ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକଜଣକ ହେଲେ ଅଞ୍ଜନ କୁମାର ବେହେରା । ନିଜ ସାଙ୍ଗ ଗୌତମଙ୍କୁ ବଞ୍ଚାଇବାକୁ ଯାଇ ଅଞ୍ଜନ ବଳି ପଡ଼ିଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନିଜ ପ୍ରେମିକାଙ୍କୁ ଭେଟିବାକୁ ଗୌତମ ଯାଇଥିଲେ । ତାଙ୍କ ସହ ବନ୍ଧୁ ଅଞ୍ଜନ କୁମାର ବେହେରା ମଧ୍ୟ ଥିଲେ। ହେଲେ ସେଠି ହଠାତ୍ ଆସି ପହଞ୍ଚି ଯାଇଥିଲେ ଗୌତମଙ୍କ ପ୍ରେମିକାଙ୍କ ପୂର୍ବତନ ପ୍ରେମିକ କାହ୍ନା ପ୍ରଧାନ।

Advertisment

ଗୌତମ ଓ କାହ୍ନା ଉଭୟେ ପରସ୍ପରର ବନ୍ଧୁ। ତେବେ ତ୍ରିକୋଣୀୟ ପ୍ରେମ ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଗତକାଲି ରାତିରେ ପୂର୍ବ ଯୋଜନା ଅନୁଯାୟୀ, କାହ୍ନା ନିଜର କିଛି ସାଙ୍ଗଙ୍କ ସହ ସେଠାରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ବିବାଦ ଉପୁଜିଥିବା ବେଳେ ତାହା ଚରମ ପରିସ୍ଥିତିରେ ପହଞ୍ଚିଥିଲା।

କାହ୍ନା ଉତ୍ତ୍ୟକ୍ତ ହୋଇ ଖଣ୍ଡାରେ ଗୌତମଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିବା ବେଳେ ସେ ସେଠାରୁ ଚମ୍ପଟ ମାରିଥିଲେ । ଆଉ ବଳି ପଡ଼ି ଯାଇଥିଲେ  ଅଞ୍ଜନ। ଅଞ୍ଜନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡା ଚୋଟ ବାଜିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଘଟଣା ପରେ ଅଭିଯୁକ୍ତ କାହ୍ନା ଏବେ ଫେରାର ହୋଇ ଯାଇଛି । ଅଞ୍ଜନ ନିଜ ଘରର ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁ ଖବରକୁ ବାପାମା’ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଲାଗି ମୃତ ଅଞ୍ଜନଙ୍କ ପରିବାର ଦାବି କରୁଛନ୍ତି।

Bhubaneswar Murder Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe