Advertisment

ରାସ୍ତା କଡରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ସନ୍ଦେହ

ଆଜି ସକାଳେ ବାଲେଶ୍ୱର ଜିଲ୍ଲା ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ଅଦ୍ୟତନ ହୋଇଛି
Crime Spot

Crime Spot

Advertisment

ସକାଳୁ ସକାଳୁ ରାସ୍ତା କଡରୁ ଉଦ୍ଧାର ହେଲା ଯୁବକଙ୍କ ରକ୍ତାକ୍ତ ମୃତ ଦେହ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।

Advertisment

ଆଜି ସକାଳେ ବାଲେଶ୍ୱର ଜିଲ୍ଲା ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକେ ପ୍ରଥମେ ବସ୍ତା ପୁଲିସକୁ ଖବର ଦେଇଥିଲେ।

ଉକ୍ତ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ତେଣୁ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଯୁବକ ଜଣକଙ୍କ ଘର ଜଗତସିଂହପୁର ଜିଲ୍ଲାର ପୃଥୀରାଜ ପାତ୍ର ବୋଲି ଜଣା ପଡିଛି।

Advertisment

ସେ କିଛି ଦିନ ଧରି ବସ୍ତା ଥାନା ଅଞ୍ଚଳରେ ରହି ଏହି ଅଞ୍ଚଳରେ ମୋବାଇଲ ଟାୱାରରେ କାର୍ଯ୍ୟ କରୁଥିଲେ। ଖବର ପାଇ ଘଟଣା ସ୍ଥଳରେ ବସ୍ତା ପୁଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ତେବେ କିଏ ଓ କାହିଁକି ପୃଥୀରାଜଙ୍କୁ ହତ୍ୟା କରିଛନ୍ତି ତାହା ପଛର କାରଣ ଜଣାପଡ଼ିନି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ 

Murder Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe