Advertisment

ଦିନରେ ଧମକ ଦେଲେ, ରାତିରେ ହାଣି ରାସ୍ତାରେ ପକାଇଦେଲେ

ଦିନ ଦ୍ୱିପ୍ରହରରେ ହୋଇଥିଲା ଗଣ୍ଡଗୋଳ। ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯାହା କହିଥିଲେ ରାତିରେ ତାହାକୁ ସତ କରି ଦେଖାଇଲେ। ସାମାନ୍ୟ ବଚସାରୁ ଉଜୁଡ଼ିଗଲା ଘର, ଗଡ଼ିଲା ମୁଣ୍ଡ।

Murder Case

Murder Case

Advertisment

ଦିନ ଦ୍ୱିପ୍ରହରରେ ହୋଇଥିଲା ଗଣ୍ଡଗୋଳ। ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯାହା କହିଥିଲେ ରାତିରେ ତାହାକୁ ସତ କରି ଦେଖାଇଲେ। ସାମାନ୍ୟ ବଚସାରୁ ଉଜୁଡ଼ିଗଲା ଘର, ଗଡ଼ିଲା ମୁଣ୍ଡ। ୫ରୁ ୭ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ବିଚ୍‌ ରାସ୍ତାରେ ହାଣି ଜୀବନ ନେଇଗଲେ। ଏପରି ଏକ ସାଂଘାତିକ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଆସରା-ଷଣ୍ଢମରା ରାସ୍ତାରେ ଗତ ରାତିରେ ଘଟିଛି। ମୃତକ ହେଲେ ବାଲିଆସରା ଗାଁର ଗଣେଶ ନାୟକ।

Advertisment

ଗଣେଶଙ୍କର ଗତକାଲି ଦିନ ସମୟରେ ପାଖ ଗାଁର କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ ଯୁବକମାନେ ଜୀବନରୁ ଶେଷ କରି ଦେବାକୁ ଗଣେଶଙ୍କୁ ଧମକ ଦେଇଥିଲ।

ଗତକାଲି ସନ୍ଧ୍ୟା ସମୟରେ ଗଣେଶ କବି ସୂର୍ଯ୍ୟନଗରରୁ ବାଇକ୍‌ ଯୋଗେ ଫେରୁଥିବା ବେଳେ ଉକ୍ତ ଯୁବକମାନେ ତାଙ୍କ ପିଛା କରିଥିଲେ। ଏହାପରେ ମାରଣାସ୍ତ୍ରରେ ତାଙ୍କୁ ଚୋଟ ପରେ ଚୋଟ ମାରିଥିଲେ। ଅତ୍ୟଧିକ ରକ୍ତସ୍ରାବ ହେତୁ ଗଣେଶ ତଳେ ପଡ଼ି ଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

Advertisment

କବିସୂର୍ଯ୍ୟନଗର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

ଏନେଇ ଗଣେଶଙ୍କ ଭାଇ କହିଛନ୍ତି, ଦିନ ଦ୍ୱିପ୍ରହରରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ସେମାନେ ମୋ’ ଭାଇ କି ହାଣିଦେବେ ବୋଲି ଧମକ ଦେଇଥିଲେ। ରାତିରେ ୫, ୭ ଜଣ ଆସି ହାଣି ରାସ୍ତାରେ ପକାଇଦେଲେ।

Ganjam Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe